ETV Bharat / state

ତ୍ରୁଟିପୂର୍ଣ୍ଣ ଚିଠି ଦେଇ ଉପହାସିତ ଉଲୁଣ୍ଡା ବିଡିଓ, ସମାଲୋଚନା ପରେ ସଂଶୋଧନ

author img

By ETV Bharat Odisha Team

Published : Jan 30, 2024, 8:00 AM IST

ତ୍ରୁଟିପୂର୍ଣ୍ଣ ଚିଠି ଦେଇ ଉପହାସିତ ଉଲୁଣ୍ଡା ବିଡିଓ,  ସମାଲୋଚନା ପରେ ସଂଶୋଧନ
ତ୍ରୁଟିପୂର୍ଣ୍ଣ ଚିଠି ଦେଇ ଉପହାସିତ ଉଲୁଣ୍ଡା ବିଡିଓ, ସମାଲୋଚନା ପରେ ସଂଶୋଧନ

Sitaulanda BDO faces backlash: ସୁବର୍ଣ୍ଣପୁର ଜିଲ୍ଲାରେ ସାମାଜିକ ଗଣମାଧ୍ୟମରେ ବୁଲୁଛି ସରକାରୀ ଅନୁରୋଧ ପତ୍ର । ଏହି ସରକାରୀ ଅନୁରୋଧ ପତ୍ରରେ ତ୍ରୁଟି ଯୋଗୁଁ ଉପହାସିତ ହେଉଛନ୍ତି ଉଲୁଣ୍ଡା ବିଡିଓ । ଯାହାକୁ ନେଇ ସର୍ବସାଧାଣରେ କେତେ ଚର୍ଚ୍ଚା ଆଲୋଚନା । ଅଧିକ ପଢନ୍ତୁ

ସୁବର୍ଣ୍ଣପୁର: ଜିଲ୍ଲାରେ ସାମାଜିକ ଗଣମାଧ୍ୟମରେ ବୁଲୁଛି ସରକାରୀ ଅନୁରୋଧ ପତ୍ର । ଏହି ସରକାରୀ ଅନୁରୋଧ ପତ୍ରରେ ତ୍ରୁଟି ଯୋଗୁଁ ଉପହାସିତ ହେଉଛନ୍ତି ଉଲୁଣ୍ଡା ବିଡିଓ । ବେଶ୍ ଶିକ୍ଷାଗତ ଯୋଗ୍ୟତା ଓ ଅଭିଜ୍ଞତା ଥାଇ ଓଡ଼ିଶା ପ୍ରଶାସନିକ ସେବା ଭଳି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଓଡ଼ିଶା ସରକାରଙ୍କ ଜଣେ ପ୍ରଥମ ଶ୍ରେଣୀ କର୍ମଚାରୀ କିଭଳି ଛୋଟ ଛୋଟ ପିଲାମାନଙ୍କଠୁ ଅଧିକ ତ୍ରୁଟିଯୁକ୍ତ ପତ୍ର ସାର୍ବଜନୀନ ଭାବେ ଅନ୍ୟ ସରକାରୀ ଅଧିକାରୀଙ୍କୁ ପ୍ରଦାନ କରୁଛନ୍ତି ତାହାକୁ ନେଇ ଉଠିଛି ପ୍ରଶ୍ନ । ଖାଲି ପ୍ରଶ୍ନ ଉଠିନାହିଁ ସମୃକ୍ତ ଅଧିକାରୀଙ୍କ ଦକ୍ଷତା ଉପରେ ମଧ୍ୟ ସନ୍ଦେହ ବଢିବାରେ ଲାଗିଛି । ଭୁଲ ଚିଠିଟି ଏବେ ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବା ବେଳେ ଜନସାଧାରଣ ବି ଏହି ଅନୁରୋଧ ପତ୍ର ଉପରେ ସାମାଜିକ ଗଣମାଧ୍ୟମରେ ନିଜ ନିଜର ପ୍ରତିକ୍ରିୟା ଦେଉଛନ୍ତି । ଯାହାକୁ ନେଇ ଚର୍ଚ୍ଚାରେ ଏବେ ସୁବର୍ଣ୍ଣପୁର ଜିଲ୍ଲାର ଜଣେ ସରକାରୀ ଅଧିକାରୀ ।

