ETV Bharat / state

ଶେଷ ପର୍ଯ୍ୟାୟ ଲଢେଇ ପାଇଁ ସରିଲା ପ୍ରସ୍ତୁତି, 460 ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା - CEO ON ELECTION PREPARATION

author img

By ETV Bharat Odisha Team

Published : May 30, 2024, 6:56 PM IST

Odisha 4th Phase Election Preparation: ଜୁନ ୧ରେ ଚତୁର୍ଥ ପର୍ଯ୍ୟାୟ ଅର୍ଥାତ୍ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ । 6ଟି ସଂସଦୀୟ କ୍ଷେତ୍ରର 42ଟି ବିଧାନସଭା ଆସନରେ ହେବ ମତଦାନ । ଅଧିକ ପଢନ୍ତୁ

Election Preparation
Election Preparation (ETV Bharat Odisha)

ଭୁବନେଶ୍ବର: ଚତୁର୍ଥ ପର୍ଯ୍ୟାୟରେ 6ଟି ସଂସଦୀୟ କ୍ଷେତ୍ରର 42ଟି ବିଧାନସଭା ଆସନରେ ହେବ ନିର୍ବାଚନ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି, "ଚତୁର୍ଥ ପର୍ଯ୍ୟାୟରେ ସବୁଠାରୁ ଅଧିକ ଭୋଟର ରହିଛନ୍ତି । 99 ଲକ୍ଷ 61 ହଜାର 057 ଲକ୍ଷ ଭୋଟର ମତଦାନ କରିବେ । ପୁରୁଷ ଭୋଟର 50 ଲକ୍ଷ 88ହଜାର 076 ଲକ୍ଷ, ମହିଳା ଭୋଟର 48ଲକ୍ଷ 72 ହଜାର 294 ଲକ୍ଷ ଏବଂ ତୃତୀୟଲିଙ୍ଗୀ ଭୋଟର 687 ଜଣ । 10 ହଜାର 882ଟି ମତଦାନ କେନ୍ଦ୍ରରେ ମତଦାନ କରିବେ ଭୋଟର । 14 ଶହ ବୁଥ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ, ସେଥିମଧ୍ୟରୁ 20 % ଆଦର୍ଶ ବୁଥ ରହିଛି । 70 ହଜାରରୁ ଅଧିକ ପୋଲିଂ କର୍ମଚାରୀ ନିୟୋଜିତ ହେବେ ।"

ସେ ଆହୁରି କହିଛନ୍ତି,"ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ 460 ଜଣ ପ୍ରାର୍ଥୀ ଅଛନ୍ତି । 394 ବିଧାନସଭା ପ୍ରାର୍ଥୀ ଓ 66 ଲୋକସଭା ପ୍ରାର୍ଥୀ । CAPF 125 କମ୍ପାନୀ ମୁତୟନ ହେବେ । ଯାଜପୁରରେ 20, ବାଲେଶ୍ୱରରେ 22, କେନ୍ଦ୍ରାପଡ଼ାରେ 18, ଭଦ୍ରକରେ 16, ଜଗତସିଂହପୁରରେ 12, ମୟୂରଭଞ୍ଜରେ 18, କଟକରେ 12, ପୁରୀରେ 7 ମୁତୟନ ହେବେ । PWD ଭୋଟରଙ୍କ ପାଇଁ ନିଃଶୁଳ୍କ ପରିବହନ ବ୍ୟବସ୍ଥା ହୋଇଛି । ପୋଲିଂ ବୁଥକୁ ମୋବାଇଲ ମନା । ତେଣୁ ଏଜେଣ୍ଟ ଓ ଭୋଟର ବୁଥକୁ ମୋବାଇଲ ନେଇପାରିବେ ନାହିଁ । 2019ରେ ଏହି 6ଟି ସଂସଦୀୟ କ୍ଷେତ୍ରରେ 74% ମତଦାନ ହାର ରହିଥିଲା । ବୋଲଗଡ଼ର ବୁଥ ଭିତର ସିସିଟିଭି ଭିଡିଓ ଭାଇରାଲ ଘଟଣାରେ ତଦନ୍ତ କରି ରିପୋର୍ଟ ଦେବେ ଖୋର୍ଦ୍ଧା ଜିଲ୍ଲାପାଳ ।"

ଗତ ୩ ନିର୍ବାଚନ ପୂର୍ବରୁ ଜବତ ଟଙ୍କା ପରିମାଣ:

