ଥ୍ରୀ ‘ଏମ’ କାର୍ଯ୍ୟକାରୀ କରିବାର ସମୟ ଆସିଛି: IIM ସମ୍ବଲପୁର ନିର୍ଦ୍ଦେଶକ

By

Published : May 22, 2021, 5:13 PM IST

Updated : May 22, 2021, 8:04 PM IST

thumbnail

ଭୁବନେଶ୍ବର: କୋରୋନା ମହାମାରୀ ଶିକ୍ଷା କ୍ଷେତ୍ର ପାଇଁ ଆଣିଛି ବଡ ଆହ୍ବାନ । ଏହାସହ ଦେଶର ଛାତ୍ରଛାତ୍ରୀଙ୍କ ପାଇଁ ଆଣିଛି ନୂଆ ସୁଯୋଗ। ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ ହେଉ ବା କୃଷି ବର୍ତ୍ତମାନ ପରିସ୍ଥିତିରେ ସମସ୍ୟାରୁ ଉପରକୁ ଉଠି ଆମକୁ ନୂଆ ସମାଧାନ ଦିଗରେ ଆଗକୁ ବଢିବାକୁ ହେବ। ଗତ ଦୁଇଟି ଶିକ୍ଷାବର୍ଷରେ ଛାତ୍ରାଛାତ୍ରୀ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ନୂଆ ସମାଧାନ ମଧ୍ୟ ଖୋଜିଛନ୍ତି । ସମସ୍ୟାରେ ଖାଲି ଶିକ୍ଷା ବ୍ୟବସ୍ଥା ପଡିନି, ବହୁ କ୍ଷେତ୍ର ମହାମାରୀରେ ପ୍ରଭାବିତ ହୋଇଛି । ଦେଶର ଛାତ୍ରଛାତ୍ରୀ ନିରାଶାର ବାତାବରଣରୁ ବାହାରି ଏହି ବିପରୀତ ପରିସ୍ଥିତିରୁ ସୁଯୋଗ ସୃଷ୍ଟି କରିବା ଉଚିତ। ଏହା ସହ ସରକାର ବର୍ତ୍ତମାନ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଆବଶ୍ୟକ। ପୁରୁଣା ପଦ୍ଧତିକୁ ନେଇ ନୂଆ ନୂଆ ଗବେଷଣା ଓ ପାଠ୍ୟକ୍ରମରେ ଆରମ୍ଭ କରନ୍ତୁ । ମହାମାରୀ ଅନ୍ଧକାରରୁ ବାହାରି ଆମକୁ ଭବିଷ୍ୟତର ଉଜ୍ଜଳତମ ସମୟକୁ ଯିବାକୁ ପଡିବ । ଏହା କହିଛନ୍ତି ଆଇଆଇଏମ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସୱାଲ । ଇଟିଭି ଭାରତ ଡିଜିଟାଲ ଡାଏଲଗକୁ ସାକ୍ଷାତକାର ଦେଇ ପ୍ରଫେସର ନିର୍ଦ୍ଦେଶକ ମହାଦେବ ଜୟସ୍ବାଲ ଶିକ୍ଷା ବ୍ୟବସ୍ଥାର ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ମତ ରଖିଛନ୍ତି । ସାକ୍ଷାତକାର ରୁଦ୍ର ନାରାୟଣ ଦାସ (ବ୍ୟୁରୋ ଚିଫ) ଇଟିଭି ଭାରତ ଓଡିଶା

Last Updated : May 22, 2021, 8:04 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.