ETV Bharat / state

ଘରୋଇ ଓଡ଼ିଆ ମିଡିୟମ ସ୍କୁଲ ପିଲାଙ୍କୁ ମିଳିବ ମାଗଣା ବହି - Free book to Private school Student

author img

By ETV Bharat Odisha Team

Published : Apr 9, 2024, 10:53 PM IST

ଘରୋଇ ଓଡ଼ିଆ ମିଡିୟମ ସ୍କୁଲ ପିଲାଙ୍କୁ ମିଳିବ ମାଗଣା ବହି
ଘରୋଇ ଓଡ଼ିଆ ମିଡିୟମ ସ୍କୁଲ ପିଲାଙ୍କୁ ମିଳିବ ମାଗଣା ବହି

Free books to Private school Student: ରାଜ୍ୟର ସମସ୍ତ ଘରୋଇ ଏବଂ ଅନୁଦାନପ୍ରାପ୍ତ ଓଡ଼ିଆ ମିଡିୟମ ସ୍କୁଲର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ମାଗଣା ବହି ଦେବେ ରାଜ୍ୟ ସରକାର । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ରାଜ୍ୟର ସମସ୍ତ ଘରୋଇ ଏବଂ ଅନୁଦାନପ୍ରାପ୍ତ ଓଡ଼ିଆ ମିଡିୟମ ସ୍କୁଲର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଇଁ ରାଜ୍ୟ ସରକାର ମାଗଣା ପୁସ୍ତକ ପ୍ରଦାନ କରିବେ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ଏଥିପାଇଁ 'ଟେକ୍ସଟ୍‌ ବୁକ୍‌ ପ୍ରଡକ୍ସନ ଆଣ୍ଡ୍‌ ମାର୍କେଟିଂ'(ଟିବିପିଏମ୍‌)କୁ ପୁସ୍ତକ ଛପା ଏବଂ ବାଣ୍ଟିବା ପାଇଁ ଶ୍ରେଣୀସ୍ତରରେ, ବ୍ଲକସ୍ତରରେ ଏବଂ ଜିଲ୍ଲାସ୍ତରର ନାମଲେଖା ତଥ୍ୟ ଦିଆଯାଇଛି । ତେବେ ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମକୁ ସୁରୁଖୁରୁରେ କରିବା ପାଇଁ ୨୦୨୪-୨୫ ଶିକ୍ଷାବର୍ଷର ସମସ୍ତ ଘରୋଇ ଏବଂ ଅନୁଦାନପ୍ରାପ୍ତ ଓଡ଼ିଆ ମିଡିୟମ ସ୍କୁଲ ତାଲିକା ମାଗିଛି ଗଣଶିକ୍ଷା ବିଭାଗ ।

ଏନେଇ ଓସେପା ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ଚିଠି ଲେଖାଯାଇଛି । ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ନାମଲେଖାଇଥିବା ଠିକ ଛାତ୍ରୀଛାତ୍ରଙ୍କୁ ମାଗଣା ପୁସ୍ତକ କିପରି ସୁରୁଖୁରୁରେ ଦିଆଯିବ ସେ ଦିଗରେ ଉଚିତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏପଟେ ଏପ୍ରିଲ ୨ ତାରିଖରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ ହୋଇଛି । ଏନେଇ ନାମଲେଖା ମଧ୍ୟ ଆରମ୍ଭ ହୋଇଛି । ତେଣୁ ସମସ୍ତ ପିଲାଙ୍କ ନିକଟରେ ମାଗଣା ପାଠ୍ୟପୁସ୍ତକ ପହଞ୍ଚିବା ଆବଶ୍ୟକ । ଅନେକ ସମୟରେ ଦେଖାଯାଇଛି ଯେ ପିଲାମାନେ ବିଦ୍ୟାଳୟରେ ପାଠ ପଢ଼ିବା ଆରମ୍ଭ ହେଲାପରେ ମଧ୍ୟ ମାଗଣା ପାଠ୍ୟପୁସ୍ତକ ସେମାନଙ୍କ ପାଖରେ ବହୁ ବିଳମ୍ବରେ ପହଞ୍ଚିଥାଏ । ତେଣୁ ଚଳିତ ବର୍ଷ ଏଭଳି ଅସୁବିଧା କିଭଳି ଦେଖାନଯିବ ସେନେଇ ପ୍ରସ୍ତୁତି ଆରମ୍ଭ କରାଯାଇଛି ବୋଲି ଓସେପା ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟରେ ଅସହ୍ୟ ଗରମ ଗୁଳଗୁଳି, ଟାଣ ଖରାରେ ସ୍କୁଲରୁ ଫେରୁଛନ୍ତି ଛାତ୍ରଛାତ୍ରୀ - MORNING SCHOOL

ପ୍ରକାଶ ଥାଉ, ଚଳିତ ବର୍ଷ ନୂଆ ଶିକ୍ଷାବର୍ଷ କ୍ୟାଲେଣ୍ଡର ପ୍ରକାଶ ପାଇସାରିଛି । ୨୦୨୪ ଶିକ୍ଷାବର୍ଷରେ ୨୩୧ଟି କାର୍ଯ୍ୟ ଦିବସ ରହିଛି । ୨୦୨୪ ଜୁଲାଇ ଚତୁର୍ଥ ସପ୍ତାହରେ ଫରମେଟିଭ୍-୧, ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ସମ୍ମେଟିଭ୍-୧, ୨୦୨୫ ଜାନୁଆରୀ ପ୍ରଥମ ସପ୍ତାହରେ ଫରମେଟିଭ୍-୨ ଏବଂ ମାର୍ଚ୍ଚ ତୃତୀୟ ସପ୍ତାହରେ ସମ୍ମେଟିଭ୍-୨ ପରୀକ୍ଷା ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ଫେବୃଆରୀ ଦ୍ଵିତୀୟ ସପ୍ତାହରେ ପାଠ ପଢାର ରିଭିଜନ୍‌ କରାଯିବ । ଅନ୍ୟପଟେ ମାର୍ଚ୍ଚ ୪ର୍ଥ ସପ୍ତାହରେ ଖରା ଛୁଟି କରାଯିବ । ଏହି କ୍ୟାଲେଣ୍ଡରର ଅନୁପାଳନ ଲାଗି ପ୍ରଧାନଶିକ୍ଷକଙ୍କ ସମେତ ଜିଲ୍ଲା ଓ ବ୍ଲକ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯିବ । ଏପଟେ ନବମ ଓ ଦଶମ ଶ୍ରେଣୀର ପିଲାଙ୍କ ପାଇଁ ଆସେସମେଣ୍ଟ ରହିଛି । ଏକାଡେମିକ୍‌ କ୍ୟାଲେଣ୍ଡର ଅନୁଯାୟୀ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ୨୦୨୫ ମସିହା ଫେବୃଆରୀ ମାସ ଶେଷ ସପ୍ତାହରେ ବାର୍ଷିକ ପରୀକ୍ଷା ଦେବେ । ଏପଟେ ନବମ ଶ୍ରେଣୀ ପିଲାଙ୍କର ୨୦୨୫ ମସିହା ମାର୍ଚ୍ଚ ଦ୍ଵିତୀୟ ସପ୍ତାହରେ ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.