ETV Bharat / state

କୃଷି ଓ କୃଷକ ଉନ୍ନତିରେ ରାଜ୍ୟ ସରକାର ବିଫଳ, 24ବର୍ଷରେ ଚାଷୀଙ୍କୁ ଧୋକା ମିଳିଛି: ମନମୋହନ - MANMOHAN SAMAL TARGETS BJD

author img

By ETV Bharat Odisha Team

Published : May 2, 2024, 5:13 PM IST

MANMOHAN SAMAL TARGET BJD
MANMOHAN SAMAL TARGET BJD(etv bharat odisha)

MANMOHAN SAMAL TARGETS BJD: ରାଜ୍ୟରେ କୃଷି ଏବଂ କୃଷକଙ୍କ ସ୍ଥିତିକୁ ନେଇ ବର୍ଷିଲେ ମନମୋହନ ସାମଲ । ବିଜେଡି ସରକାର କେବଳ ପ୍ରତିଶୃତି ଦେଇଛି ହେଲେ କୌଣସି ବି ପୂରଣ ହୋଇନାହିଁ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ

MANMOHAN SAMAL TARGET BJD (etv bharat odisha)

ଭୁବନେଶ୍ବର: ରାଜ୍ୟ ସରକାରଙ୍କ କୃଷକ ମାରଣ ନୀତି ଉପରେ ବର୍ଷିଲା ବିଜେପି । ଓଡ଼ିଶାର ଚାଷୀ 5 ହଜାର ଟଙ୍କା ରୋଜଗାର କରୁଥିବା ବେଳେ ପଞ୍ଜାବର ଚାଷୀ ଦେଢ଼ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ମାତ୍ର 17 ଭାଗ ଜମିରେ ଜଳସେଚନ ହୋଇଛି ବୋଲି କହି ନବୀନ ସରକାରଙ୍କ ଉପରେ ବର୍ଷିଛନ୍ତି ମନମୋହନ ସାମଲ ।

ଜଳ ସେଚନରେ ଫେଲ୍ ସରକାର: ସେ କହିଛନ୍ତି, 3 ଥର ନିର୍ବାଚନୀ ଇସ୍ତାହାରରେ ବିଜେଡ଼ି ଜଳସେଚନ ନେଇ ବଡ ବଡ଼ ପ୍ରତିଶ୍ରୁତି ଦେଇଥିଲା । 2014ରେ 10 ଲକ୍ଷ ହେକ୍ଟର ଜଳସେଚନ ହେବ ବୋଲି କହିଥିଲେ । 2019 ନିର୍ବାଚନରେ ଏହାକୁ 35 ପ୍ରତିଶତ କରିଥିଲେ । କିନ୍ତୁ ମହାନଦୀରେ ବ୍ୟାରେଜ ଟିକେ ହୋଇପାରିଲା ନାହିଁ । ବିଧାନସଭାରେ ମନ୍ତ୍ରୀ କହିଲେ, ବ୍ୟାରେଜ ନିର୍ମାଣ ପାଇଁ କୌଣସି ଯୋଜନା ନାହିଁ । ଆଳୁ ମିଶନ, ପିଆଜ ମିଶନ ଫେଲ । କାଳିଆ ଯୋଜନାରେ 75 ଲକ୍ଷ ଚାଷୀଙ୍କୁ ସହାୟତା ଦେବେ ବୋଲି କହିଥିଲେ କିନ୍ତୁ ମାତ୍ର 44 ଲକ୍ଷ ଚାଷୀଙ୍କୁ ଦେଲେ । ସବୁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ବନ୍ଦ ହୋଇଗଲା । ନକଲି ଚାଷୀ ମାନଙ୍କ ଦ୍ଵାରା କୋଟି କୋଟି ଟଙ୍କା ହେରଫେର ହେଉଛି । ଚାଷୀଙ୍କ ଧାନ କିଣା ହେଲା ବେଳେ 12 କିଲୋରୁ ଅଧିକ କଟନୀ ଛଟନୀ କରାଯାଉଛି । ଧାନ ଏବଂ ଅନ୍ୟ ଫସଲ ଗୁଡ଼ିକର ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀ ପାଉନାହିଁ । ଦଲାଲ ଏବଂ ମିଲର ମାନଙ୍କ ଦ୍ଵାରା ଶୋଷଣର ଶିକାର ହେଉଛି ଚାଷୀ । ଧାନ କିଣାରେ 1 ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହୋଇଛି ବୋଲି ଅଭିଯୋଗ କଲା ବିଜେପି ।

