ETV Bharat / state

ବିଭିନ୍ନ କଲେଜରେ 'ନୂଆ-ଓ ଛାତ୍ରବୃତ୍ତି' ସାର୍ଟିଫିକେଟ ବିତରଣ, କଂଗ୍ରେସ କହିଲା ଏହା ରାଜ୍ୟ ସରକାରଙ୍କ ପ୍ରହସନ

author img

By ETV Bharat Odisha Team

Published : Mar 6, 2024, 8:00 AM IST

Nua O Scholarship: ରାଜ୍ୟରେ ବିଭିନ୍ନ କଲେଜରେ ନୂଆ ଓ ଛାତ୍ରବୃତ୍ତିକୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମାଲକାନଗିରିରେ 'ନବୀନ ଓଡିଶା ମ୍ୟାଜିକ କାର୍ଡ'ର ରେଜିଷ୍ଟେସନ ପାଇଁ ଶୁଭାରମ୍ଭ । ନିର୍ବାଚନ ପୂର୍ବରୁ ଛାତ୍ରବୃତ୍ତି ଯୋଜନା ଏକ ପ୍ରହସନ କହିଲା କଂଗ୍ରେସ । ଅଧିକ ପଢ଼ନ୍ତୁ
'ନୂଆ-ଓ ଛାତ୍ରବୃତ୍ତି'
'ନୂଆ-ଓ ଛାତ୍ରବୃତ୍ତି'

'ନୂଆ-ଓ ଛାତ୍ରବୃତ୍ତି'

ଭୁବନେଶ୍ବର/ମାଲକାନଗିରି: ରାଜ୍ୟରେ ବିଭିନ୍ନ କଲେଜରେ ଗତକାଲି (ମଙ୍ଗଳବାର) ନୂଆ ଓ ଛାତ୍ରବୃତ୍ତିକୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ନୂଆ ଓ ଛାତ୍ରବୃତ୍ତିର ସାର୍ଟିଫିକେଟ ବଣ୍ଟନ କରାଯାଇଛି । ଏଥିରେ ସାମିଲ ହୋଇଛି ଉତ୍କଳ ବିଶ୍ୱବିଦ୍ୟାଳୟ । ସେହିପରି ମାଲକାନଗିରିରେ ମଧ୍ୟ 'ନବୀନ ଓଡିଶା ମ୍ୟାଜିକ କାର୍ଡ'ର ରେଜିଷ୍ଟେସନ ପାଇଁ ଶୁଭାରମ୍ଭ କରିଛନ୍ତି ୫T ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଅନ୍ୟପକ୍ଷେ ମାଲକାନଗିରି ଏକ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ ପୂର୍ବରୁ ଛାତ୍ରବୃତ୍ତି ଯୋଜନା ଏକ ପ୍ରହସନ । ଦଳୀୟ ପ୍ରଚାର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ଅଭିଯୋଗ କରିଛି କଂଗ୍ରେସ ।

ରାଜ୍ୟରେ ବିଭିନ୍ନ କଲେଜରେ 'ନୂଆ ଓ ଛାତ୍ରବୃତ୍ତି'କୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । 'ନୂଆ ଓ ଛାତ୍ରବୃତ୍ତି'ର ସାର୍ଟିଫିକେଟ ବଣ୍ଟନ କରାଯାଇଛି । ଏଥିରେ ସାମିଲ ହୋଇଛି ଭୁବନେଶ୍ବରର ଉତ୍କଳ ବିଶ୍ୱବିଦ୍ୟାଳୟ । ଏନେଇ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଏହାସହ 'ନୂଆ-ଓ ଛାତ୍ରବୃତ୍ତି'ର ଆରମ୍ଭ କରି ଅନୁମୋଦନ ଆଦେଶପତ୍ର ବଣ୍ଟନ କରିଛନ୍ତି । ଏହି ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟର ୨୬୮୬ ଜଣ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ନୂଆ-ଓ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨.୬୫କୋଟି ଟଙ୍କା ମଞ୍ଜୁର ହୋଇଛି ବୋଲି ସୂଚନା ଦେଇଛନ୍ତି ପାଣ୍ଡିଆନ ।

ଏହାସହ ୫-ଟି ଅଧ୍ୟକ୍ଷ ଓଡିଶା ମ୍ୟାଜିକ କାର୍ଡ ରେଜିଷ୍ଟ୍ରେସନ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ମଙ୍ଗଳବାର ଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ପଞ୍ଜୀକରଣର ଶୁଭାରମ୍ଭ କରିଛନ୍ତି । ଏହା ସମସ୍ତ ଛାତ୍ରଛାତ୍ରୀ ପାଇବେ ଏବଂ ଏଥିରୁ କେହି ମଧ୍ୟ ବାଦ ପଡ଼ିବେ ନାହିଁ । ନବୀନ ଓଡ଼ିଶା ସ୍ମାର୍ଟ କାର୍ଡ ଏବଂ ଓଡିଶା ମ୍ୟାଜିକ କାର୍ଡ ଉଭୟ ସ୍ନାତକ ଓ ସ୍ନାତକୋତ୍ତର ପ୍ରତ୍ୟେକ ଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ । ସେହିପରି ଭୁବନେଶ୍ବର ବିଜେବି କଲେଜରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ନୂଆ-ଓ ସ୍କଲାରସିପ ସାର୍ଟିଫିକେଟ୍ ବାଣ୍ଟିଛନ୍ତି । ଏହାସହ ନବୀନ ଓଡିଶା ମ୍ୟାଜିକ କାର୍ଡକୁ ମଧ୍ୟ ରେଜିଷ୍ଟ୍ରେସନ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି । କଲେଜରେ ୨୬ ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ନୂଆଓ କାର୍ଯ୍ୟକ୍ରମ ଜରିଆରେ ଛାତ୍ରବୃତ୍ତି ଅର୍ଥ ବଣ୍ଟନ କରିଛନ୍ତି ୫-ଟି ଅଧ୍ୟକ୍ଷ ।

