ETV Bharat / state

କାଲି ଉଦଘାଟିତ ହେବ ନବ ନିର୍ମିତ ବଲାଙ୍ଗିର-ସୁବର୍ଣ୍ଣପୁର ରେଳ ଲାଇନ

author img

By ETV Bharat Odisha Team

Published : Feb 2, 2024, 7:14 PM IST

Updated : Feb 2, 2024, 8:53 PM IST

ଆସନ୍ତାକାଲି ଉଦଘାଟିତ ହେବ ନବ ନିର୍ମିତ ବଲାଙ୍ଗିର ସୁବର୍ଣ୍ଣପୁର ରେଲ ଲାଇନ
ଆସନ୍ତାକାଲି ଉଦଘାଟିତ ହେବ ନବ ନିର୍ମିତ ବଲାଙ୍ଗିର ସୁବର୍ଣ୍ଣପୁର ରେଲ ଲାଇନ

First Passenger Train of Subarnapur: ଶନିବାର ଶେଷ ହେବ ପ୍ରତୀକ୍ଷା । ସଫଳ ହେବ ସଂଗ୍ରାମ । ଦଶନ୍ଧୀ ଦଶନ୍ଧୀର ଦାବି କିଛି ମାତ୍ରାରେ ହେବ ପୂରଣ । କଳା ସଂସ୍କୃତିର ଜିଲ୍ଲା ସୁବର୍ଣ୍ଣପୁରରୁ ସିଧା ଶ୍ରୀକ୍ଷେତ୍ର ପୁରୀକୁ ଗଡିବ ପାସେଞ୍ଜର ଟ୍ରେନ । ଜିଲ୍ଲା ଗଠନର 3 ଦଶନ୍ଧୀ ପରେ ଜିଲ୍ଲାରୁ ରେଳ ସୁବିଧା ପାଇବେ ଜିଲ୍ଲାବାସୀ । ଅଧିକ ପଢନ୍ତୁ

ଆସନ୍ତାକାଲି ଉଦଘାଟିତ ହେବ ନବ ନିର୍ମିତ ବଲାଙ୍ଗିର ସୁବର୍ଣ୍ଣପୁର ରେଲ ଲାଇନ

ସୁବର୍ଣ୍ଣପୁର: ଶନିବାର ଶେଷ ହେବ ପ୍ରତୀକ୍ଷା । ସଫଳ ହେବ ସଂଗ୍ରାମ । ଦଶନ୍ଧୀ ଦଶନ୍ଧୀର ଦାବି କିଛି ମାତ୍ରାରେ ହେବ ପୂରଣ । କଳା ସଂସ୍କୃତିର ଜିଲ୍ଲା ସୁବର୍ଣ୍ଣପୁରରୁ ସିଧା ଶ୍ରୀକ୍ଷେତ୍ର ପୁରୀକୁ ଗଡିବ ପାସେଞ୍ଜର ଟ୍ରେନ । ଜିଲ୍ଲା ଗଠନର 3 ଦଶନ୍ଧୀ ପରେ ଜିଲ୍ଲାରୁ ରେଳ ସୁବିଧା ପାଇବେ ଜିଲ୍ଲାବାସୀ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦି ସମ୍ବଲପୁର ଗସ୍ତରେ ଆସୁଥିବା ବେଳେ ଆଇଆଇଏମ ସମ୍ବଲପୁର ବ୍ୟତୀତ ଏକାଧିକ ରେଳ ପ୍ରକଳ୍ପର ମଧ୍ୟ ଲୋକାର୍ପଣ କରିବେ । ଯେଉଁଥିରେ ରହିଛି ସୁବର୍ଣ୍ଣପୁରରୁ ଭାୟା ବଲାଙ୍ଗୀର ଦେଇ ପୁରୀକୁ ସାପ୍ତାହିକ ଟ୍ରେନ ଚଳାଚଳ । ଏହାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ ।

ଅଧିକ ପଢନ୍ତୁ- ଦିନିକିଆ ସୁବର୍ଣ୍ଣପୁର ଗସ୍ତରେ ରାଜ୍ୟପାଳ, ପରୀକ୍ଷା ପେ ଚର୍ଚ୍ଚାରେ ହେଲେ ସାମିଲ

