ETV Bharat / state

ବଢ଼ିଲା କଳା ଓ କ୍ରୀଡ଼ା ଶିକ୍ଷକଙ୍କ ପାରିଶ୍ରମିକ, 7 ହଜାରରୁ ହେଲା 10 ହଜାର

author img

By ETV Bharat Odisha Team

Published : Mar 2, 2024, 2:33 PM IST

ବଢିଲା କଳା ଓ କ୍ରୀଡା ଶିକ୍ଷକଙ୍କ ପାରିଶ୍ରମିକ
ବଢିଲା କଳା ଓ କ୍ରୀଡା ଶିକ୍ଷକଙ୍କ ପାରିଶ୍ରମିକ

Odisha govt hikes pay of Art and Sports Teacher: ବଢ଼ିଲା କଳା ଓ କ୍ରୀଡା ଶିକ୍ଷକଙ୍କ ପାରିଶ୍ରମିକ । 7 ହଜାରରୁ 10 ହଜାରକୁ ବୃଦ୍ଧି କଲେ ରାଜ୍ୟ ସରକାର ।

ଭୁବନେଶ୍ବର: ରାଜ୍ୟର ସାମୟିକ କଳା ଓ କ୍ରୀଡ଼ା ଶିକ୍ଷକଙ୍କ ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାମୟିକ କଳା ଓ କ୍ରୀଡା ଶିକ୍ଷକଙ୍କ ପାରିଶ୍ରମିକ ବୃଦ୍ଧି ଘୋଷଣା କରିଛନ୍ତି ରାଜ୍ୟ ସରକାର । ସାମୟିକ କଳା ଓ କ୍ରୀଡା ଶିକ୍ଷକଙ୍କ ପାରିଶ୍ରମିକ ୧୦ ହଜାର ଟଙ୍କାକୁ ବୃଦ୍ଧି ହୋଇଛି । ସେହିପରି ଶିକ୍ଷୟିତ୍ରୀଙ୍କୁ ମାତୃତ୍ବ ଛୁଟି ମିଳିବା ନେଇ ମଧ୍ୟ ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ୪୬୦୫ ଜଣ କଳା ଶିକ୍ଷକ, ଶିକ୍ଷୟିତ୍ରୀ ଉପକୃତ ହେବେ । ନିର୍ବାଚନ ପୂର୍ବରୁ ଶିକ୍ଷକଙ୍କୁ ଖୁସି କରିଛନ୍ତି ରାଜ୍ୟ ସରକାର ।

ରାଜ୍ୟର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ନିୟୋଜିତ ସାମୟିକ କଳା ଓ କ୍ରୀଡା ପ୍ରଶିକ୍ଷକଙ୍କ ମାସିକ ପାରିଶ୍ରମିକକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ପୂର୍ବରୁ ସେମାନଙ୍କ ପାରିଶ୍ରମିକ 7 ହଜାର ଟଙ୍କା ରହିଥିବା ବେଳେ ଏହାକୁ 10 ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏଣିକି ସେମାନଙ୍କ ମାସିକ ପାରିଶ୍ରମିକ ବର୍ଷକୁ ୧୦ ମାସ ପରିବର୍ତ୍ତେ ପୂରା ୧୨ ମାସ ପାଇଁ ପାଇବେ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ମାସିକ ୨୪ଟି ପରିୟଡ ପରିବର୍ତ୍ତେ ୩୦ଟି ପିରିୟଡରେ ଶିକ୍ଷା ପ୍ରଦାନ କରିବେ ।

ଏହା ମଧ୍ୟ ପଢନ୍ତୁ: ବଢ଼ିଲା ଗଣଶିକ୍ଷକଙ୍କ ପାରିଶ୍ରମିକ, OTET ପାସଙ୍କୁ ବାର୍ଷିକ ଇନକ୍ରିମେଣ୍ଟ

ସେହିପରି ଅନ୍ୟ ସରକାରୀ କର୍ମଚାରୀଙ୍କ ପରି ମହିଳା କଳା ଓ କ୍ରୀଡା ପ୍ରଶିକ୍ଷକମାନେ ଆବଶ୍ୟକସ୍ଥଳେ ମାତୃତ୍ବ ଛୁଟି ମଧ୍ୟ ପାଇପାରିବେ । ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଜିଲ୍ଲା ଗସ୍ତ ସମୟରେ ସେମାନେ ସେମାନଙ୍କ ଅସୁବିଧା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ୪୬୦୫ ଜଣ କଳା ଶିକ୍ଷକ-ଶିକ୍ଷୟତ୍ରୀ ଉପକୃତ ହେବେ । ରାଜ୍ୟର କେତେକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲାମାନଙ୍କ କଳା ଓ ଶାରୀରିକ ଶିକ୍ଷା ତାଲିମ ଦେବା ପାଇଁ ସାମୟିକ କଳା ଓ କ୍ରୀଡା ଶିକ୍ଷକ ନିୟୋଜିତ କରାଯାଇଛି ।

ପ୍ରକାଶଥାଉକି, ଶୁକ୍ରବାର ରାଜ୍ୟର ଗଣଶିକ୍ଷକମାନଙ୍କ ଦରମା ବୃଦ୍ଧି ନେଇ ଘୋଷଣା କରିଥିଲେ ରାଜ୍ୟ ସରକାର । OTET ପାସ୍ କରିନଥିବା ଗଣଶିକ୍ଷକଙ୍କ ପାରିଶ୍ରମିକ ବଢାଇଥିଲେ ରାଜ୍ୟ ସରକାର । ସେମାନେ ପୂର୍ବରୁ ୭ ହଜାର ଟଙ୍କା ପାଉଥିବା ବେଳେ ଏହାକୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି OTET ପାସ କରିଥିବା ଗଣଶିକ୍ଷକମାନଙ୍କୁ ଏକ୍ସ କ୍ୟାଡର ସହକାରୀ ଶିକ୍ଷକ ମାନ୍ୟତା ପ୍ରଦାନ କରାଯାଇଛି । OTET ପାସ୍ କରିଥିବା ଏକ୍ସ କ୍ୟାଡ଼ର ସହକାରୀ ଶିକ୍ଷକମାନଙ୍କୁ ବାର୍ଷିକ ଇନକ୍ରିମେଣ୍ଟ ଦିଆଯିବାକୁ ଘୋଷଣା କରାଯାଇଛି ।

୍ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.