ETV Bharat / state

କଲବଲ କରୁଛି ମୁଣ୍ଡଫଟା ଖରା, 22ରୁ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା

author img

By ETV Bharat Odisha Team

Published : Feb 21, 2024, 1:07 PM IST

hot and humid conditions
hot and humid conditions

Heat Wave In Odisha: ମାଘ ମାସରେ ବି ପ୍ରବଳ ତାତି କାରଣରୁ ଅସ୍ତବ୍ୟସ୍ତ ରାଜ୍ୟବାସୀ । ଆସନ୍ତାକାଲି ଯାଏଁ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ଦିନ ସମୟରେ ଭୀଷଣ ଗରମ ଓ ଗୁଳୁଗୁଳି ହେବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ମାଘ ମାସରେ କଲବଲ କରୁଛି ତାତି । ମୁଣ୍ଡଫଟା ଖରାରେ ଅସ୍ତବ୍ୟସ୍ତ ହୋଇପଡୁଛି ଜନଜୀବନ । ଆସନ୍ତାକାଲି(ଗୁରୁବାର) ଯାଏଁ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ଦିନ ସମୟରେ ଭୀଷଣ ଗରମ ଓ ଗୁଳୁଗୁଳି ହେବାର ସମ୍ଭାବନା ରହିଛି । ଉଷ୍ମ ଏବଂ ଆଦ୍ର ପାଣିପାଗ ସ୍ଥିତି ଲାଗି ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ରେକର୍ଡ ହୋଇଥିବା ରାତ୍ରି ତାପମାତ୍ରା 20 ଡିଗ୍ରୀରୁ ଅଧିକ ରହିଛି । ପୁରୀରେ 25.4 ଡିଗ୍ରୀ ସେଲସିୟସ, ପାରାଦ୍ୱୀପରେ 24 ଡିଗ୍ରୀ, ଚାନ୍ଦବାଲିରେ 22.2 ଡିଗ୍ରୀ, ଗୋପାଳପୁରରେ 22.2 ଡିଗ୍ରୀ, ଯାଜପୁରରେ 22 ଡିଗ୍ରୀ, ବାଲେଶ୍ବରରେ 21.4 ଡିଗ୍ରୀ, ଭୁବନେଶ୍ବରରେ 21.5 ଡିଗ୍ରୀ ଓ କଟକରେ 21 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।

ସେହିପରି ଗତକାଲି (ମଙ୍ଗଳବାର) ଟ୍ବିନ୍ ସିଟି ଭୁବନେଶ୍ବର ଓ କଟକରେ ତାପମାତ୍ରା ସର୍ବାଧିକ ରହିଥିଲା । ଭୁବନେଶ୍ବର ଓ କଟକରେ ଯଥାକ୍ରମେ 37 ଡିଗ୍ରୀ ଓ 34.7 ଡିଗ୍ରୀ ସର୍ବୋଚ୍ଚ ଦିନ ତାପମାତ୍ରା ରହିଥିଲା । ବୌଦ୍ଧର ତାପମାତ୍ରା 36 ଡିଗ୍ରୀ ସେଲସିୟସ ଥିଲା । ଭବାନୀପାଟଣା, ଝାରସୁଗୁଡ଼ା ଓ ପାରଳାଖେମୁଣ୍ଡିରେ 35.6 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ସେହିପରି ଟିଟିଲାଗଡ଼, ନୟାଗଡ଼ ଓ ଜଗତସିଂହପୁରରେ 35.5 ଡିଗ୍ରୀ ସେଲସିୟସ ଥିବାବେଳେ ବଲାଙ୍ଗୀରରେ 35.3 ଡିଗ୍ରୀ ସେଲସିୟସ ରହିଥିଲା । ଅନୁଗୁଳରେ 35.1 ଡିଗ୍ରୀ ସେଲସିୟସ, ଭଦ୍ରକ, ମାଲକାନଗିରି, ତାଳଚେର, ଚାନ୍ଦବାଲି, ବାଲେଶ୍ୱରରେ 35 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।

ଏହା ମଧ୍ୟ ପଢନ୍ତୁ...ରାଜ୍ୟରେ ବଢିଲା ତାତି, ଆସନ୍ତା ୨ଦିନ ମିଳିବନି ନିସ୍ତାର

ରାଜ୍ୟରେ ଶୀତ ଗାଏବ ହୋଇଯାଇଥିବା ବେଳେ ତାତି ବଢିବାରେ ଲାଗିଛି । ଉପାନ୍ତରୁ ଉପକୂଳ ସବୁଠି ଉପରମୁହାଁ ପାରଦ । ଅଧିକାଂଶ ସ୍ଥାନରେ ୩୫ରୁ ୩୭ ଡିଗ୍ରୀ ମଧ୍ୟରେ ତାପମାତ୍ରା ରେକର୍ଡ ହେଉଥିବାବେଳେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ପଶ୍ଚିମା ଝଡ଼ ପ୍ରଭାବରେ ୨୨ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡିକରେ ବର୍ଷା ନେଇ ଆକଳନ କରାଯାଇଛି । ତେବେ ବର୍ଷା ହେଲେ ମଧ୍ୟ ରାତ୍ରି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । କାରଣ ରାତିରେ ଓଡ଼ିଶାକୁ ଶୁଷ୍କ ଗରମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଛି । ପ୍ରଭାବରେ ରାତି ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଛି । ବିଶେଷ କରି ପଶ୍ଚିମ ଓଡ଼ିଶାରେ ଶୁଖିଲା ପାଗ ପାଇଁ ଗ୍ରୀଷ୍ମ ପ୍ରବାହ ଭଳି ସ୍ଥିତି ଉପୁଜିଛି । ଆଗକୁ ଆହୁରି ଅଧିକ ମାତ୍ରାରେ ତାତି ବଢିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.