ETV Bharat / snippets

ଓଡ଼ିଆ ନ୍ୟୁଜ ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ, ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ଏମ୍ସରେ ଆଶିଷ ସିଂହ

ଓଡ଼ିଆ ନ୍ୟୁଜ ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ
ଓଡ଼ିଆ ନ୍ୟୁଜ ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ (ETV Bharat Odisha)
author img

By ETV Bharat Odisha Team

Published : May 30, 2024, 11:03 AM IST

ଭୁବନେଶ୍ବର: ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରି ଓଡ଼ିଶା ବିଧାନସଭା ଫଳାଫଳ ସମ୍ପର୍କିତ ଏକଜିଟି ପୋଲ ପ୍ରସାରଣ କରିବା ଏକ ଘରୋଇ ଓଡ଼ିଆ ନ୍ୟୁଜ ଚ୍ୟାନେଲକୁ ମହଙ୍ଗା ପଡିଛି । ସମ୍ପୃକ୍ତ ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିସନ । ଆଜି ସନ୍ଧ୍ୟା ସାଢେ ୫ଟା ସୁଦ୍ଧା ଏନେଇ ରିପୋର୍ଟ ଦେବାକୁ ସିଇଓଙ୍କୁ ନିର୍ଦ୍ଦେଶ ରହିଛି । ଏପ୍ରିଲ୧୯ ସକାଳ ୭ଟାରୁ ଜୁନ ୧ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଓପିନିଅନ ପୋଲ ଓ ଏକଜିଟ ପୋଲ ଉପରେ କଟକଣା ଜାରି କରିଛନ୍ତି ଇସିଆଇ । ସେପଟେ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶକ୍ରମେ ଆଜି ଭୁବନେଶ୍ବରସ୍ଥିତ ଏମ୍ସରେ ଆଇପିଏସ ଆଶିଷ ସିଂହଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ହେଉଛି । ଏଥିପାଇଁ ଏମ୍ସ ଏକ ସ୍ବତନ୍ତ୍ର ମେଡିକାଲ ବୋର୍ଡ ଗଠନ କରିଛି । ବୋର୍ଡ ଆସନ୍ତାକାଲି ସୁଦ୍ଧା ଇସିଆଙ୍କ ନିକଟରେ ନିଜ ରିପୋର୍ଟ ଦାଖଲ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.