ETV Bharat / state

ଉଦଘାଟନ ପାଇଁ ପ୍ରସ୍ତୁତ ଆଇଆଇଏମ ସମ୍ବଲପୁର, ପ୍ରଧାନମନ୍ତ୍ରୀଙ୍କୁ ଅପେକ୍ଷା

author img

By ETV Bharat Odisha Team

Published : Jan 30, 2024, 10:51 PM IST

ଉଦଘାଟନ ପାଇଁ ପ୍ରସ୍ତୁତ ଆଇଆଇଏମ ସମ୍ବଲପୁର, ପ୍ରଧାନମନ୍ତ୍ରୀଙ୍କୁ ଅପେକ୍ଷା
ଉଦଘାଟନ ପାଇଁ ପ୍ରସ୍ତୁତ ଆଇଆଇଏମ ସମ୍ବଲପୁର, ପ୍ରଧାନମନ୍ତ୍ରୀଙ୍କୁ ଅପେକ୍ଷା

PM Modi to Inaugurate IIM Sambalpur Campus: ସମ୍ବଲପୁର ଆଇଆଇଏମର ସ୍ଥାୟୀ କ୍ୟାମ୍ପସକୁ ଉଦଘାଟନ କରିବାକୁ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l ଏନେଇ ସମସ୍ତ ପ୍ରସ୍ତୁତି ପ୍ରାୟ ସରି ଯାଇଥିବା ବେଳେ ସମସ୍ତେ ଉତ୍ସାହିତ ଥିବା କହିଛନ୍ତି ନିର୍ଦ୍ଦେଶକ l ସମ୍ବଲପୁର ଆଇଆଇଏମର ସ୍ଥାୟୀ କ୍ୟାମ୍ପସକୁ ପ୍ରଧାନମନ୍ତ୍ରୀ ନିଜେ ଶିଳାନ୍ୟାସ କରିଥିବା ବେଳେ 400 କୋଟିର ଏହି ପ୍ରକଳ୍ପକୁ ଏବେ ନିଜ ଉଦଘାଟନ କରିବାକୁ ଆସୁଛନ୍ତି l ଅଧିକ ପଢନ୍ତୁ

ଉଦଘାଟନ ପାଇଁ ପ୍ରସ୍ତୁତ ଆଇଆଇଏମ ସମ୍ବଲପୁର, ପ୍ରଧାନମନ୍ତ୍ରୀଙ୍କୁ ଅପେକ୍ଷା

ସମ୍ବଲପୁର: ଆସନ୍ତା 3 ରେ ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l ସମ୍ବଲପୁରରେ ପ୍ରଧାନମନ୍ତ୍ରୀଙ୍କ ଦୁଇଟି ଗୋଟି କାର୍ଯ୍ୟକ୍ରମ ରହିଛି l ସମ୍ବଲପୁର ଗସ୍ତରେ ଆସି ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ପରେ ସମ୍ବଲପୁର ସହରର ସ୍ଥିତ ରେମେଡ ପଡିଆରେ "ବିଶାଳ ଗ୍ୟାରେଣ୍ଟି ସମାବେଶ" ରେ ଯୋଗ ଦେଇ ଜନ ସାଧରଣଙ୍କୁ ଉଦବୋଧନ ଦେବେ । ଏଥିପାଇଁ ସମ୍ବଲପୁର ଆଇଆଇଏମ ପୁରାପୁରି ପ୍ରସ୍ତୁତ ଥିବା କହିଛନ୍ତି ନିର୍ଦ୍ଦେଶକ ମହାଦେବ ପ୍ରସାଦ ଜୟସ୍ବାଲ l

ଅଧିକ ପଢନ୍ତୁ- ଆଇଆଇଏମ ସମ୍ବଲପୁରକୁ ମିଳିବ ସ୍ଥାୟୀ କ୍ୟାମ୍ପସ, ହେଲା ଭିତ୍ତିପ୍ରସ୍ତର ସ୍ଥାପନ

ସମ୍ବଲପୁର ଆଇଆଇଏମର ସ୍ଥାୟୀ କ୍ୟାମ୍ପସକୁ ଉଦଘାଟନ କରିବାକୁ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l ଏନେଇ ସମସ୍ତ ପ୍ରସ୍ତୁତି ପ୍ରାୟ ସରି ଯାଇଥିବା ବେଳେ ସମସ୍ତେ ଉତ୍ସାହିତ ଥିବା କହିଛନ୍ତି ନିର୍ଦ୍ଦେଶକ l ସମ୍ବଲପୁର ଆଇଆଇଏମର ସ୍ଥାୟୀ କ୍ୟାମ୍ପସକୁ ପ୍ରଧାନମନ୍ତ୍ରୀ ନିଜେ ଶିଳାନ୍ୟାସ କରିଥିବା ବେଳେ 400 କୋଟିର ଏହି ପ୍ରକଳ୍ପକୁ ଏବେ ନିଜ ଉଦଘାଟନ କରିବାକୁ ଆସୁଛନ୍ତି l ଏହା ନିଶ୍ଚିତ ଭାବେ ଖୁସିର ବିଷୟ ବୋଲି କହିଛନ୍ତି ନିର୍ଦ୍ଦେଶକ ମହାଦେବ ପ୍ରସାଦ ଜୟସ୍ବାଲ l ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଶିକ୍ଷାବିତ, ବୁଦ୍ଧିଜୀବୀ, ଡାକ୍ତର, ଇଞ୍ଜିନିଅରଙ୍କୁ ନିମନ୍ତ୍ରଣ କରାଯାଇଛି l ଏଠାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ 30 ରୁ 40 ମିନିଟ ରହିବ l ଏଥିପାଇଁ କ୍ୟାମ୍ପସ ଭିତରେ 3 ଟି ହେଲିପ୍ୟାଡ ପ୍ରସ୍ତୁତ ହୋଇଛି l

