ETV Bharat / state

ରାଜ୍ୟରେ ଅଗ୍ନିବର୍ଷା, ଡହ ଡହ ଖରାରେ ଜଳୁଛି ସାରା ଓଡିଶା - Odisha Weather

author img

By ETV Bharat Odisha Team

Published : Apr 16, 2024, 7:33 PM IST

ରାଜ୍ୟରେ ଅଗ୍ନିବର୍ଷା, ଡହ ଡହ ଖରାରେ ଜଳୁଛି ସାରା ଓଡି଼ଶା
ରାଜ୍ୟରେ ଅଗ୍ନିବର୍ଷା, ଡହ ଡହ ଖରାରେ ଜଳୁଛି ସାରା ଓଡି଼ଶା

Odisha Weather Update: ରାଜ୍ୟରେ କଲବଲ କରୁଛି ତାତି । 5 ଦିନ ଧରି ଏଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସତର୍କ କରାଇଛି ପାଣିପାଗ ବିଭାଗ । ଅଧିକ ପଢ଼ନ୍ତୁ

ରାଜ୍ୟରେ ଅଗ୍ନିବର୍ଷା, ଡହ ଡହ ଖରାରେ ଜଳୁଛି ସାରା ଓଡି଼ଶା

ଭୁବନେଶ୍ବର: ଆକାଶରୁ ହେଉଛି ଅଗ୍ନିବର୍ଷା । ଡହ ଡହ ଖରାରେ ଜଳୁଛି ସାରା ଓଡିଶା । ରାଜ୍ୟକୁ ଶୁଷ୍କ ବାୟୁ ପ୍ରବାହ ବୃଦ୍ଧି ପାଇଥିବାରୁ ରାଜ୍ୟରେ ତାତି ବଢ଼ୁଛି । ଗତକାଲି ତୁଳନାରେ ଆଜି (ମଙ୍ଗଳବାର) ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ରହିଛି । ତାତି ସହ କିଛି ଜାଗାରେ ଆଦ୍ରତା ମଧ୍ୟ ବୃଦ୍ଧି ପାଇଛି । ଏହି ଦୁଇ କାରଣରୁ ଖରା ଓ ତାତିରେ ସାରା ଓଡିଶା ସନ୍ତୁଳି ହେଉଥିବା ବେଳେ ଆଗାମୀ ୫ ଦିନ ପାଇଁ ଗ୍ରୀଷ୍ମ ପ୍ରବାହ ସହ ଉଷ୍ମ ଓ ଆଦ୍ର ପାଣିପାଗ ସ୍ଥିତି ଲାଗି ରହିବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ଖରାତାତିରେ କଲବଲ ଓଡ଼ିଶାବାସୀ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି । ଜିଲ୍ଲାଗୁଡ଼ିକ ହେଉଛି କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ଵର, ଖୋର୍ଦ୍ଧା, ଢେଙ୍କାନାଳ, ନୟାଗଡ଼, ମାଲକାନଗିରି, କୋରାପୁଟ, ଯାଜପୁର, କନ୍ଧମାଳ, ଜଗତସିଂପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ କଟକ । ଏହିସବୁ ସ୍ଥାନରେ ସ୍ୱାଭାବିକ ଠାରୁ ଅଧିକ ଅର୍ଥାତ ତାପମାତ୍ରା ପାଖାପାଖି 45 ଡିଗ୍ରୀ ରହିବ । ସେହିପରି ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲାରେ 43ରୁ 45 ପର୍ଯ୍ୟନ୍ତ ତାପମାତ୍ରା ରହିବା ନେଇ ଆକଳନ କରାଯାଇଛି ।

ତେବେ ରାଜ୍ୟରେ ଆଗାମୀ 3 ଦିନ ମଧ୍ୟରେ ବିଶେଷ ଭାବେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା 2ରୁ 3 ଡିଗ୍ରୀ ବୃଦ୍ଧି ହେବ । 20 ତାରିଖ ପର୍ଯ୍ୟନ୍ତ ପ୍ରବଳ ଖରା ହେବାସହ 20ରୁ 22 ପାଗ ମେଘୁଆ ରହିବ । ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଁଭାଁ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ୧୮ ସହରରେ ଦିନ ତାପମାତ୍ରା ୪୦ ଡ଼ିଗ୍ରୀରୁ ଅଧିକ ରେକର୍ଡ ହୋଇଥିଲା । ବାରିପଦାରେ ସର୍ବାଧିକ ୪୧.୪ ଡ଼ିଗ୍ରୀ ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱର, ଚାନ୍ଦବାଲି ଏବଂ ନୂଆପଡାରେ ୪୧.୨ ଡ଼ିଗ୍ରୀ ସହ ଦ୍ୱିତୀୟ ସର୍ବାଧିକ ରହିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଦେଶରେ ଅଧିକ ରାଜ୍ୟରେ କମ୍‌, ଓଡ଼ିଶାରେ ସ୍ୱାଭାବିକଠୁ କମ୍ ମୌସୁମୀ ବର୍ଷା ସମ୍ଭାବନା - Indian Meteorological Department

ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା

ଭୁବନେଶ୍ୱର: ୪୧.୯°C
ଚାନ୍ଦବାଲି: ୪୧.୬°C
ଝାରସୁଗୁଡା: ୪୧.୪°C
ବାଲେଶ୍ୱର: ୪୦.୫°C
ସମ୍ବଲପୁର: ୪୦.୩°C
କେନ୍ଦୁଝର: ୪୦°C
ରାଉରକେଲା:୩୯.୯°C
ହୀରାକୁଦ: ୩୯.୫°C
ଗୋପାଳପୁର:୩୫.୬°C
ପୁରୀ:୩୪.୮°C
ପାରାଦ୍ବୀପ: ୩୪.୨°C

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.