ETV Bharat / state

ଘରୋଇ ଔଷଧ ଦୋକାନୀଙ୍କୁ ଝଟକା, ହସ୍ପିଟାଲ ପରିସରରେ ଖୋଲି ପାରିବେନି ଦୋକାନ - Campus medicine stores

author img

By ETV Bharat Odisha Team

Published : Apr 25, 2024, 10:32 PM IST

Etv Bharat
Etv Bharat

ON CAMPUS MEDICINE STORES: ଏଣିକି ସରକାରୀ ହସ୍ପିଟାଲ ପରିସରରେ ଘରୋଇ ଔଷଧ ଦୋକାନୀ ଖୋଲିପାରିବେ ନାହିଁ ଦୋକାନ । ସମସ୍ତ ଜିଲ୍ଲାର ସିଡିଏମଙ୍କୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଚିଠି । କାହିଁକି ଏପରି ନିଷ୍ପତ୍ତି ହୋଇଛି ଜାଣନ୍ତୁ

ଭୁବନେଶ୍ବର: ଏଣିକି ହସ୍ପିଟାଲ ପରିସରରେ ଖୋଲି ପାରିବେ ନାହିଁ ଘରୋଇ ଔଷଧ ଦୋକାନ । ରାଜ୍ୟର ସରକାରୀ ହସ୍ପିଟାଲ ପରିସରରେ ଘରୋଇ ଔଷଧ ଦୋକାନକୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ହସ୍ପିଟାଲ ପରିସରରେ ଯେଉଁ ସମସ୍ତ ଘରୋଇ ହସ୍ପିଟାଲ ରହିଛି ସେମାନଙ୍କର ଲିଜ ଅବଧିକୁ ବୃଦ୍ଧି ନକରିବା ସହ ଆଉ ନୂତନ ଭାବରେ ଦୋକାନ ନଖୋଲିବାକୁ ସମସ୍ତ ସିଡିଏମଓ ମାନଙ୍କୁ ସ୍ବାସ୍ଥ୍ୟ ସଚିବ ସାଲିନୀ ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି ।

ବିଶେଷ ଭାବରେ ବ୍ରହ୍ମପୁର ଏମ.କେ.ସି.ଜିର ଅଧିକ୍ଷକ, ବୁର୍ଲା ଭିମାସାରର ନିର୍ଦ୍ଦେଶକଙ୍କ ସମେତ ସିଡିଏମଓ ଅନୁଗୋଳ, ବାଲେଶ୍ଵର, ବରଗଡ଼, ଭଦ୍ରକ, ବଲାଙ୍ଗୀର, କଟକ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କାଲାହାଣ୍ଡି, କନ୍ଧମାଳ, ପୁରୀ କେନ୍ଦ୍ରାପଡା, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ସୁନ୍ଦରଗଡ, ନାବରଙ୍ଗପୁର, ନୟାଗଡ଼, ସମ୍ବଲପୁର, ସୋନପୁର, ସୁନ୍ଦରଗଡ଼ ଏବଂ ନୂଆପଡ଼ା ସିଡିଏମଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସରକାର ସମସ୍ତ ସରକାରୀ ହସ୍ପିଟାଲରେ ଔଷଧ ବିତରଣ କେନ୍ଦ୍ର ଜରିଆରେ ୨୪ ଘଣ୍ଟିଆ ଔଷଧ ଯୋଗାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ।

