ETV Bharat / state

ଜିନ୍ଦାବାଦ ନାରାରେ କମ୍ପିଲା ନବରଙ୍ଗପୁର, ନାମାଙ୍କନ ଭରିଲେ ବିଭିନ୍ନ ଦଳର ପ୍ରାର୍ଥୀ - Candidate Nomination File

author img

By ETV Bharat Odisha Team

Published : Apr 24, 2024, 8:30 PM IST

Updated : Apr 24, 2024, 8:38 PM IST

ଜିନ୍ଦାବାଦ୍ ନାରାରେ କମ୍ପିଲା ନବରଙ୍ଗପୁର, ନାମଙ୍କନ ଭରିଲେ ବିଭିନ୍ନ ଦଳର ପ୍ରାର୍ଥୀ
ଜିନ୍ଦାବାଦ୍ ନାରାରେ କମ୍ପିଲା ନବରଙ୍ଗପୁର, ନାମଙ୍କନ ଭରିଲେ ବିଭିନ୍ନ ଦଳର ପ୍ରାର୍ଥୀ

Odisha Assembly Election 2024: ଦ୍ଵିତୀୟ ସେଟ୍ ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରଦୀପ ମାଝୀ । ସେପଟେ ବାପା ଭୁଜବଳଙ୍କ ସହ ଆସି ନାମାଙ୍କନ ଭରିଲେ ଡାବୁଗାଁ ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ଲିପିକା ମାଝୀ । ଅଧିକ ପଢନ୍ତୁ

ଜିନ୍ଦାବାଦ୍ ନାରାରେ କମ୍ପିଲା ନବରଙ୍ଗପୁ

ନବରଙ୍ଗପୁର: ସାଧାରଣ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଷଷ୍ଠ ଦିନରେ ଆଜି ନବରଙ୍ଗପୁର ଜିଲ୍ଲାରେ ବିଭିନ୍ନ ଦଳର ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଜି ପ୍ରଥମେ ଡାବୁଗାଁ ବିଧାନସଭା ନିର୍ବଚନ ମଣ୍ଡଳୀ ପାଇଁ କଂଗ୍ରେସର ଲିପିକା ମାଝୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଡାବୁ ଗାଁ ବିଧାନସଭା ଆସନ ପାଇଁ ରିଟର୍ଣ୍ଣିଂ ଅଫିସର ତଥା ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେ ତାଙ୍କ ବାପା ତଥା ଜିଲ୍ଲା କଂଗ୍ରେସ ସଭାପତି ଓ ନବରଙ୍ଗପୁର ଲୋକସଭା ପ୍ରାର୍ଥୀ ଭୁଜବଳ ମାଝୀଙ୍କ ସହ ଆସିଥିଲେ ।

ସେହିପରି ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସର ସନରାଜ ଗଣ୍ଡ ଆଜି ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେ ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ନବୀନ ନାୟକଙ୍କ ନିକଟରେ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ଆଜି ବିଜେଡିର ସମସ୍ତ ପ୍ରାର୍ଥୀ ନିଜ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନବରଙ୍ଗପୁର ବିଧାନସଭା ଆସନ ପାଇଁ କୌଶାଲ୍ୟା ପ୍ରଧାନୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେ ନବରଙ୍ଗପୁର ବିଧାନସଭା ନିର୍ବାଚନ ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣି ଅଫିସର ତଥା ଉପଜିଲ୍ଲାପାଳ ପ୍ରକାଶ ମିଶ୍ରଙ୍କ ନିକଟରେ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଝରୀଗାଁ ବିଧାନସଭା ଆସନ ପାଇଁ ବିଜେଡିରୁ ରମେଶ ଚନ୍ଦ୍ର ମାଝୀ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଝରିଗାଁ ବିଧାନସଭା ପାଇଁ ରିଟର୍ଣ୍ଣିଂ ଅଫିସର ତଥା ଅତିରିକ୍ତ ଜିଲ୍ଲପାଳ ମହେଶ୍ୱର ନାୟକଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ରମେଶ ମାଝୀ ବର୍ତ୍ତମାନ ସାଂସଦ ଥିବାବେଳେ ଏଥର ତାଙ୍କୁ ଝରିଗାଁ ପାଇଁ ବିଧାୟକ ଟିକଟ ଦିଆଯାଇଛି । ଉମରକୋଟ ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ନବୀନ ନାୟକ ମଧ୍ୟ ଆଜି ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେ ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ନବୀନ ନାୟକଙ୍କ ନିକଟରେ ନିଜ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ତେବେ ଡାବୁଗାଁ ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ମନୋହର ରନ୍ଧାରୀ ପ୍ରଥମ ଦିନ ହିଁ ନିଜ ନାମାଙ୍କନ ପତ୍ରର ପ୍ରଥମ ସେଟ ଦାଖଲ କରି ଥିବାବେଳେ ଆଜି ଦ୍ଵିତୀୟ ସେଟ ଦାଖଲ କରିଛନ୍ତି । ସେହିପରି ବିଜେଡିର ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝୀ ମଧ୍ୟ ପ୍ରାର୍ଥୀପତ୍ରର ଦ୍ଵିତୀୟ ସେଟ ଆଜି ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଦାଖଲ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ..... ନୂଆପଡ଼ାରେ ବିଜେପିର ବିଶାଳ ରାଲି, ନାମାଙ୍କନ ଭରିଲେ ଖଡ଼ିଆଳ ବିଜେପି ପ୍ରାର୍ଥୀ ହିତେଶ ବଗର୍ତ୍ତି - Odisha Assembly Election 2024


ବିଜୁ ଜନତା ଦଳର ଲୋକସଭା ପ୍ରାର୍ଥୀ ଓ ସମସ୍ତ ବିଧାନସଭା ପ୍ରାର୍ଥୀ ନାମାଙ୍କନ ଦାଖଲ କରୁଥିବାରୁ ବିଜେଡି ସ୍ଥାନୀୟ ମା' ଭଣ୍ଡାର ଘରଣୀ ମନ୍ଦିର ଠାରୁ ମାଝିଗୁଡା ସ୍ଥିତ ଜିଲ୍ଲାପାଳଙ୍କ କାଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ରାଲିରେ ଆସି ପହଞ୍ଚିବା ପରେ ନାମାଙ୍କନପତ୍ର ଦାଖଲ କରିଥିଲେ । ସେହିପରି ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ଗୌରୀ ଶଙ୍କର ମାଝୀ ଆଜି ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହା ବ୍ୟତୀତ କଂଗ୍ରେସର ନବରଙ୍ଗପୁର ବିଧାୟକ ପ୍ରାର୍ଥୀ ଭାବେ ଦିଲୀପ ପ୍ରଧାନୀ ପ୍ରାର୍ଥୀ ପତ୍ର ରିଟର୍ଣ୍ଣିଂ ଅଫିସର ଉପଜିଲ୍ଲାପାଳ ପ୍ରକାଶ ମିଶ୍ରଙ୍କ ପାଖରେ ଦାଖଲ କରିଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

Last Updated :Apr 24, 2024, 8:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.