ETV Bharat / state

ରାଜ୍ୟରେ ଅସହ୍ୟ ଗରମ ଗୁଳଗୁଳି, ଟାଣ ଖରାରେ ସ୍କୁଲରୁ ଫେରୁଛନ୍ତି ଛାତ୍ରଛାତ୍ରୀ - MORNING SCHOOL

author img

By ETV Bharat Odisha Team

Published : Apr 4, 2024, 10:50 PM IST

ରାଜ୍ୟରେ ଅସହ୍ୟ ଗରମ ଗୁଳଗୁଳି , ଟାଣ ଖରାରେ ସ୍କୁଲରୁ ଫେରୁଛନ୍ତି ଛାତ୍ରଛାତ୍ରୀ
ରାଜ୍ୟରେ ଅସହ୍ୟ ଗରମ ଗୁଳଗୁଳି , ଟାଣ ଖରାରେ ସ୍କୁଲରୁ ଫେରୁଛନ୍ତି ଛାତ୍ରଛାତ୍ରୀ

MORNING SCHOOL: ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଓ ଅସହ୍ୟ ଗୁଳଗୁଳି ବୃଦ୍ଧି ପାଉଛି ।ତେବେ ସ୍କୁଲ ଛୁଟି ସମୟ ରହିଛି ସାଢେ ୧୧ଟା । ଏହି ଟାଣ ଖରାରେ ଘରକୁ ଫେରୁଛନ୍ତି ଛାତ୍ରଛାତ୍ରୀ । ସେପଟେ ସ୍କୁଲ ଛୁଟି ସମୟର ପରିବର୍ତ୍ତନ କରିବାକୁ ସବୁ ମହଲରୁ ଦାବି ଉଠିଲାଣି । ଅଧିକ ପଢନ୍ତୁ

ରାଜ୍ୟରେ ଅସହ୍ୟ ଗରମ ଗୁଳଗୁଳି , ଟାଣ ଖରାରେ ସ୍କୁଲରୁ ଫେରୁଛନ୍ତି ଛାତ୍ରଛାତ୍ରୀ

ଭୁବନେଶ୍ବର: ସାରା ରାଜ୍ୟରେ ଏବେଠାରୁ ଅସହ୍ୟ ତାତି ଅନୁଭୂତ ହେଲାଣି । ଦିନକୁ ଦିନ ରୌଦ୍ରତାପ ବୃଦ୍ଧି ପାଇବାରେ ଲାଗିଛି । ଏପ୍ରିଲ ଆରମ୍ଭରୁ ତାପମାତ୍ରା ବୃଦ୍ଧି ଘଟିଛି । ଏପଟେ ସକାଳ ୧୦ଟା ପରେ ଘରୁ ବାହାରିବା କଷ୍ଟ କର ହୋଇ ପଡୁଛି । ଆଗକୁ ଆହୁରି ତାପମାତ୍ରା ବଢ଼ିବ ବୋଲି ପାଣିପାଗ ବିଭାଗ ଭାବି ସୂଚନା ପ୍ରଦାନ କରିଛନ୍ତି । ଏବେ ଓଡ଼ିଶାର ଉପକୂଳ ଠାରୁ ଆରମ୍ଭକରି ପଶ୍ଚିମାଞ୍ଚଳ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାରଦ ବୃଦ୍ଧି ପାଇବାରେ ଲାଗିଛି । ଇତି ମଧ୍ୟରେ ଓଡ଼ିଶାର ପାଞ୍ଚୋଟି ସହର ଯଥା- ବଲାଙ୍ଗୀର, ଟିଟିଲାଗଡ଼, ବୌଦ୍ଧ, ଭବାନୀପାଟଣା ଓ ନୟାଗଡ଼ରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି ବୋଲି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ହେଲେ ରାଜ୍ୟର ଅଧିକାଂଶ ସ୍କୁଲ ଘର ଆଜବେଷ୍ଟସ୍ କିମ୍ବା ଏକ ମହଲା ଛାତ ବିଶିଷ୍ଟ ରହିଛି । ବିଦ୍ୟାଳୟର ସମସ୍ତ ଶ୍ରେଣୀ ଗୃହରେ ବିଦ୍ୟୁତ୍ ସଂଯୋଗ ସହ ପଙ୍ଖାର ସୁବିଧା ନାହିଁ । ଯେଉଁଠି ଅଛି ତାହା ଅଧା ଅଚଳ ଅବସ୍ଥାରେ ରହିଛି ।ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ସ୍କୁଲ ଖୋଲିବା ସମୟକୁ ୭ ଘଟିକାରୁ ୧୧ଘଣ୍ଟା ୩୦ ମନିଟ୍ ପର୍ଯ୍ୟନ୍ତ ସ୍ଥିର କରାଯାଇଛି । କିନ୍ତୁ ଦିନ ୧୦ ଘଟିକା ପରଠାରୁ ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଆରମ୍ଭ ହୋଇଯାଉଛି । ଏଭଳି ପରିସ୍ଥିତିରେ ଦିନ ୧୧ଘଣ୍ଟା ୩୦ମିନିଟ୍‌ରେ ବିଦ୍ୟାଳୟକୁ ଛୁଟି କରାଗଲେ ଛାତ୍ରଛାତ୍ରୀମାନେ ଘରକୁ ଫେରିବା ବେଳକୁ ଅଂଶୁଘାତର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ ।

