ETV Bharat / state

ଟିଟିଲାଗଡରେ ନୂଆ-ଓ ଛାତ୍ରବୃତ୍ତି କାର୍ଯ୍ୟକ୍ରମ, ଯୋଗଦେଲେ 5T ଅଧ୍ୟକ୍ଷ

author img

By ETV Bharat Odisha Team

Published : Mar 4, 2024, 7:20 AM IST

5T Chairman V K Pandian: ବଲାଙ୍ଗୀର ଟିଟିଲାଗଡ ଗସ୍ତରେ 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ନୂଆ ଓ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଦେଲେ ଯୋଗ । ଅଧିକ ପଢ଼ନ୍ତୁ

ନୂଆ-ଓ ଛାତ୍ରବୃତ୍ତି
ନୂଆ-ଓ ଛାତ୍ରବୃତ୍ତି

ନୂଆ-ଓ ଛାତ୍ରବୃତ୍ତି

ବଲାଙ୍ଗୀର: 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ବଲାଙ୍ଗୀର ଜିଲ୍ଲା ଗସ୍ତ । ଜିଲ୍ଲାର ଟିଟିଲାଗଡ ଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ନୂଆ-ଓ ଛାତ୍ରବୃତ୍ତି କାର୍ଯ୍ୟକ୍ରମରେ ଦେଲେ ଯୋଗ । ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପ୍ରଦାନ କଲେ ଛାତ୍ରବୃତ୍ତି । ସେପଟେ 5ଟିଙ୍କ କାର୍ଯ୍ୟକ୍ରମଙ୍କୁ ସାମ୍ବାଦିକଙ୍କୁ କରାଗଲା ବାରଣ ।

ବଲାଙ୍ଗୀର ଟିଟିଲାଗଡ଼ ସ୍ଥିତ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନର ଖେଳ ପଡିଆ ଠାରେ ଗତକାଲି (ରବିବାର) ଜିଲ୍ଲାସ୍ତରୀୟ ନୂଆ-ଓ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ଯୋଗଦେଇ କହିଛନ୍ତି ଯେ, ନୂଆ ଓଡିଶା ଗଠନରେ ଯୁବଶକ୍ତିର ଯୋଗଦାନ ପାଇଁ ପ୍ରେରଣା ଦେଇଥିଲେ । ନୂଆ-ଓ ଛାତ୍ରବୃତ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଥିଲେ ଯେ, ଏହା ଯୁବକ ଯୁବତୀମାନଙ୍କ ପାଇଁ ବିପୁଳ ସୁଯୋଗ ସୃଷ୍ଟି କରିଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ, ସାଇନ୍ସ ଲ୍ୟାବ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବିହିତ ପଦକ୍ଷେପ ନିଆଯାଉଛି । ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ନୂଆ-ଓ କାର୍ଯ୍ୟକ୍ରମ ସୁଯୋଗ ଆଣିଛି ।

ଏହି ଅବସରରେ ପାଣ୍ଡିଆନ ମହାବିଦ୍ୟାଳୟର କିଛି ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ କରି ଏହି ଛାତ୍ରବୃତ୍ତିର ଶୁଭାରମ୍ଭ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମହିଳା ମହାବିଦ୍ୟାଳୟ, ଟିଟିଲାଗଡର ଛାତ୍ରୀ ଅପର୍ଣ୍ଣା ବେହେରାଙ୍କୁ ୧୦,୦୦୦ ଟଙ୍କା, କଣ୍ଟାବାଞ୍ଜି ଧନ୍ଦାମୂଳକ (ସ୍ନାତକ) ମହାବିଦ୍ୟାଳୟର ଛାତ୍ର ଚିରାଗ ଅଗ୍ରୱାଲଙ୍କୁ ୯୦୦୦ ଟଙ୍କା, ମହିଳା ମହାବିଦ୍ୟାଳୟ, କଣ୍ଟାବାଞ୍ଜିର ଛାତ୍ରୀ ଗୀତାଞ୍ଜଳି ସାହୁଙ୍କୁ ୧୦୦୦୦ ଟଙ୍କା, ବଙ୍ଗମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟର ଛାତ୍ର ଭୀକୁ ସାହୁଙ୍କୁ ୯୦୦୦ ଟଙ୍କା, ପଞ୍ଚୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ, ମୁରିବାହଲର ଛାତ୍ରୀ ନିକିତା କମ୍ପଙ୍କୁ ୧୦୦୦୦ ଟଙ୍କା, ଡିଏଭି ମହାବିଦ୍ୟାଳୟ, ଟିଟିଲାଗଡର ଛାତ୍ର ଶିଲ୍ପ ରଞ୍ଜନ ପାନିକାଙ୍କୁ ୯୦୦୦ ଟଙ୍କା, ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ, ସଇଁତଳାର ଛାତ୍ର ରୋହନ କୁମାର ପଟେଲଙ୍କୁ ୯୦୦୦ ଟଙ୍କା, ତୁଷରା ସ୍ନାତକ ମହାବିଦ୍ୟାଳୟର ଛାତ୍ର ଅଙ୍କିତ କୁମାର ହରପାଲଙ୍କୁ ୧୦୦୦୦ ଟଙ୍କା ଛାତ୍ରବୃତ୍ତି ଦିଆଯାଇଛି ।

