ETV Bharat / state

ଇଭି କାରଖାନା ପାଇଁ JSW ସହ ଆଜି ଚୁକ୍ତି କରିବ ଓଡ଼ିଶା; ୪୦ ହଜାର କୋଟି ନିବେଶ

author img

By ETV Bharat Odisha Team

Published : Feb 10, 2024, 7:45 AM IST

EV Manufacturing Project: କଟକ ନରାଜ ନିକଟରେ ପ୍ରତିଷ୍ଠା ହେବାକୁ ଯାଉଛି ଦେଶର ତଥା ବିଶ୍ୱର ସର୍ବବୃହତ ଇଭି (Electronic Vehicle) କାରଖାନା । ଏନେଇ ଆଜି ରାଜ୍ୟ ସରକାର ଜେଏସଡବ୍ଲୁ ଗ୍ରୁପ ସହ ଚୁକ୍ତି ସ୍ୱାକ୍ଷର କରିବେ । ଅଧିକ ପଢନ୍ତୁ

EV manufacturing project
ଇଭି କାରଖାନା ପାଇଁ JSW ସହ ଚୁକ୍ତି କରିବ ଓଡିଶା

ଭୁବନେଶ୍ୱର: କଟକ ନରାଜ ନିକଟରେ ପ୍ରତିଷ୍ଠା ହେବାକୁ ଯାଉଛି ଦେଶ ତଥା ବିଶ୍ୱର ସର୍ବବୃହତ ଇଭି (Electronic Vehicle) କାରଖାନା । ଇଭି କାରଖାନା ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଆଜି(ଶନିବାର) JSW ସହ ଚୁକ୍ତି ସ୍ୱାକ୍ଷର କରିବାକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତରେ ଲୋକସେବା ଭବନରେ ହେବ ଏହି ଚୁକ୍ତି ସ୍ୱାକ୍ଷର । ଇଭି କାରଖାନା ପ୍ରତିଷ୍ଠା ପାଇଁ ପ୍ରାୟ ୪୦ ହଜାର କୋଟି ନିବେଶ କରିବ JSW । ପ୍ରକଳ୍ପ ହେବା ଦ୍ୱାରା ପ୍ରାୟ ୧୨ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି ।

୨୨ ଜାନୁଆରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ରାଜ୍ୟ କ୍ୟାବିନେଟ । ଜେଏସଡବ୍ଲୁ ଇଭି ଯାନ ନିର୍ମାଣ କରିବା ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଥିଲା । ଯାହାର ପ୍ରଥମ ପଦକ୍ଷେପ ସ୍ୱରୂପ ଆଜି (ଶନିବାର) ଏମଓୟୁ ହେବାକୁ ଯାଉଛି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ପ୍ରମୁଖ ଉପସ୍ଥିତ ରହିବେ । ନିଷ୍ପତ୍ତି ଅନୁସାରେ ଓଡ଼ିଶାରେ ଜେଏସଡବ୍ଲୁ ଇଭି ଯାନ ନିର୍ମାଣ କରିବ ।

କଟକ ନରାଜ ନିକଟରେ କାରଖାନା ପାଇଁ ୪୦ ହଜାର କୋଟି ଟଙ୍କା ନିବେଶ କରିବ ଜେଏସଡବ୍ଲୁ । ଏହି ଇଭି କାରଖାନାରେ ରାଜ୍ୟର ପ୍ରାୟ ୧୨ ହଜାର ଲୋକ ନିଯୁକ୍ତି ପାଇବେ । ଏହା ଗୋଟିଏ ଜାଗାରେ ଦେଶର ସବୁଠାରୁ ବଡ଼ ଇଭି କାରଖାନା ହେବ । ଇଲେକ୍ଟ୍ରି ଯାନ ପାଇଁ ଦୁଇ ପ୍ରକାର କାରଖାନା କରିବ ଜେଏସଡବ୍ଲୁ । ଗୋଟିଏ କାରଖାନାରେ ଇଲେକ୍ଟ୍ରି ଯାନ ଓ ବ୍ୟାଟେରୀ ଓ ଅନ୍ୟଟିରେ ଇଲେକ୍ଟ୍ରି ଯାନ କମ୍ପୋନେଟ ନିର୍ମାଣ ହେବ ।

ଏହାମଧ୍ୟ ପଢନ୍ତୁ..କଟକରେ ସର୍ବବୃହତ ଇଭି କାରଖାନା: ସୃଷ୍ଟି ହେବ ୧୨ ହଜାର ନିଯୁକ୍ତି ସୁଯୋଗ

କଟକର ନରାଜ ଏବଂ ପାରାଦ୍ୱୀପରେ ଜେଏସଡବ୍ଲୁ ଗ୍ରୁପର ଇଲେକ୍ଟ୍ରି ଯାନ ଏବଂ ତତ୍‌ସମ୍ବନ୍ଧୀୟ ଉପକରଣ ଉତ୍ପାଦନ ପ୍ରକଳ୍ପ ପାଇଁ ରାଜ୍ୟ କ୍ୟାବିନେଟ ସ୍ୱତନ୍ତ୍ର ପ୍ରୋତ୍ସାହନ ପ୍ୟାକେଜ ଅନୁମୋଦନ କରିଛନ୍ତି । ଏହି ୫୦ GWH କ୍ଷମତା ବିଶିଷ୍ଟ ଏକ ଉନ୍ନତ ବୈଷୟିକ ଜ୍ଞାନ ଆଧାରିତ ବ୍ୟାଟେରୀ ଉତ୍ପାଦନ ପ୍ରକଳ୍ପ ଏହି କ୍ଷେତ୍ରରେ ବିଶ୍ୱର ସର୍ବବୃହତ ଏକକ ପ୍ରକଳ୍ପ ହେବ । ଦୁଇଟି ପର୍ଯ୍ୟାୟରେ ସମାନ ସୁବିଧାରେ ବୈଦ୍ୟୁତିକ ଯାନ ଏବଂ ଉପାଦାନଗୁଡ଼ିକ ଉତ୍ପାଦନ ପାଇଁ ଏକ OEM ବା original equipment manufacturer କାରଖାନା ସ୍ଥାପନ କରିବାକୁ କମ୍ପାନୀ ଯୋଜନା କରାଯାଇଛି । ଏହି ଦୁଇଟି ପର୍ଯ୍ୟାୟରେ ଜେଏସଡବ୍ଲୁ ରାଜ୍ୟରେ ୨୫ ହଜାର କୋଟି ଟଙ୍କା ବିନିଯୋଗ କରିବାକୁ ଯୋଜନା କରିଛି । ଯାହା ୪ ହଜାରରୁ ଅଧିକ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିବ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.