ସେହିପରି ଗତକାଲି ଦିନିକିଆ ମାଲକାନଗିରି ଜିଲ୍ଲା ଗସ୍ତ କରିଥିଲେ ୫ ଟି ଅଧକ୍ଷ ଭି.କେ.ପାଣ୍ଡିଆନ । ମାଲକାନଗିରି ଷ୍ଟାଡିୟମରେ ଆୟୋଜିତ 'ନୁଆ-ଓ' କାର୍ଯ୍ୟକ୍ରମରେ ଯୋଗଦେବା ସହ ମାଲକାନଗିରି ଜିଲ୍ଲାରୁ ସମଗ୍ର ରାଜ୍ୟ ପାଇଁ ନବୀନ ଓଡିଶା ମ୍ୟାଜିକ କାର୍ଡର ରେଜିଷ୍ଟେସନ ପାଇଁ ଶୁଭାରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜରିଆରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମାଲକାନଗିରି ଜିଲ୍ଲାର ଗରିବ ଆଦିବାସୀ ପିଲା ପ୍ରଥମେ ରାଜ୍ୟ ସରକାରଙ୍କ ଏହି ଯୋଜନାରେ ସାମିଲ ହୋଇ ବେଶ ଖୁସି ହୋଇଛନ୍ତି । ମାଲକାନଗିରି ଜିଲ୍ଲାର ମୋଟ ୧୦ ଟି କଲେଜର ୫୦୬୯ ଛାତ୍ରଛାତ୍ରୀ ଆଜି “ନୂଆ-ଓ” କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ରାଜ୍ୟର ମୋଟ ୫.୨ କୋଟି ଛାତ୍ରୀଛାତ୍ରୀ ଏହି ଯୋଜନାରେ ସାମିଲ ହେବାକୁ ଥିବା ବେଳେ ମାଲକାନଗିରି ଜିଲ୍ଲାର ମୋଟ ୫୦୬୯ ଛାତ୍ରଛାତ୍ରୀ ନବୀନ ଓଡିଶା ମ୍ୟାଜିକ କାର୍ଡ ପାଇଁ ରେଜିଷ୍ଟେସନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଟିଟିଲାଗଡରେ ନୂଆ-ଓ ଛାତ୍ରବୃତ୍ତି କାର୍ଯ୍ୟକ୍ରମ, ଯୋଗଦେଲେ 5T ଅଧ୍ୟକ୍ଷ

ସେପଟେ ମାଲକାନଗିରି ଜିଲ୍ଲା ସଦର ମହକୁମା ଜିଲ୍ଲା କଂଗ୍ରେସ ଭବନ ଠାରେ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ସମୟରେ ଭୋଟ ହାତେଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ଘୋଷଣା ଏକ ପ୍ରହସନ ବୋଲି ଅଭିଯୋଗ କରିଛନ୍ତି । ନିର୍ବାଚନ ପୂର୍ବରୁ କାଳିଆ ଯୋଜନା, ପିଠା ଯୋଜନା ଗତ ନିର୍ବାଚନରେ ଘୋଷଣା କରିଥିବା ବେଳେ ଏହି ଯୋଜନା କୁଆଡେ ଗଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ । ରାଜ୍ୟରେ ମୁଖ୍ୟମନ୍ତ୍ରୀ ନିରବଦ୍ରଷ୍ଟା ସାଜିଥିଲା ବେଳେ ମନ୍ତ୍ରୀ ଓ ବିଧାୟକମାନଙ୍କ ପାଟି ଖୋଲୁନାହିଁ । ରାଜ୍ୟରେ ପାଣ୍ଡିଆନ ବର୍ତ୍ତମାନ ସର୍ବେସର୍ବା । ଜନସାଧାରଣଙ୍କ ଅର୍ଥରେ ବିଜୁ ଜନତା ଦଳ ସରକାର କାର୍ଯ୍ୟକ୍ରମ କରି ଆଗାମୀ ନିର୍ବାଚନରେ ୧୮ ବର୍ଷରୁ ଉର୍ଦ୍ଧ୍ବ ବୟସ ଛାତ୍ରଛାତ୍ରୀ ନୂତନ ଭାବେ ଭୋଟ ଦେବାର ବ୍ୟବସ୍ଥା ଥିବା ବେଳେ ସେମାନଙ୍କ ଭୋଟ ହାତେଇବା ପାଇଁ ଏହି ଲୋଭନୀୟ ଘୋଷଣା ଛାତ୍ରଛାତ୍ରୀଙ୍କ ଉପରେ ପଡିବ ନାହିଁ ବୋଲି କହିଛି କଂଗ୍ରେସ ।

ଇଟିଭି ଭାରତ, ଭୁବନେଶ୍ବର/ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.