ETV Bharat / state

ଆଜି ସାନ୍ଦୁଲ ଜଳସେଚନ ପ୍ରକଳ୍ପ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Feb 13, 2024, 12:15 PM IST

ସାନ୍ଦୁଲ ଜଳ ସେଚନ ପ୍ରକଳ୍ପ
Sandul Irrigation Project

Sandul Irrigation Project: ଦୂର ହେବ କଳାହାଣ୍ଡି ଚାଷୀଙ୍କ ଦୁଃଖ । ବହୁ ପ୍ରତିକ୍ଷୀତ ସାନ୍ଦୁଲ ଜଳସେଚନ ପ୍ରକଳ୍ପକୁ ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

Sandul Irrigation Project

ଭବାନୀପାଟଣା: ଚାଷୀଙ୍କୁ କଥା ଦେଇ କଥା ରଖିଲେ ରାଜ୍ୟ ସରକାର । ପୂରଣ ହେବ କଳାହାଣ୍ଡି ଚାଷୀଙ୍କ ଦୀର୍ଘ ଦିନର ସ୍ୱପ୍ନ । ଆଜି(ମଙ୍ଗଳବାର) ଜିଲ୍ଲାରେ ବହୁ ପ୍ରତିକ୍ଷୀତ ସାନ୍ଦୁଲ ଜଳସେଚନ ପ୍ରକଳ୍ପକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାୟ ୨ ଶହ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ନିର୍ମାଣ ହୋଇଛି ଏହି ଜଳସେଚନ ପ୍ରକଳ୍ପ । କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ବ୍ଳକର ଡୁଟାଠାରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି । ଏହାର ଉଦଘାଟନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଚାଷୀ ମଧ୍ୟ ଉତ୍ସାହିତ ଅଛନ୍ତି ।

ବର୍ତ୍ତମାନ ଲୋକାର୍ପଣ ଅପେକ୍ଷାରେ ରହିଛି ସାନ୍ଦୁଲ ଜଳସେଚନ ପ୍ରକଳ୍ପ । ଭିଡିଓ କନଫରେନ୍ସ ମାଧ୍ୟମରେ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ବିଭାଗୀୟ ଚିଫ୍ ଇଞ୍ଜିନିୟର, ସହକାରୀ ନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଲୋକାର୍ପଣ ଉତ୍ସବ କିପରି ଉଚିତ୍ ଢଙ୍ଗରେ ଅନୁଷ୍ଠିତ ହେବ ତା' ଉପରେ ନଜର ରଖିଛନ୍ତି । ଏହି ଜଳସେଚନ ପ୍ରକଳ୍ପ ଦ୍ବାରା ନରଲା, କରଲାମୁଣ୍ଡା, କେସିଙ୍ଗା, ମଦନପୁର ରାମପୁର ବ୍ଳକ ଅଞ୍ଚଳର ଚାଷୀମାନେ ଉପକୃତ ହେବେ । ଏଥିପାଇଁ ଅଞ୍ଚଳରେ ଏକପ୍ରକାର ଖୁସିର ମାହୋଲ ଦେଖିବାକୁ ମିଳିଥିବା ବେଳେ ଚାଷ କ୍ଷେତ୍ରରେ କଳାହାଣ୍ଡି ଜିଲ୍ଲା ଅଗ୍ରଗତି କରିବ ବୋଲି ସମସ୍ତଙ୍କ ଆଶା ।

ଏହା ମଧ୍ୟ ପଢନ୍ତୁ-ଇଭି କାରଖାନା ପାଇଁ JSW ସହ ଆଜି ଚୁକ୍ତି କରିବ ଓଡ଼ିଶା; ୪୦ ହଜାର କୋଟି ନିବେଶ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ସାଧାରଣ ନିର୍ବାଚନ ସମୟରେ କଳାହାଣ୍ଡି ଗସ୍ତରେ ଆସି ମଦନପୁର ରାମପୁରଠାରେ ସାନ୍ଦୁଲ ବ୍ୟାରେଜ ନିର୍ମାଣ ନେଇ ଘୋଷଣା କରିଥିଲେ । ଏହି ବ୍ୟାରେଜ ଚାଷୀଙ୍କୁ ଜଳ ଯୋଗାଇବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ଯାହା ଆଜି ପୂରଣ ହେବାକୁ ଯାଉଛି । ପ୍ରାୟ ୨ ଶହ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ସାନ୍ଦୁଳ ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇଛି । କଳହାଣ୍ଡିର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭରଶୀଳ । ଏହାକୁ ଦୃଷ୍ଟିରେ ରଖି ବିଗତ ଦିନମାନଙ୍କରେ ସରକାର ଇନ୍ଦ୍ରାବତୀ ଜଳ ସେଚନ ପ୍ରକଳ୍ପ, ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ, ରେତ ଜଳସେଚନ ପ୍ରକଳ୍ପ ଆଦି ନିର୍ମାଣ କରି ଚାଷୀଙ୍କ ପାଇଁ ଏକ ନୂତନ ଆଶା ଆଣିଦେଇଥିଲେ ।

ଏବେ କଳାହାଣ୍ଡି ଜିଲ୍ଲା ଧାନ ଉତ୍ପାଦନରେ ସମଗ୍ର ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିଗ୍ରହଣ କରିଛି । ସେହିପରି କପା ଉତ୍ପାଦନରେ କଳାହାଣ୍ଡି ଜିଲ୍ଲା ପ୍ରଥମ ହୋଇଥିବା ବେଳେ କେସିଙ୍ଗା, କର୍ଲାମୁଣ୍ଡା, ନର୍ଲା ଓ ମଦନପୁର ରାମପୁରକୁ ଜଳସେଚନର କୌଣସି ବ୍ୟବସ୍ଥା ନଥିଲା । ଅନେକ ସମୟରେ ମରୁଡିର ସାମ୍ନା କରିଆସୁଥିଲେ ଚାଷୀ । ଏହି ଦୁଃଖ ସାନ୍ଦୁଲ ଜଳସେଚନ ପ୍ରକଳ୍ପ ଦୂର କରିବ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.