ଯଦି ବିଦ୍ୟାଳୟର ସମୟକୁ ଦିନ ୬ ଘଣ୍ଟା ୩୦ ମିନିଟ୍‌ରୁ ୧୦ ଘଣ୍ଟା ୩୦ ମିନିଟ୍ ପର୍ଯ୍ୟନ୍ତ ପରିବର୍ତ୍ତନ କରାଯିବ ତେବେ ପିଲାମାନଙ୍କ ସ୍ବାସ୍ଥ୍ୟ କ୍ଷେତ୍ରରେ କୌଣସି ଅସୁବିଧା ସୃଷ୍ଟି ହେବ ନାହିଁ । ବର୍ତ୍ତମାନ ସମୟରେ ଦିନ ୧୧ଟା ପରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଥ‌ିବାରୁ ଘର ବାହାରକୁ ବାହାରିବା କଷ୍ଟ ସାଧ୍ୟ ହୋଇ ପଡ଼ୁଛି ବୋଲି କହିଛନ୍ତି ଓଷ୍ଟାର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ । ଏପଟେ ଛାତ୍ରଛାତ୍ରୀମାନେ କହିଛନ୍ତି ଯେ, ସ୍କୁଲ ଛୁଟି ହେବା ପରେ ବହୁତ ଜୋର୍ ସେ ଖରା ଖଟୁଛି । ଘରକୁ ଯିବାକୁ ସମ୍ଭବ ହେଉନାହିଁ । ଘରକୁ ଗଲା ବେଳେ ମୁଣ୍ଡ ବୁଲେଇ ହେଉଛି ଦେହ ଖରାପ ହେଇଯାଉଛି । ସ୍କୁଲକୁ ପାଣି ନେଇକି ଆସିଥିଲେ ମଧ୍ୟ ପାଣି ସରିଯାଉଛି । ଯଦି ସ୍କୁଲ ସମୟରେ ପରିବର୍ତ୍ତନ ହୁଅନ୍ତା ତେବେ ଟାଣ ଖରା ପୂର୍ବରୁ ଘରେ ପହଁଛିପାରିବୁ ବୋଲି କହିଛନ୍ତି ।


ଏହା ମଧ୍ୟ ପଢନ୍ତୁ....ଜଳୁଛି ସାରା ଓଡିଶା, ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ତାତିରୁ ନାହିଁ ନିସ୍ତାର - Odisha Weather

ସୂଚନା ଅନୁଯାୟୀ, ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ସ୍କୁଲ ଏବଂ ଅଙ୍ଗନବାଡି କେନ୍ଦ୍ରର କାର୍ଯ୍ୟ ସମୟକୁ ପରିବର୍ତ୍ତନ କରାଯାଇଛି । ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବା ପାଇଁ ଅଙ୍ଗନବାଡି କେନ୍ଦ୍ରରେ ଏବଂ ସ୍କୁଲରେ ସମସ୍ତ ବ୍ୟବସ୍ଥା କରାଯାଇଛି । ତେବେ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରର ସମୟ ସୀମା ସକାଳ ୭ଟା ରୁ ୧୧.୩୦ ପର୍ଯ୍ୟନ୍ତ ରହିଛି । ଖରା ଓ ଗରମକୁ ଦୃଷ୍ଟିରେ ରଖି ଅଙ୍ଗନବାଡି କେନ୍ଦ୍ର ହେଉ ବା ସ୍କୁଲରେ ହେଉ ସବୁଠି ଶୁଦ୍ଧ ପାନୀୟ ଜଳ ସହ ଯଥେଷ୍ଟ ପରିମାଣର ଓଆର୍‌ଏସ୍‌ ପ୍ୟାକେଟ ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଅନ୍ୟପଟେ ବିଦ୍ୟାଳୟରେ ପିଇବା ପାଣି, ଓଆରଏସ ଏବଂ କୌଳିକ ଆବଶ୍ୟକତା ଅନୁଯାୟୀ ବ୍ୟବସ୍ଥା ଆଦି କରିବା ଆବଶ୍ୟକ ରଖିବା ନେଇ ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.