ଛାତ୍ରଛାତ୍ରୀଙ୍କ ପ୍ରତିଭାରେ ସାରା ଓଡିଶା ଓ ଦେଶ ଗର୍ବ କରୁ ଏବଂ ସେମାନଙ୍କର ଦକ୍ଷତା ଅଧିକ ବିକାଶ ତଥା ସୁନ୍ଦର ଭବିଷ୍ୟତ ପାଇଁ ଓଡିଶା ସରକାର ନୂଆ ଓ ଛାତ୍ରବୃତ୍ତି ଆରମ୍ଭ କରିଛନ୍ତି ବୋଲି ପାଣ୍ଡିଆନ କହିଛନ୍ତି । ଅର୍ଥ ଅଭାବରୁ କୌଣସି ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ଲାଭ କରିବାରୁ ବଞ୍ଚିତ ନ ହୁଅନ୍ତୁ ସେଥି ପାଇଁ ନୂଆ-ଓ ଛାତ୍ରବୃତ୍ତି ଆରମ୍ଭ ହୋଇଛି । ଏହି ଯୋଜନା ଅନ୍ତର୍ଗତ ସାଧାରଣ ଓ ଓବିସି ବର୍ଗର ପ୍ରତ୍ୟେକ ଯୋଗ୍ୟ ଛାତ୍ରୀ ୧୦ ହଜାର ଓ ପ୍ରତ୍ୟେକ ଯୋଗ୍ୟ ଛାତ୍ର ୯ ହଜାର ଟଙ୍କା ବୃତ୍ତି ପାଇବେ । ସେହି ଭଳି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଛାତ୍ର ଓ ଛାତ୍ରୀ ତଥା ନିର୍ମାଣ ଶ୍ରମିକ ଅଧିନସ୍ଥ ଛାତ୍ର ଓ ଛାତ୍ରୀଙ୍କ ପାଇଁ ଏହି ଅର୍ଥ ରାଶି ଯଥାକ୍ରମେ ୧୦ ହଜାର ଏବଂ ୧୧ ହଜାର ଧାର୍ଯ୍ୟ କରାଯାଇଛି । ସେହିପରି ଛାତ୍ରଛାତ୍ରୀଙ୍କ ସ୍ଵପ୍ନକୁ ସାକାର କରିବା ପାଇଁ ସେମାନଙ୍କୁ ଖୁବଶୀଘ୍ର ନୂଆ ଓ ସ୍ମାର୍ଟ କାର୍ଡ ଯୋଗାଇ ଦିଆଯିବ, ଯାହା ଦ୍ୱାରା ସେମାନେ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ପାଇପାରିବେ ବୋଲି ପାଣ୍ଡିଆନ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଧର୍ମଗଡରେ ନୂଆ ଓ ବୃତ୍ତିପ୍ରଦାନ କାର୍ଯ୍ୟକ୍ରମ, ଯୋଗଦେଲେ 5T ଅଧ୍ୟକ୍ଷ

ସେପଟେ ଛାତ୍ରବୃତ୍ତି ପାଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ନୂଆ-ଓ କାର୍ଯ୍ୟକ୍ରମରେ ସେମାନଙ୍କର ପ୍ରତିଭା ପ୍ରଦର୍ଶନରେ ଖୁସି ବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମ ବଲାଙ୍ଗୀର ଜିଲ୍ଲାପାଳ ଗୌରୱ ଶିୱାଜି ଇସଲୱାର, ଆରକ୍ଷୀ ଅଧିକ୍ଷକ ଖିଲାରି ରିଷିକେଶ ଦ୍ୟାନଦେଓ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁଶାନ୍ତ ସିଂ, ଟିଟିଲାଗଡ ଉପଜିଲ୍ଲାପାଳ ରେହାନ ଖେତ୍ରୀ ପ୍ରତ୍ୟେକ୍ଷ ଭାବରେ ଏହାର ତଦାରଖ କରିଥିଲେ । ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ଜିଲ୍ଲାପରିଷଦ ସଭ୍ୟା ଗୀତା ବିଶି, ଟିଟିଲାଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷା ସଞ୍ଜୁକ୍ତା ନାଏକ ପ୍ରମୁଖ ଯୋଗଦାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ଟିଟିଲାଗଡ ଅନ୍ତର୍ଗତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦାନ ଦେଇଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକଙ୍କୁ ବାରଣ କରା ଯାଇଥିଲା । ଯାହାକୁ ନେଇ ସ୍ଥାନୀୟ ସାମ୍ବାଦିକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.