ସୂଚନାଯୋଗ୍ୟ ଯେ ଓଡିଶାରେ ଗୋଟିଏ ଆଇଆଇଏମ ପ୍ରତିଷ୍ଠା ପାଇଁ ତତ୍କାଳୀନ ଅର୍ଥମନ୍ତ୍ରୀ ସ୍ବର୍ଗୀୟ ଅରୁଣ ଜେଟଲୀ 2015 ରେ ଘୋଷଣା କରିଥିଲେ। ହେଲେ କେଉଁଠି ଏହାର ପ୍ରତିଷ୍ଠା ହେବ ତାହାକୁ ନେଇ ରାଜନୀତି ଚାଲିଲା । ବହୁ ଆନ୍ଦୋଳନ ପରେ ସମ୍ବଲପୁରରେ ଆଇଆଇଏମ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ l ପରେ ଜିଲ୍ଲାର ଶାସନ ଅଞ୍ଚଳର ସିଲିକନ ଇଞ୍ଜିନିୟରିଂ କଲେଜରେ ଆଇଆଇଏମର ଅସ୍ଥାୟୀ କ୍ୟାମ୍ପସ ଆରମ୍ଭ ହୋଇଥିଲା l ଏହା ପରେ 2018 ମାର୍ଚ୍ଚରେ ସମ୍ବଲପୁର ବିଶ୍ଵବିଦ୍ୟାଳୟ ପରିସର ଭିତରେ ଥିବା ଅନ୍ୟ ଏକ ଅସ୍ଥାୟୀ କ୍ୟାମ୍ପସକୁ ଏହା ସ୍ଥାନାନ୍ତରିତ ହୋଇଥିଲା l ପରେ ସମ୍ବଲପୁର ଗୋଶାଳା ଅଞ୍ଚଳରେ ଏହାର ସ୍ଥାୟୀ କ୍ୟାମ୍ପସ ନିର୍ମାଣ ସମ୍ପୂର୍ଣ ହେବା ପରେ 2023 ମାର୍ଚ୍ଚରେ ନିଜସ୍ବ ସ୍ଥାୟୀ କ୍ୟାମ୍ପସକୁ ସ୍ଥାନାନ୍ତରିତ ହୋଇଥିଲା ଆଇଆଇଏମ ସମ୍ବଲପୁର l

ଅଧିକ ପଢନ୍ତୁ- ଥ୍ରୀ ‘ଏମ’ କାର୍ଯ୍ୟକାରୀ କରିବାର ସମୟ ଆସିଛି: IIM ସମ୍ବଲପୁର ନିର୍ଦ୍ଦେଶକ

ସବୁଠାରୁ ବଡକଥା ହେଲା ସମ୍ବଲପୁର ଆଇଆଇଏମ 200 ଏକରରୁ ଅଧିକ ଜମିରେ ପରିବ୍ୟାପ୍ତ। ଜମି ଭିତ୍ତିଭୂମି ଦୃଷ୍ଟିରୁ ଏହା ଦେଶର ସବୁଠାରୁ ବୃହତ୍ତମ ଆଇଆଇଏମ କ୍ୟାମ୍ପସ l ଏହା ସହ ଏହି କ୍ୟାମ୍ପସରେ ଡିଜିଟାଲ,ଫିଜିକାଲ ଓ ବ୍ଲେଣ୍ଡେଡ କ୍ଲାସ ରୁମ ରହିଛି। ଯାହା ବହୁ ଅତ୍ୟାଧୁନିକ ଅଟେ l ଏହା ସହ ଏଠାରେ ନାଇଟ ସ୍ପୋଷ୍ଟର୍ସ ପାଇଁ ସୁବିଧା, ଫିଫା ଷ୍ଟାଣ୍ଡାର୍ଡର ଷ୍ଟାଡିୟମ ରହିଛି l ଏହା ବ୍ୟତୀତ 500 ଟି MBA ସିଟ, 120 ଟି ଏଗଜିକ୍ୟୁଟିବ MBA ସିଟ, 70 ଟି PHD ସିଟ ରହିଛି l ସମ୍ବଲପୁର ଆଇଆଇଏମ 100% ପ୍ରତିଶତ ପ୍ଲେସମେଣ୍ଟ ଦେଇ ଆସୁଛି l ଏଠାରେ 40 ଜଣ ଫ୍ୟାକଲଟି ପଦବୀ ଓ 60 ଜଣ ଅଣ ଶିକ୍ଷକ ପଦବୀ ରହିଛି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.