ETV Bharat / city

ଆଇଆଇଏମ ସମ୍ବଲପୁରକୁ ମିଳିବ ସ୍ଥାୟୀ କ୍ୟାମ୍ପସ, ହେଲା ଭିତ୍ତିପ୍ରସ୍ତର ସ୍ଥାପନ

author img

By

Published : Jan 2, 2021, 11:47 AM IST

Updated : Jan 2, 2021, 12:48 PM IST

ଆଇଆଇଏମ ସମ୍ବଲପୁର ସ୍ଥାୟୀ କ୍ୟାମ୍ପସର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଅଧିକ ପଢନ୍ତୁ...

ଆଇଆଇଏମ ସମ୍ବଲପୁର
ଆଇଆଇଏମ ସମ୍ବଲପୁର

ସମ୍ବଲପୁର: ଆଇଆଇଏମ ସମ୍ବଲପୁର ସ୍ଥାୟୀ କ୍ୟାମ୍ପସର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ମାଧ୍ୟମରେ ଏହାର ଶିଳାନ୍ୟାସ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ, ସାଂସଦଙ୍କ ସମେତ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇଥିଲେ ।

ଆଇଆଇଏମ ସମ୍ବଲପୁରକୁ ମିଳିବ ସ୍ଥାୟୀ କ୍ୟାମ୍ପସ, ହେଲା ଭିତ୍ତିପ୍ରସ୍ତର ସ୍ଥାପନ

ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବା ପରେ ଶ୍ରୀଜଗନ୍ନାଥ ଓ ମା’ ସମଲେଇଙ୍କୁ ପ୍ରଣାମ କରି ନିଜ ଅଭିଭାଷଣ ରଖିଛନ୍ତି । ଓଡିଆରେ ନିଜ ଅଭିଭାଷଣ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଓଡିଶାବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ଏ ସମୟ ବିଶ୍ବରେ ଭାରତର ସାମର୍ଥ୍ୟ ପ୍ରକାଶର ସମୟ ବୋଲି କହିବା ସହ ସମ୍ବଲପୁର ଏକ ଏଜୁକେସନ ହବ୍‌ ହେବାକୁ ଯାଉଥିବା ମୋଦି କହିଛନ୍ତି ।

ସେହିପରି ସମ୍ବଲପୁର ପ୍ରାକୃତିକ ପରିବେଶ ମଧ୍ୟରେ ଘେରି ରହିଛି । ଆଇଆଇଏମ ଛାତ୍ରଛାତ୍ରୀମାନଙ୍କ ଉପରେ ଲୋକାଲକୁ ଭୋକାଲ କରିବା ଦାୟିତ୍ବ ରହିଛି । ସମ୍ବଲପୁରରେ ସବୁକିଛି ଭରପୂର ରହିଛି । ପର୍ଯ୍ୟଟନଠାରୁ ଆରମ୍ଭ କରି ସ୍ଥାନୀୟ ଉତ୍ପାଦ ସବୁକିଛି ଏଠାରେ ରହିଛି । ଛାତ୍ରଙ୍କୁ ନୂଆ ନୂଆ ଯୋଜନା ନେଇ କାମ କରିବାକୁ ପଡିବ । ଓଡିଶାର ପର୍ଯ୍ୟଟନସ୍ଥଳୀ ସହିତ ସ୍ଥାନୀୟ ଉତ୍ପାଦକୁ ବିଶ୍ବସ୍ତରୀୟ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେହିପରି ଦେଶରେ ପୂର୍ବରୁ 13ଟି ଆଇଆଇଏମ ଥିବାବେଳେ ଏବେ 20ଟି ରହିଛି । ଯାହାର ଫାଇଦା ଆମକୁ ନେବାକୁ ପଡିବ ବୋଲି ସେ ଦର୍ଶାଇଛନ୍ତି । ସେପଟେ ସମ୍ବଲପୁରୀ ଟେକ୍ସଟାଇଲ୍‌ର ଚାହିଦା ସାରା ବିଶ୍ବରେ ଥିବା ମୋଦି କହିଛନ୍ତି ।

ଅନ୍ୟପଟେ ଟେକ୍ନୋଲୋଜି ଆଜି ସବୁ ଭୌଗୋଳିକ ସମସ୍ୟାକୁ ଦୂର କରିପାରିଛି ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି । ବିକାଶ ପାଇଁ ସର୍ଟ ଟର୍ମ ବଦଳରେ ଲଙ୍ଗ ଟର୍ମ ପଲିସି ଦରକାର ବୋଲି ମୋଦି କହିଛନ୍ତି । ସେପଟେ ଉଜ୍ବଳା ଯୋଜନା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି ମୋଦି । 60 ବର୍ଷରେ ଦେଶରେ କେବଳ 14 କୋଟି ଗ୍ୟାସ ସଂଯୋଗ ହୋଇଥିଲା, ଆମେ 6 ବର୍ଷରେ ଆଉ 14କୋଟି ଗ୍ୟାସ ସଂଯୋଗ କରାଇଛୁ ବୋଲି ମୋଦି କହିଛନ୍ତି ।

ସମ୍ବଲପୁରରୁ ବାଦଶାହ ଯୁଶ୍ମନ ରଣା, ଇଟିଭି ଭାରତ

Last Updated :Jan 2, 2021, 12:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.