ଖୋର୍ଦ୍ଧା ବଲାଙ୍ଗୀର ରେଳ ଲାଇନର ଏକ ଅଂଶ ହେଉଛି ସୁବର୍ଣ୍ଣପୁର ବଲାଙ୍ଗୀର ରେଳ ଲାଇନ । ଏହି ପ୍ରକଳ୍ପର କାର୍ଯ୍ୟ ଉଭୟ ପଟୁ ଚାଲୁଥିବା ବେଳେ ବଲାଙ୍ଗୀରରୁ ସୁବର୍ଣ୍ଣପୁର ମଧ୍ୟରେ 50 କିମି ରେଳ ଲାଇନ ନିର୍ମାଣ ସହ ପରୀକ୍ଷା ନିରୀକ୍ଷା ଶେଷ ହୋଇଛି। ଏକାଧିକ ଥର ବୈଷୟିକ ଯାଞ୍ଚ ପରେ ଆସନ୍ତାକାଲି ଏହି ରେଳ ଲାଇନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି । ଆଇଆଇଏମ ସମ୍ବଲପୁର କ୍ୟାମ୍ପସରୁ ଭିସି ଯୋଗେ ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପର ଉଦଘାଟନ କରିବେ । ଏଥିପାଇଁ ବ୍ୟାପକ ପ୍ରସ୍ତୁତ ଶେଷ ହୋଇଛି । ଏହି ରେଳ ଲାଇନ ଉଦଘାଟନ ହେଲେ ଦୈନିକି ସୁବର୍ଣ୍ଣପୁରରୁ ଗୋଟିଏ ଟ୍ରେନ ଭୁବନେଶ୍ବର ଓ ବଲାଙ୍ଗୀର ସଦର ମହକୁମାକୁ ଗଡିବାକୁ ଥିବାବେଳେ ଅନ୍ୟ ଚାରୋଟି ପାସେଞ୍ଜର ଟ୍ରେନ ଚଳାଚଳ କରିବା ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି।

ଅଧିକ ପଢନ୍ତୁ- ସମ୍ବଲପୁର ଗସ୍ତବେଳେ ଏକାଧିକ ରେଳବାଇ ପ୍ରକଳ୍ପ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ନୂତନ ଭାବେ ନିର୍ମାଣ କରାଯାଇଥିବା ଏହି ରେଲ ଲାଇନରେ ଅନେକ ଥର ରେଳ ଇଞ୍ଜିନ ବଲାଙ୍ଗୀର ଠାରୁ ସୁବର୍ଣ୍ଣପୁର ପର୍ଯ୍ୟନ୍ତ ଆସି ପରୀକ୍ଷା କରାଯାଇଥିଲା । ସୁବର୍ଣ୍ଣପୁର ସହରର ରେଳ ପ୍ଲାଟ ଫର୍ମ କାର୍ଯ୍ୟ ଶେଷ ହେବା ପରେ ଶେଷ ଥର ପାଇଁ ରେଳ ଇଂଜିନ ସହିତ ପ୍ରାୟ 10 ଗୋଟି ରେଳ ବଗିର ପରୀକ୍ଷା କରାଯାଇଛି। ଗତ 2006 ମସିହାରୁ ଖୋର୍ଦ୍ଧା ବଲାଙ୍ଗୀର ରେଳ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ପ୍ରକଳ୍ପର ତୁରନ୍ତ ସଂପୂର୍ଣ୍ଣ କରିବା ପାଇଁ ଅନେକ ସମୟରେ ଆନ୍ଦୋଳନ ମାଧ୍ୟମରେ କେନ୍ଦ୍ର ସରକାର ଓ କେନ୍ଦ୍ର ରେଳ ମନ୍ତ୍ରଣାଳୟର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସେହିପରି ବଲାଙ୍ଗୀର, ସୁବର୍ଣ୍ଣପୁର , ବୌଦ୍ଧ , ନୟାଗଡ ଆଦିରେ ଗଠନ କରାଯାଇଥିବା କ୍ରୀୟାନୁଷ୍ଠାନ କମିଟି ମିଳିତ ଭାବେ ପ୍ରାୟ ଦୁଇ ଦଶନ୍ଧି ଧରି ଦାବି ଆପତ୍ତି କରି ଆସୁଥିଲେ ।