ତେବେ ସଚିବଙ୍କ ଚିଠି ଅନୁସାରେ କେତେକ ହସ୍ପିଟାଲର ପରିସରରେ ମେଡିସିନ ଷ୍ଟୋର ଖୋଲିଥିବା ନେଇ ୨୦୧୫ ଫେବୃଆରୀ ୨୭ ତାରିଖରେ ଉଚ୍ଚ ନ୍ୟାୟାଳୟରେ ପ୍ରସଙ୍ଗ ପହଞ୍ଚିଥିଲା । ଯେଉଁଥିରେ ନିର୍ଦ୍ଦେଶ ଦିଆଯାଇଥିଲା ଯେ, ଅନ୍-କ୍ୟାମ୍ପସ୍ ମେଡିକାଲ୍ ଷ୍ଟୋର ଗୁଡିକର ଲାଇସେନ୍ସର କୌଣସି ସମ୍ପ୍ରସାରଣକୁ ଅନୁମତି ଦିଆଯିବ ନାହିଁ । ଏହାସହ ନୂତନ କ୍ୟାମ୍ପସରେ ଔଷଧ ଦୋକାନ ଖୋଲିପାରିବ ନାହିଁ । କିନ୍ତୁ ଦୋକାନୀଙ୍କର ଲାଇସେନ୍ସ ଚୁକ୍ତିନାମା ସମାପ୍ତ ହେବା ସତ୍ତ୍ବେ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ଏହି କ୍ୟାମ୍ପସରେ ମେଡିସିନ ଷ୍ଟୋରଗୁଡିକ ବ୍ୟବସାୟ ଚଳାଉଛନ୍ତି ।

ଏହା ବି ପଢନ୍ତୁ- Niramaya Scam; ନିରାମୟ ଔଷଧ ଘରୋଇ ଦୋକାନରେ ହେଉଛି ବିକ୍ରି

ଏନେଇ ବିଭାଗ ସମସ୍ତ ମେଡିସିନ ଦୋକାନର ତାଲିକା ପ୍ରସ୍ତୁତ କରିଛନ୍ତି । ତେବେ ଏହାକୁ ଦୃଷ୍ଟିରେ ରଖି ତୁରନ୍ତ କ୍ୟାମ୍ପସରେ ମେଡିସିନ ଦୋକାନକୁ ତୁରନ୍ତ ବନ୍ଦ କରିବା ପାଇଁ ବିଜ୍ଞପ୍ତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁଥିରେ ଘର ଖାଲି ପାଇଁ ୧୫ ଦିନ ସମୟ ଦିଆଯାଇଛି । ତେବେ ସରକାରୀ ମେଡିକାଲ ପରିସରରେ ଏଭଳି ଔଷଧ ଦୋକାନ କାହିଁକି ଖୋଲିଛନ୍ତି ସେହି ସମ୍ପର୍କରେ ଆସନ୍ତା ୨ ଦିନ ମଧ୍ୟରେ ସିଡିଏମଓ ଉତ୍ତର ରଖିବେ ।

ତଥ୍ୟ ଅନୁଯାୟୀ, ଅନୁଗୋଳ ଜିଲ୍ଲାରେ ୩ଟି, ବାଲେଶ୍ଵରରେ ୬, ବରଗଡ଼ ୪, ଭଦ୍ରକରେ ୨, ବଲାଙ୍ଗୀରରେ ୫, କଟକରେ ୩, ଗଜପତି ଜିଲ୍ଲାରେ ଗୋଟିଏ, ଗଞ୍ଜାମ ଜିଲ୍ଲାରେ ୮, ଜଗତସିଂପୁରରେ ୪, ଯାଜପୁରରେ ୩, କଳାହାଣ୍ଡିରେ ୬, କନ୍ଧମାଳରେ ୭, କେନ୍ଦ୍ରାପଡ଼ା ୪, କେନ୍ଦୁଝର ୩, କୋରାପୁଟ ୩, ମାଲକାନଗିରିରେ ୧, ମୟୂରଭଞ୍ଜରେ ୭, ନବରଙ୍ଗପୁରରେ ୧, ନୟାଗଡ଼ରେ ୪, ନୂଆପଡ଼ାରେ ୧, ପୁରୀରେ ୬, ସମ୍ବଲପୁରରେ ୧୨, ସୋନପୁରରେ ୨, ସୁନ୍ଦରଗଡ଼ରେ ୨, ଏମ.କେ.ସି.ଜିରେ ୨ଟି ମେଡିକାଲ ପରିସରରେ ଔଷଧ ଦୋକାନ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.