ETV Bharat / state

ପଣ୍ୟ କାରବାରରେ ଦେଶରେ ୧ ନମ୍ବର ପାରାଦ୍ୱୀପ ବନ୍ଦର - Paradip Port

author img

By ETV Bharat Odisha Team

Published : Apr 2, 2024, 12:22 PM IST

Paradip port New Record
Paradip port New Record

Paradip Port New Record: ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ବନ୍ଦର 145.38 ମିଲିୟନ ଟନ ପଣ୍ୟ କାରବାର କରି ରେକର୍ଡ ସୃଷ୍ଟି କରିଛି । ଅଧିକ ପଢନ୍ତୁ

Paradip port New Record

ପାରାଦ୍ବୀପ: ସର୍ବଭାରତୀୟ ସ୍ତରରେ ରେକର୍ଡ ସୃଷ୍ଟି କଲା ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ବନ୍ଦର । ବହୁ ଦିନର ସ୍ଵପ୍ନ ପୁରା ହୋଇଛି | ବହୁ ପ୍ରତିଯୋଗିତା ଭିତରେ ପାରାଦ୍ୱୀପ ବନ୍ଦର ପଣ୍ୟ କାରବାର ରେକର୍ଡ ସୃଷ୍ଟି କରିଛି । ଚଳିତ ବର୍ଷ ପାରାଦ୍ୱୀପ ବନ୍ଦରର ପଣ୍ୟ କାରବାର ଦେଶରେ ପ୍ରଥମ ହୋଇଛି । ଚଳିତ ବର୍ଷ ୧୪୫.୩୮ ମିଲିୟନ୍ ମେଟ୍ରିକ ଟନ୍ ପଣ୍ୟ କାରବାର କରି ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିଛି ପାରାଦ୍ୱୀପ ବନ୍ଦର ।

ଫଳରେ ପାରାଦ୍ୱୀପ ଏବେ ଦେଶରେ ୧ ନମ୍ବର ବନ୍ଦର ହୋଇଛି ବୋଲି ପାରାଦ୍ୱୀପ ବନ୍ଦର ପ୍ରଶାସନ ପକ୍ଷରୁ କୁହାଯାଇଛି । ୩୧ ମାର୍ଚ୍ଚ ୨୦୨୪ ମଧ୍ୟରାତ୍ରି ସୁଦ୍ଧା ଏହି କାରବାର ହୋଇଛି । ପୂର୍ବରୁ ଦୀନଦୟାଲ କାଣ୍ଡଲା ଗୁଜରାଟ ପୋର୍ଟ ୧ ନମ୍ବର ସ୍ଥାନରେ ଥିବାବେଳେ ଏବେ ପାରାଦ୍ୱୀପ ଉକ୍ତ ସ୍ଥାନ ଅକ୍ତିଆର କରିଛି । ଏପରି ସଫଳତା ହାସଲ ପରେ ପ୍ରଶାସନିକ ଭବନରେ ବିଭାଗୀୟ ଅଧିକାରୀମାନେ ସ୍ବତନ୍ତ୍ର ଭାବେ ଉତ୍ସବ ମନାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ- ପଣ୍ୟ କାରବାରରେ ରେକର୍ଡ କଲା ପାରାଦ୍ୱୀପ ବନ୍ଦର

ତେବେ ପୂର୍ବରୁ ଲଗାତାର ପ୍ରଥମ ହେଉଥିଲା ଗୁଜରାଟ ଦୀନଦୟାଲ ପୋର୍ଟ । ଚଳିତ ଆର୍ଥିକ ବର୍ଷ ସରିବାର ଯଥେଷ୍ଟ ପୂର୍ବରୁ ୧୦୦ ନିୟୁତ ଟନ୍‌ ଟପିଥିଲା । କ୍ରମାଗତ ୭ମ ଥର ପାଇଁ ୧୦୦ ନିୟୁତ ଟନ୍ ଟପିଥିଲେ ସୁଦ୍ଧା ଏକ ନମ୍ବର ସ୍ଥାନ ଅଧିକାର କରିବାରେ ଟିକିଏ କମ୍ ରହିଥିଲା । ବର୍ତ୍ତମାନ ୮ମ ଥର ପାଇଁ ୧୦୦ ନିୟୁତ ଟନ୍ ଟପିଲା ପଣ୍ୟ କାରବାର । କ୍ରମାଗତ ଭାବେ ସାତ ବର୍ଷ ଧରି ପାରାଦ୍ୱୀପ ବନ୍ଦର ପଣ୍ୟ କାରବାର ୧୦୦ ଏମ୍‍.ଏମ୍‍.ଟିରୁ ଊର୍ଦ୍ଧ୍ବ କାରବାର କରିବାରେ ସଫଳତା ହାସଲ କରିଛି । ପ୍ରଥମ ଥର ପାଇଁ ୨୦୧୭-୧୮ ଆର୍ଥିକ ବର୍ଷରେ ୧୦୨.୦୧ ଏମ୍‍.ଏମ୍‍.ଟି. ପଣ୍ୟ କାରବାର କରି ୧୦୦ ଏମ୍‍.ଏମ୍‍.ଟି. ଅତିକ୍ରମ କରିବା ପରେ ୨୦୧୮-୧୯ ଆର୍ଥିକ ବର୍ଷରେ ୧୦୯.୨୭ ଏମ୍‍.ଏମ୍‍.ଟି., ୨୦୧୯-୨୦ ଆର୍ଥିକ ବର୍ଷରେ ୧୧୨.୬୯ ଏମ୍‍.ଏମ୍‍.ଟି. ପଣ୍ୟ କାରବାର କରି ସମଗ୍ର ଦେଶରେ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଥିଲା ।

ଆଜି ପାରାଦ୍ୱୀପ ବନ୍ଦର ଦେଶର ଅନେକ ବଡ଼ ବନ୍ଦରର ରେକର୍ଡ ଭାଙ୍ଗିଛି । ଗୁଜୁରାଟର ଦିନ ଦୟାଲ ପୋର୍ଟର ରେକର୍ଡକୁ ଭାଙ୍ଗି ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛି । ଆଜି ଏହି ରେକର୍ଡକୁ ନେଇ ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ପି ଏଲ ହାରନାଦ ବନ୍ଦରର ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ପ୍ରତ୍ୟେକ କର୍ମଚାରୀଙ୍କ ବିନା ଏହି ସଫଳତା ମିଳିପାରି ନଥାନ୍ତା ବୋଲି ସେ ଏକ ପ୍ରେସବାର୍ତ୍ତାରେ ପ୍ରକାଶ କରିଛନ୍ତି । ଭାରତର ଏକ ନମ୍ବର ବନ୍ଦର ଭାବେ ଆଜି ପାରାଦ୍ୱୀପ ବନ୍ଦର 145.38 ମିଲିୟନ ମେଟ୍ରିକ ଟନ ପଣ୍ୟ କାରବାର କରି ଏକ ବିରଳ ରେକର୍ଡ ସୃଷ୍ଟି କରିଛି ।

ଇଟିଭି ଭାରତ, ପାରାଦ୍ବୀପ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.