ତ୍ରୁଟିପୂର୍ଣ୍ଣ ଚିଠି ଦେଇ ଉପହାସିତ ଉଲୁଣ୍ଡା ବିଡିଓ,  ସମାଲୋଚନା ପରେ ସଂଶୋଧନ
ତ୍ରୁଟିପୂର୍ଣ୍ଣ ଚିଠି ଦେଇ ଉପହାସିତ ଉଲୁଣ୍ଡା ବିଡିଓ, ସମାଲୋଚନା ପରେ ସଂଶୋଧନ

ଘଟଣାଟି ଏହିପରି: ଗତ 20 ଜାନୁୟାରୀ 2024ରେ ଉଲୁଣ୍ଡା ପଞ୍ଚାୟତ ସମିତିର ଗୋଷ୍ଠୀ ଉନ୍ନୟନ ଅଧିକାରୀ କରିସ୍ମା ଭେସେରା ଉଲୁଣ୍ଡା ଥାନା ଅଧିକାରୀଙ୍କୁ ଏକ ଅନୁରୋଧ ପତ୍ର ପ୍ରଦାନ କରିଥିଲେ । କାର୍ଯ୍ୟାଳୟ ପତ୍ର ସଂଖ୍ୟା 178, ତା-20 ଜାନୁଆରୀ 2024ରେ ବିଦ୍ୟାଳୟଗୁଡିକର ସ୍କାଉଟ ଗାଇଡ଼ ଛାତ୍ରଛାତ୍ରୀଙ୍କ ଡ୍ରିଲ ଅଭ୍ୟାସ ପାଇଁ ଦୁଇ ଜଣ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରିବା ପାଇଁ ଅନୁରୋଧ ପତ୍ରରେ ଅନୁରୋଧ କରିଥିଲେ । ତେବେ ଅନୁରୋଧ ପତ୍ରରେ ଅଭ୍ୟାସ ପରେଡ ପାଇଁ ଆଗାମୀ 77ତମ ସ୍ବାଧିନତା ଦିବସ ପାଇଁ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରିବା ପାଇଁ ଲେଖିଛନ୍ତି । ହେଲେ ଚଳିତ ବର୍ଷ 75ତମ ଗଣତନ୍ତ୍ର ଦିବସ ଦେଶ ପାଳନ କରିଛି । ଏହି ତ୍ରୁଟି ପାଇଁ ଉଲୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ କରିସ୍ମା ଭେସେରା ଉପହାସିତ ହେଉଥିବା ବେଳେ ବିଭିନ୍ନ ମହଲରେ ଓଡ଼ିଶା ପ୍ରଶାସନିକ ସେବାର ଜଣେ ଅଧିକାରୀ ଏଭଳି ଭୁଲକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି ।

ତ୍ରୁଟିପୂର୍ଣ୍ଣ ଚିଠିଟି ମୋବାଇଲରୁ ମୋବାଇଲ ଘରିବୁଲୁଥିବା ବେଳେ, ବୁଦ୍ଧିଜୀବି ମହଲରେ ଉଦବେଗ ପ୍ରକାଶ ପାଇଥିଲା । ପରେ ତ୍ରୁଟିପୂର୍ଣ୍ଣ ଚିଠି ସମ୍ପର୍କରେ ଜାଣିପାରି ଜାନୁୟାରୀ 26 ତାରିଖ ଶେଷ ହୋଇଯାଇଥିଲେ ମଧ୍ୟ ପୁଣିଥରେ ପିଛିଲା ଭାବେ ସାନି ଚିଠି ଲେଖିଛନ୍ତି ସମୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ । ଏହାକୁ ନେଇ ଏବେ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.