ETV Bharat / state

ପରୀ ହତ୍ୟା ଅଭିଯୁକ୍ତ ହାଇକୋର୍ଟର ଦ୍ବାରସ୍ଥ, ନୟାଗଡ ନିମ୍ନ ଅଦାଲତଙ୍କ ରାୟକୁ ଚ୍ୟାଲେଞ୍ଜ

author img

By ETV Bharat Odisha Team

Published : Mar 6, 2024, 10:35 PM IST

Pari Murder Accused Appeal On High Court : ପରୀ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଆସିଛି ନୂଆମୋଡ଼ । ନୟାଗଡ ନିମ୍ନ ଅଦାଲତଙ୍କ ରାୟ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ସରୋଜ ସେଠୀ । ଅଧିକ ପଢନ୍ତୁ

ପରୀ ହତ୍ୟା ଅଭିଯୁକ୍ତ ସରୋଜ ହାଇକୋର୍ଟର ଦ୍ବାରସ୍ଥ, ନୟାଗଡ ନିମ୍ନ ଅଦାଲତଙ୍କ ରାୟକୁ ଚ୍ୟାଲେଞ୍ଜ
ପରୀ ହତ୍ୟା ଅଭିଯୁକ୍ତ ସରୋଜ ହାଇକୋର୍ଟର ଦ୍ବାରସ୍ଥ, ନୟାଗଡ ନିମ୍ନ ଅଦାଲତଙ୍କ ରାୟକୁ ଚ୍ୟାଲେଞ୍ଜ

କଟକ: ପୁଣି ବହୁ ଚର୍ଚ୍ଚିତ ପରୀ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଆସିଛି ନୂଆମୋଡ଼ । ନୟାଗଡ ନିମ୍ନ ଅଦାଲତଙ୍କ ରାୟ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ସରୋଜ ସେଠୀ । ନୟାଗଡ ନିମ୍ନ ଅଦାଲତ ଦେଇଥିବା ରାୟ ବିରୋଧରେ ହାଇକୋର୍ଟରେ ଅପିଲ କଲେ ସରୋଜ । ପରୀ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ସରୋଜ ସେଠୀକୁ ଅଭିଯୁକ୍ତ ପ୍ରମାଣିତ କରି ୨୦ ବର୍ଷର ସଶ୍ରମ କାରାଦଣ୍ଡ ପାଇଁ ନିର୍ଦ୍ଦେଶ ଦେଇଥିଲେ ନୟାଗଡ ସ୍ବତନ୍ତ୍ର ଶିଶୁ ଅଦାଲତ । ଏହା ସହ ୬ ହଜାର ଟଙ୍କାର ଜୋରିମାନା ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ଚ୍ୟାଲେଞ୍ଜ କରି ଏବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ସରୋଜ । ପରୀ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ୨୫ ନଭେମ୍ବର ୨୦୨୦ ରେ ଘଟଣାର ତଦନ୍ତ ଦାୟିତ୍ଵ କ୍ରାଇମବ୍ରାଞ୍ଚକୁ ଦେଇଥିଲେ ରାଜ୍ୟ ସରକାର । ସରୋଜଙ୍କ ପକ୍ଷରୁ ଆଇନଜୀବୀ ମାନସ ଚାନ୍ଦ ମାମଲା ପରିଚାଳନା କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ .... ପରୀ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି; ବିରୋଧୀ କରୁଛନ୍ତି ହୀନ ରାଜନୀତି, ଲୋକେ କ୍ଷମା ଦେବେନି

ସୂଚନାଯୋଗ୍ୟ ଯେ ୨୦୨୦ ମସିହା ଜୁଲାଇରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଖେଳୁଥିବା ସମୟରେ ଘର ଦାଣ୍ଡରୁ ଉଭାନ ହୋଇଯାଇଥିଲା 5ବର୍ଷୀୟା ଶିଶୁ ପରୀ । ପରୀର ପରିବାର ଲୋକେ ଚାରିଆଡେ ଖୋଜଖୋଜି କରିବା ପରେ ପତ୍ତା ନମିଳିବାକୁ ବାଧ୍ୟ ହୋଇ ନୟାଗଡ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ହେବା ପରେ ମଧ୍ୟ ଚୁପ ବସିଥିଲା ପୋଲିସ । ଏହାକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଥିଲା । ସରକାରଙ୍କ ଉପରେ ଆରୋପ ଲଗାଇଥିଲେ ବିରୋଧୀ । ବିଧାନସଭା ମଧ୍ୟ ଅଚଳ ହୋଇଥିଲା । ପରେ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ବିରୋଧୀଙ୍କ ଜୋରଦାର ବିରୋଧ ପରେ ଏସଆଇଟି ତଦନ୍ତ ଆରମ୍ଭ ହୋଇଥିଲା ।

ଅରୁଣ ବୋଥ୍ରା ଏହାର ତଦନ୍ତ ଭାର ନେଇଥିଲେ । ପରବର୍ତ୍ତୀ ଯାଞ୍ଚରେ ସରୋଜଙ୍କ ଭୂମିକା ସାମ୍ନାକୁ ଆସିଥିଲା । ନାବାଳିକା କୋଳି ଆଣିବାକୁ ଅଭିଯୁକ୍ତର ଘର ପାଖକୁ ଯାଇଥିଲେ । ଏହି ସମୟରେ ଅଭିଯୁକ୍ତ ନାବାଳକ ତାଙ୍କୁ ଦୁଷ୍କର୍ମ କରିବା ସହ ହତ୍ୟା କରିଥିଲା । ଏହାପରେ ମୃତଦେହକୁ ଏକ ବ୍ୟାଗରେ ଭର୍ତ୍ତି କରି ଏକ ପୋଖରୀରେ ଫିଙ୍ଗି ଦେଇଥିଲା । ଜୁଲାଇ ୨୩ ତାରିଖରେ ପୋଖରୀ କୂଳରୁ ବ୍ୟାଗ୍ ଭିତରୁ ନାବାଳିକାର କଙ୍କାଳ ମିଳିଥିଲା । ଏହାପରେ ପ୍ରମାଣ ଆଧାରରେ ଅଭିଯୁକ୍ତ ନାବାଳକକୁ 2020 ମସିହା ଡିସେମ୍ବର 20 ତାରିଖରେ ଗିରଫ କରାଯାଇଥିଲା ।

  • " class="align-text-top noRightClick twitterSection" data="">

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.