ସବୁ କ୍ଷେତ୍ରରେ ବିଫଳ ବିଜେଡି: ଓଡ଼ିଶାରେ ସୂତା କଳ ଓ ଚିନି କଳ ବନ୍ଦ କରିଦେଇଛନ୍ତି ସରକାର । ଚାଷୀମାନେ ଆର୍ଥିକ ଦୁର୍ଗତି ଦେଇ ଗତି କରୁଛନ୍ତି । ବିଜେଡ଼ି ସରକାର ସଙ୍କଟ ଦେଇ ଗତି କରିଛି । ନେତୃତ୍ବ ଅଭାବ, ଇଚ୍ଛା ଶକ୍ତିର ଅଭାବ, ସ୍ପଷ୍ଟତା ଓ ଗଣତନ୍ତ୍ରର ଅଭାବ। ସରକାର ସବୁ ଦୃଷ୍ଟିରୁ ବିଫଳ । କୃଷକ ମାନଙ୍କ ବିକାଶ କୃଷିର ବିକାଶ ହେଲେ ସମ୍ଭବ ହେବ । ସେହିପରି ବିଜେପି ଓଡ଼ିଶାରେ ସରକାରକୁ ଆସିଲେ ଚାଷୀଙ୍କ ପାଇଁ ଏହି ସବୁ ବ୍ୟବସ୍ଥା କରାଯିବ ବୋଲି ଘୋଷଣା କଲେ ରାଜ୍ୟ ସଭାପତି ମନମୋହନ ସାମଲ ।

ଏହା ମଧ୍ୟ ପଢନ୍ତୁ: ବିଜେଡି-ବିଜେପି ମଧ୍ୟରେ ସମ୍ପର୍କ କଣ, ଜୁନ 4ରେ ଜାଣିପାରିବେ ରାହୁଲ: ମନମୋହନ - Manmohan Samal reaction

ଧାନ କିଣାରେ ସ୍ୱଚ୍ଛତା ରହିବ: ବିଜେପି ସରକାର ଗଠନ କଲେ ସବୁ ଧାନ ସରକାର କିଣିବେ । କୌଣସି କଟନୀ ଛଟନୀ ହେବ ନାହିଁ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ 3100 ଟଙ୍କା ହେବ । ଚାଷୀର ରୋଜଗାର 3 ଗୁଣ ହେବ । 48 ଘଣ୍ଟାରେ ଚାଷୀଙ୍କୁ ପଇସା ଦିଆଯିବ । 2029 ସୁଦ୍ଧା 100 ପ୍ରତିଶତ ଜଳସେଚନ ହେବ । ମହାନଦୀରେ ଆବଶ୍ୟକ ବ୍ୟାରେଜ ତିଆରି ହେବ । ଆଉ ଯେଉଁଠି ଦରକାର ଚେକ୍ ଡ୍ୟାମ ହେବ । ପ୍ରତି ବ୍ଲକରେ ଅତିକମରେ ଗୋଟିଏ ଶୀତଳ ଭଣ୍ଡାର ହେବ । କୃଷି ଭିତ୍ତିକ ଶିଳ୍ପ ପ୍ରତି ବ୍ଲକରେ ହେବ । ପିଏମ କିଶାନ ଯୋଜନାରେ ସବୁ ଚାଷୀଙ୍କୁ ସାମିଲ କରାଯିବ । ଫସଲ ବୀମା 100 ପ୍ରତିଶତ ହେବ । ଆକ୍ୱା କଳଚର୍, ପ୍ରନ୍ କଳଚର ମାଧ୍ୟମରେ ମାଛ ଓ ଚିଙ୍ଗୁଡି ଚାଷଙ୍କୁ ସହାୟତା ଦିଆଯିବ । ପ୍ରତି ବ୍ଲକରେ କୃଷି ସମୃଦ୍ଧି କେନ୍ଦ୍ର ଖୋଲାଯବ ବୋଲି କହିଛନ୍ତି ମନମୋହନ ।

ଓଡ଼ିଶାରେ ସୂତାକଳ, ଚିନିକଳ ବନ୍ଦ ହୋଇଯାଇଛି । ଆଖୁ ଚାଷ ଚାଷୀ ବନ୍ଦ କରିଦେଇଛି । ସୂତାକଳ ଚାଲିଲେ ଓଡ଼ିଶାର ଅର୍ଥନୀତି ବଦଳିବ । ଆମେ ସରକାରକୁ ଆସିଲେ ଧାନ କିଣା ସରକାର ସବୁ ଧାନ କିଣିବେ । ଚାଷୀର ସବୁ କଥା ଆମେ ବୁଝିବୁ । 31 ସହ ଟଙ୍କା କ୍ୱିଣ୍ଟାଲ ପିଛା କିଣିବା। 100 ପ୍ରତିଶତ ଜଳସେଚନ କରିବୁ । ମହାନଦୀ ରେ ବ୍ୟାରେଜ କରିବୁ । ଶୀତଳ ଭଣ୍ଡାର ପ୍ରତି ବ୍ଲକ ରେ କରିବୁ। ଫସଲ ବୀମା 100 ପ୍ରତିଶତ ପାଇବେ ଚାଷୀ। ଚିଙ୍ଗୁଡି ଚାଷ ମାନଙ୍କର ଇନସ୍ୟୁରାନ୍ସ କରିବୁ । ପ୍ରତି ବ୍ଲକ ରେ ସମୃଦ୍ଧି କେନ୍ଦ୍ର କରିବୁ। ନୂଆ ଚିନିକଳ ଏବଂ ନୂଆ ସୂତାକଳ ଆମେ କରିବୁ ବୋଲି କହିଛନ୍ତି ମନମୋହନ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.