ଅଧିକ ପଢନ୍ତୁ- ତ୍ରୁଟିପୂର୍ଣ୍ଣ ଚିଠି ଦେଇ ଉପହାସିତ ଉଲୁଣ୍ଡା ବିଡିଓ, ସମାଲୋଚନା ପରେ ସଂଶୋଧନ

ସୁବର୍ଣ୍ଣପୁରରୁ ବୌଦ୍ଧ ପର୍ଯ୍ୟନ୍ତ ଏହି ରେଳ ଲାଇନ କାର୍ଯ୍ୟ ଚାଲିଥିବା ବେଳେ ବଲାଙ୍ଗୀରରୁ ସୁବର୍ଣ୍ଣପୁର ପର୍ଯ୍ୟନ୍ତ ପ୍ରକଳ୍ପର ସମସ୍ତ କାର୍ଯ୍ୟ ଶେଷ ହୋଇଛି। ଆସନ୍ତାକାଲି ଉଦଘାଟନ ଅପେକ୍ଷାରେ ରହିଛି । ଆଜି ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କ ଭିତରେ ରେଳ ଚଳାଚଳକୁ ନେଇ ବେଶ ଉତ୍ସାହ ଦେଖାଦେଇଛି । କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟର ଅଧିକାରୀମାନେ ଆଜି ସୁବର୍ଣ୍ଣପୁରକୁ ଆସି ଏହି ପ୍ରକଳ୍ପ କାର୍ଯ୍ୟ ପରିଦର୍ଶନ କରିବା ସହିତ ସମୀକ୍ଷା କରିଛନ୍ତି । ବ୍ରିଟିସ ଅମଳରୁ ପ୍ରସ୍ଥାବିତ ଏହି ରେଳ ଲାଇନ ବଲାଙ୍ଗୀର ପଟରୁ ସୁବର୍ଣ୍ଣପୁର ପର୍ଯ୍ୟନ୍ତ ପ୍ରାୟ 50 କିଲୋମିଟର ସଂପୂର୍ଣ୍ଣ ହେବା ପରେ 2024 ବର୍ଷର ଆରମ୍ଭରେ ହିଁ ବଲାଙ୍ଗୀରରୁ ସୁବର୍ଣ୍ଣପୁରକୁ ରେଳ ଚଳାଚଳ କରିବା ପାଇଁ ରାସ୍ତା ସୁଗମ ହୋଇଛି । ମାଲ ପରିବହନ ସହିତ ଯାତ୍ରୀମାନଙ୍କ ଯାତାୟାତା ପାଇଁ ଜିଲ୍ଲାବାସୀ ସୁବିଧା ପାଇ ପାରିବେ । ଏହା ସହିତ ସୁବର୍ଣ୍ଣପୁର ଜିଲ୍ଲାର ଅର୍ଥନୈତିକ ବିକାଶ ହେବ ବୋଲି ଆଶା କରାଯାଉଛି । ଜିଲ୍ଲା ରେଳ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ସଂପୂର୍ଣ୍ଣ ଖୋର୍ଦ୍ଧାରୁ ବଲାଙ୍ଗୀର ପର୍ଯ୍ୟନ୍ତ ରେଳ ଚଳାଚଳ କରିବା ପାଇଁ ଏହି ପ୍ରକଳ୍ପ ତୁରନ୍ତ ନିର୍ମାଣ ପାଇଁ ଦାବି ହେଉଥିବା ବେଳେ ଆସନ୍ତାକାଲି ଉଦଘାଟନ ଯୋଗୁଁ ଜିଲ୍ଲାବାସୀଙ୍କ ଭିତରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

Last Updated :Feb 2, 2024, 8:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.