"2014ରେ 20 କୋଟି, 2019ରେ 44.07 କୋଟି, 2024ରେ ଆଜି ପର୍ଯ୍ୟନ୍ତ 275 କୋଟି ଟଙ୍କା ଜବତ ହୋଇଛି । 2014ରେ 1.89 କୋଟି, 2019ରେ 1.87କୋଟି, 2024 ବର୍ତ୍ତମାନ ସୁଦ୍ଧା 20.08 କୋଟି ଟଙ୍କା ଜବତ ହୋଇଛି । ମତଦାନ ହାର 2019 ତୁଳନାରେ ଅଧିକ ରହିଛି । ଭୁବନେଶ୍ୱର ମତଦାନ ହାର 50%ରୁ ଅଧିକ ରହିଛି । ଆଜି ପର୍ଯ୍ୟନ୍ତ ମୋଟ 275 କୋଟି ଜବତ କରାଯାଇଛି । 20.08 କୋଟି ଟଙ୍କା ଜବତ ହୋଇଛି । ଚଳିତ ନିର୍ବାଚନରେ ହିଂସା କମ୍ ହୋଇଛି । ଗତ 3 ପର୍ଯ୍ୟାୟ ନିର୍ବାଚନ ଶାନ୍ତି ଶୃଙ୍ଖଳାରେ ହୋଇଛି । ମତଦାନ ହାର 2019 ଅପେକ୍ଷାକୃତ ଅଧିକ ହୋଇଛି । ଏପରିକି ଭୁବନେଶ୍ୱରରେ 50 ପ୍ରତିଶତରୁ ଅଧିକ ମତଦାନ ରେକର୍ଡ କରାଯାଇଛି । ଭୋଟରମାନଙ୍କ ଭିତରେ ଉତ୍ସାହ ଦେଖାଦେଇଛି । ଭିନ୍ନକ୍ଷମ ଭୋଟର ଘରେ ଭୋଟ ଦେବାର ସୁବିଧା ହୋଇଥିଲା । ଯୁବ ଭୋଟରମାନେ ମତଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ । 1998 ପରେ 2024ରେ ମାଓ ଅଞ୍ଚଳରେ ଭଲରେ ମତଦାନ ହୋଇଛି। ସୁରକ୍ଷା କର୍ମଚାରୀ ଧନ୍ୟବାଦର ପାତ୍ର । ଶାନ୍ତିପୂର୍ଣ୍ଣ ବାତାବରଣ ସୃଷ୍ଟି କରିଛନ୍ତି" ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

ଏହା ବି ପଢନ୍ତୁ...ଓଡ଼ିଆ ନ୍ୟୁଜ ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ, ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ଏମ୍ସରେ ଆଶିଷ ସିଂହ

ମତଦାନ ପ୍ରସ୍ତୁତି :
ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଯାଜପୁର ଏବଂ ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ 42ଟି ନିର୍ବାଚନ ମଣ୍ଡଳୀରେ ଭୋଟ ହେବ। ପ୍ରାୟ 1 କୋଟି ଭୋଟର ମତଦାନ କରିବେ । ସକାଳ 7 ରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ମତଦାନ ଚାଲିବ । 14ଶହରୁ ଅଧିକ ମତଦାନ କେନ୍ଦ୍ର ଥିବାବେଳେ ମହିଳା ପୋଲିଂ କର୍ମଚାରୀଙ୍କ ଦ୍ଵାରା ପରିଚାଳିତ ହେବ । ଆଶାକର୍ମୀ ଏବଂ ସ୍ୱେଚ୍ଛାସେବୀ ନିୟୋଜିତ ଅଛନ୍ତି । ସମ୍ଭାବ୍ୟ ଅଂଶୁଘାତର ଚିକିତ୍ସା ପାଇଁ ବ୍ୟବସ୍ଥା ରହିବ । 108 ଆମ୍ବୁଲାନ୍ସ ସହ PHC ଓ CHCରେ ଅଂଶୁଘାତ ୱାର୍ଡ ରଖାଯାଇଛି ।

ବରିଷ୍ଠ ଓ ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା:

ବରିଷ୍ଠ ଭୋଟର ଏବଂ ଭିନ୍ନକ୍ଷମଙ୍କ ପାଇଁ ସ୍ୱେଚ୍ଛାସେବୀ ରହିବେ । ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଧାଡି ନିକଟରେ ବେଞ୍ଚ ବ୍ୟବସ୍ଥା କରାଯିବ । ବରିଷ୍ଠ ନାଗରିକ ଏବଂ PWD ଭୋଟରଙ୍କ ପାଇଁ ନିଶୁଳ୍କ ପରିବହନ ବ୍ୟବସ୍ଥା କରାଯାଇଛି । ଭୋଟର ଗାଇଡ୍, ପୋଲିଂ ବୁଥକୁ ମୋବାଇଲ ମନା । ଭୋଟର, ପୋଲିଂ ଅଫିସର ଫୋନ ନେଇପାରିବେ ନାହିଁ । କେବଳ ପ୍ରିଜାଇଡିଂ ଅଫିସର ନିହାତି ଆବଶ୍ୟକତାକୁ ଦୃଷ୍ଟିରେ ରଖି ଫୋନ ବ୍ୟବହାର କରିପାରିବେ । ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବାଜୁ ଅପିଲ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ। "ସମସ୍ତେ ଆସି ଭୋଟ ଦିଅନ୍ତୁ, ନିଜର ବହୁମୂଲ୍ୟ ମତାମତ ସାବ୍ୟସ୍ତ କରନ୍ତୁ । 15ହଜାର ସି-ଭିଜିଲ ଅଭିଯୋଗ ଆସିଥିଲା । ତନ୍ମଧ୍ୟରୁ 11 ହଜାର ଅଭିଯୋଗର ସତ୍ୟତା ଥିଲା" ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.