ETV Bharat / state

ଫେବୃଆରୀରେ ମେ' ତାତି, କାଲି ମଧ୍ୟ ନାହିଁ ନିସ୍ତାର

author img

By ETV Bharat Odisha Team

Published : Feb 21, 2024, 9:37 PM IST

ଫେବୃଆରୀରେ ମେ' ତାତି
ଫେବୃଆରୀରେ ମେ' ତାତି

Summer like temperature in Odisha: ରାଜ୍ୟରେ ବଢ଼ୁଛି ଗ୍ରୀଷ୍ମପ୍ରବାହ । ଆସନ୍ତାକାଲି ମଧ୍ୟ ସମାନ ତାତି ଅନୁଭୂତ ହେବ । ବାୟୁ ମଣ୍ଡଳରେ ଶୁଷ୍କତା ହେତୁ ତାପମାତ୍ରା ବୃଦ୍ଧିପାଉଥିବାରୁ ଅଧିକାଂଶ ସ୍ଥାନରେ ଏବେଠାରୁ ୩୫ରୁ ୩୭ ଡିଗ୍ରୀ ମଧ୍ୟରେ ତାପମାତ୍ରା ରେକର୍ଡ ହୋଇଛି । ବିଶେଷ କରି ଉପକୂଳ ଓଡ଼ିଶାରେ ଅଧିକ ତାତି ଦେଖିବାକୁ ମିଳୁଛି । ଅଧିକ ପଢ଼ନ୍ତୁ

ଫେବୃଆରୀରେ ମେ' ତାତି

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଗ୍ରୀଷ୍ମ ପ୍ରବାହ । ଆସନ୍ତାକାଲି ପର୍ଯ୍ୟନ୍ତ ତାତିରୁ ମିଳିବନି ନିସ୍ତାର । ଉପାନ୍ତରୁ ଉପକୂଳ ସବୁଠି ପାରଦ ଉପରମୁହାଁ ରହିଥିବା ବେଳେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭବ ହେଉଛି । ବାୟୁ ମଣ୍ଡଳରେ ଶୁଷ୍କତା ହେତୁ ତାପମାତ୍ରା ବୃଦ୍ଧିପାଉଥିବାରୁ ଅଧିକାଂଶ ସ୍ଥାନରେ ଏବେଠାରୁ ୩୫ରୁ ୩୭ ଡିଗ୍ରୀ ମଧ୍ୟରେ ତାପମାତ୍ରା ରେକର୍ଡ ହୋଇଛି । ବିଶେଷ କରି ଉପକୂଳ ଓଡ଼ିଶାରେ ଅଧିକ ତାତି ଦେଖିବାକୁ ମିଳୁଛି ।

ଏନେଇ ପାଣିପାଗ ବୈଜ୍ଞାନିକ ଉମାଶଙ୍କର ଦାସ ସୂଚନା ଦେଇ କହିଛନ୍ତି, "ଆସନ୍ତା ଦୁଇଦିନ ବିଶେଷ କରି ଆସନ୍ତାକାଲି ଦିନର ତାପମାତ୍ରା ସ୍ବାଭାବିକ ଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହୁଛି । ସେହିପରି ରାତିର ତାପମାତ୍ରା ସ୍ବାଭାବିକ ଠାରୁ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରେକର୍ଡ ହେଉଛି । ଏହାକୁ ନେଇ ଏଣିକି ରାଜ୍ୟରେ ଶୀତ ଉଭାନ ହେବ । ଏହା ସହିତ ବଢିବ ତାତି । ଏହାପରେ ଦୁଇଦିନ ପରେ ରାଜ୍ୟରେ ପୁଣି ପାଗରେ ପରିବର୍ତ୍ତନ ହେବ । ପଶ୍ଚିମା ଝଡ ପ୍ରଭାବରେ ୨୨ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।"

ଏହା ମଧ୍ୟ ପଢ଼ନ୍ତୁ...କଲବଲ କରୁଛି ମୁଣ୍ଡଫଟା ଖରା, 22ରୁ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା

୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ବର୍ଷା ନେଇ ଆକଳନ କରାଯାଇଥିବା ବେଳେ ୨୪ ତାରିଖରେ ସର୍ବାଧିକ ବର୍ଷାର ସମ୍ଭାବନା ରହିଛି । ବିଶେଷ କରି ଦକ୍ଷିଣ ଉପକୂଳ ଓଡ଼ିଶା ସମେତ କନ୍ଧମାଳ, ଜଗତସିଂହପୁର, କେନ୍ଦ୍ରାପଡା, କଟକ, କୋରାପୁଟ, ମାଲକାନଗିରି, ରାୟଗଡା ଏବଂ ବୌଦ୍ଧରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ବର୍ଷା ହେଲେ ମଧ୍ୟ ରାତ୍ରିର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । କାରଣ ରାତିରେ ଓଡ଼ିଶାକୁ ଶୁଷ୍କ ଗରମ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରୁଛି । ପ୍ରଭାବରେ ରାତ୍ରି ତାପମାତ୍ରା ସ୍ବାଭାବିକ ଠାରୁ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଛି । ବିଶେଷ କରି ପଶ୍ଚିମ ଓଡ଼ିଶାରେ ଶୁଖିଲା ପାଗ ପାଇଁ ଗ୍ରୀଷ୍ମ ପ୍ରବାହ ଭଳିସ୍ଥିତି ଉପୁଜିଛି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ୩୭ ଡିଗ୍ରୀ ତାପମାତ୍ରା ସହ ଭୁବନେଶ୍ବର ସବୁଠୁ ଉତପ୍ତ ସହର ହୋଇଥିଲା । ସେହିପରି କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୩.୫ ରେକର୍ଡ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟରେ ବଢିଲା ତାତି, ଆସନ୍ତା ୨ଦିନ ମିଳିବନି ନିସ୍ତାର

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.