ETV Bharat / state

ସମ୍ବଲପୁର ଗସ୍ତବେଳେ ଏକାଧିକ ରେଳବାଇ ପ୍ରକଳ୍ପ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Feb 1, 2024, 9:17 PM IST

ସମ୍ବଲପୁର ଗସ୍ତବେଳେ ଏକାଧିକ ରେଳବାଇ ପ୍ରକଳ୍ପ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ
ସମ୍ବଲପୁର ଗସ୍ତବେଳେ ଏକାଧିକ ରେଳବାଇ ପ୍ରକଳ୍ପ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

PM Modi Inaugurate Railway Projects: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବଲପୁର ଗସ୍ତକୁ ଆଉ ମାତ୍ର କେଇ ଘଣ୍ଟା ବାକି l ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ସରିଛି । ଆଇଆଇଏମ ସମ୍ବଲପୁର ଲୋକାର୍ପଣ ପାଇଁ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହା ବ୍ୟତୀତ ରେଳବାଇର କେତେକ ପ୍ରକଳ୍ପର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ

ସମ୍ବଲପୁର ଗସ୍ତବେଳେ ଏକାଧିକ ରେଳବାଇ ପ୍ରକଳ୍ପ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବଲପୁର ଗସ୍ତକୁ ଆଉ ମାତ୍ର କେଇ ଘଣ୍ଟା ବାକି l ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ସରିଛି l ଆଇଆଇଏମ ସମ୍ବଲପୁର ଲୋକାର୍ପଣ ପାଇଁ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହା ବ୍ୟତୀତ ରେଳବାଇର କେତେକ ପ୍ରକଳ୍ପର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ମୋଦି । ଏନେଇ ଆଜି ସମ୍ବଲପୁର ରେଳ ଡିଭିଜନର DRM ତୁଷାର କାନ୍ତ ପାଣ୍ଡେ ସୂଚନା ଦେଇଛନ୍ତି l

ଆସନ୍ତା 3 ରେ ସମ୍ବଲପୁର ଆସୁଛନ୍ତି ମୋଦି l ପ୍ରଧାନମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ସମୟରେ ସମ୍ବଲପୁର ରେଳ ମଣ୍ଡଳର 3 ପ୍ରକଳ୍ପର ଲୋକାର୍ପଣ କରିବେ ମୋଦି l ଏହି ପ୍ରକଳ୍ପ ମଧ୍ୟରେ ରହିଛି ସମ୍ବଲପୁର ମୂଖ୍ୟ ରେଳ ଷ୍ଟେସନର ପୁନଃ ନିର୍ମାଣ କାର୍ଯ୍ୟ, ଝାରତରଭା -ସୋନପୁର ପର୍ଯ୍ୟନ୍ତ ନୂତନ ରେଳ ଲାଇନର ଶୁଭାରମ୍ଭ ଓ ସମ୍ବଲପୁର - ତାଳଚେର ଲାଇନର ଦୋହରୀକରଣ ପ୍ରକଳ୍ପର ଲୋକାର୍ପଣ କାର୍ଯ୍ୟକ୍ରମ l ଏହା ସହ ସୋନପୁର - ପୁରୀ ମଧ୍ୟରେ ନୂତନ ସାପ୍ତାହିକ ଟ୍ରେନ ଚଳାଚଳର ଶୁଭାରମ୍ଭ କାର୍ଯ୍ୟକ୍ରମ ମଧ୍ୟ ରହିଛି l ଏହି ସବୁ ପ୍ରକଳ୍ପର ଲୋକାର୍ପଣ ଭିସି ଯୋଗେ କରିବେ ପ୍ରଧାନମନ୍ତ୍ରୀ l ସମ୍ବଲପୁର ଆଇଆଇଏମରୁ ହିଁ ଏହି ପ୍ରକଳ୍ପର ଲୋକାର୍ପଣ ହେବ l ଏନେଇ ସମ୍ବଲପୁର ଡିଆରଏମ ତୁଷାରକାନ୍ତ ପାଣ୍ଡେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l ଏଥିପାଇଁ ରେଳ ବିଭାଗ ସମସ୍ତ ପ୍ରକାର ପ୍ରସ୍ତୁତି କରି ସାରିଛି ବୋଲି DRM କହିଛନ୍ତି l ଏହି ସବୁ ପ୍ରକଳ୍ପ ପଶ୍ଚିମ ଓଡିଶାବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ରହିଥିଲା ବୋଲି ଡିଆରଏମ ସୂଚନା ଡେଇଛନ୍ତି l

ଅଧିକ ପଢନ୍ତୁ- ଉଦଘାଟନ ପାଇଁ ପ୍ରସ୍ତୁତ ଆଇଆଇଏମ ସମ୍ବଲପୁର, ପ୍ରଧାନମନ୍ତ୍ରୀଙ୍କୁ ଅପେକ୍ଷା

ସେହିପରି DRM କହିଛନ୍ତି ସମ୍ବଲପୁର ମୁଖ୍ୟ ରେଳ ଷ୍ଟେସନର ଆଧୁନିକୀକରଣ ପାଇଁ 348 କୋଟିର ପାଣ୍ଠି ମଞ୍ଜୁର ହୋଇଛି l ସମ୍ବଲପୁର ତାଳଚେର ରେଳ ଲାଇନ ଦୋହରୀକରଣ କାର୍ଯ୍ୟରେ 1539 କୋଟି ଖର୍ଚ୍ଚ ହୋଇ ସାରିଛି l ଅନ୍ୟପଟେ ଝାରତରଭାରୁ ସୋନପୁରର ରେଳ ଲାଇନର ଦୂରତା 21.7 କିମି ରହିଛି ଯାହାକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ l ସୂଚନାଯୋଗ୍ୟଯେ ପ୍ରଥମ ଥର ପାଇଁ ସୋନପୁର ଜିଲ୍ଲାକୁ ଟ୍ରେନ ଚାଲିବ l ଏହି ଅବସରରେରେ ସମ୍ବଲପୁର DRM କହିଥିଲେ ଯେ ଆଗାମୀ ଦିନରେ ଓଡିଶାରେ କେନ୍ଦ୍ର ସରକାର ରେଳବାଇ କ୍ଷେତ୍ରରେ 52 ହଜାର କୋଟି ନିବେଶ କରିବେ l ଏହା ସହ ହାତୀ ସୁରକ୍ଷା ପାଇଁ ରେଳବାଇ ସ୍ବତନ୍ତ୍ର ଟେକନୋଲୋଜି ବ୍ୟବହାର କରିବ ।

ଅନ୍ୟପଟେ ମିଳିଥିବା ସୂଚନା ଅନୁସାରେ ଆସନ୍ତା 3 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡାରେ ବିମାନ ବନ୍ଦରରେ ଅବତରଣ କରିବେ । ସେଠାରୁ ବାୟୁସେନାର ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ସମ୍ବଲପୁର ଆଇଆଇଏମ ହେଲିପ୍ୟାଡରେ ପହଞ୍ଚିବେ l ଏଠାରେ ପହଞ୍ଚିବା ପରେ ସମ୍ବଲପୁର ଆଇଆଇଏମର ଲୋକାର୍ପଣ ଉତ୍ସବରେ ସାମିଲ ହେବେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.