ETV Bharat / state

ଡକାୟତି ଯୋଜନା ପଣ୍ଡ, ୫ ଡକାୟତଙ୍କୁ ଧରିଲା ନୟାପଲ୍ଲୀ ପୋଲିସ

author img

By ETV Bharat Odisha Team

Published : Mar 21, 2024, 10:34 AM IST

Updated : Mar 21, 2024, 11:09 AM IST

Police Arrested 5 Dacoits: ୫ ଜଣିଆ ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ । ଏହି ଡକାୟତମାନଙ୍କ ନାଁରେ ପୂର୍ବରୁ ମଧ୍ୟ ଥାନାରେ ଅପରାଧିକ ମାମଲା ରହିଛି । ଅଧିକ ପଢନ୍ତୁ

Police Arrested 5 Dacoits
Police Arrested 5 Dacoits

Police Arrested 5 Dacoits

ଭୁବନେଶ୍ବର: ଡକାୟତି ଯୋଜନା ପଣ୍ଡ । ୫ ଜଣିଆ ଡକାୟତ ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି ନୟାପଲ୍ଲୀ ଥାନା ପୋଲିସ । ତେବେ ଅଭିଯୁକ୍ତମାନେ ପଟାଶବଣିଆ ଛକ ନିକଟରେ ଡକାୟତି ପାଇଁ ଯୋଜନା କରୁଥିଲେ । ଏନେଇ ନୟାପଲ୍ଲୀ ଥାନା ଅଧିକାରୀ ଗୌତମ କିଶନ ବିଶେଷ ସୂତ୍ରରୁ ଡକାୟତି ଯୋଜନା ନେଇ ଖବର ପାଇଥିଲେ । ଏହାପରେ ସେଠାରେ ଚଢାଉ କରି ୫ ଜଣଙ୍କୁ ପୋଲିସ ଗିରଫ କରିଥିଲା ।

ସୂଚନା ମୁତାବକ, ଗତକାଲି(ବୁଧବାର)୫ ଜଣ ଡକାୟତ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ଏମାନଙ୍କୁ ଧରିବାରେ ସଫଳ ହୋଇଛି । ଗିରଫ ଡକାୟତଙ୍କ ଠାରୁ ମାରଣାସ୍ତ୍ର, ମଦ ବୋତଲ ଓ ନିଶାଦ୍ରବ୍ୟ ମଧ୍ୟ ଜବତ କରାଯାଇଛି । ତେବେ ଏହି ଅଭିଯୁକ୍ତମାନେ ମଦ୍ୟପାନ କରି ଡକାୟତି ପାଇଁ ଯୋଜନା କରୁଥିବା ଜାଣିବାକୁ ପାଇଛି ପୋଲିସ । ଅଭିଯୁକ୍ତମାନେ ହେଲେ ସାଲିଆ ସାହିର ରଞ୍ଜିତ ପ୍ରଧାନ, ଗଞ୍ଜାମର ସୁନିଲ ଗୌଡ ଓ ଝୁନ ପ୍ରଧାନ ସହ ନୟାଗଡର ରାଜେନ୍ଦ୍ର ପ୍ରଧାନ ଓ ଫୁଲବାଣୀର ବିକାଶ ବେହେରା ବୋଲି ଜଣାପଡିଛି । ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ଏହି ଡକାୟତଙ୍କ ନାଁରେ ପୂର୍ବରୁ ମଧ୍ୟ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି । ଗତ ୧୦ତାରିଖରେ ଏମାନେ ନୟାପଲ୍ଲୀ ଥାନା କ୍ରାଉନ ହୋଟେଲ ପାଖରେ ମହିଳାଙ୍କୁ ଏକାକୀ ଥିବା ଦେଖି ଡରାଇ ଧମକାଇ ମୋବାଇଲ ନେଇଯାଇଥିଲେ । ସେହିଭଳି ପୂର୍ବରୁ ମଧ୍ୟ ୨୦୨୧ ମସିହାରେ ମଧ୍ୟ ଏକ ଲୁଟପାଟ ଘଟଣାରେ ଏମାନେ ସାମିଲ ଥିଲେ । ତେବେ ନିର୍ବାଚନ ଆଗକୁ ଥିବାରୁ ଏବେ ଅପରାଧ ଓ ଦୁର୍ଦ୍ଦାନ୍ତ ଅପରାଧି ଉପରେ ପୋଲିସ ନଜର ରଖିଛି । ସେମାନଙ୍କ ଗତିବିଧି ଓ କାର୍ଯ୍ୟକଳାପ ନେଇ ତଥ୍ୟ ସଂଗ୍ରହ କରୁଛି । କାରଣ ଏମାନଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇଲେ ନିର୍ବାଚନ ସମୟରେ ‌ପରିସ୍ଥିତି ଅଣାୟତ୍ତ ହେବ । ତେଣୁ ଏଭଳି ଅପରାଧୀଙ୍କ ସୂଚନା ଆଧାରରେ ଗିରଫ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ- ସମ୍ବଲପୁର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ଼ ଘଟଣା, 2 ଡକାୟତ ଗିରଫ

ପ୍ରକାଶ ଥାଉକି,ଗତ ୧୩ ତାରିଖରେ ବର୍ଷେ ହେବ ପୋଲିସକୁ ଚକମା ଦେଇ ବୁଲୁଥିବା କାଶିଆ ଗ୍ୟାଙ୍ଗକୁ ଗିରଫ କରିଥିଲା ପୋଲିସ। ଏନେଇ ୫ ଅଭିଯୁକ୍ତ ଡକାୟତି ଯୋଜନା କରୁଥିବା ଵେଳେ ଖବର ପାଇ ତାକୁ ଗିରଫ କରିଥିଲା । ସେମାନଙ୍କଠୁ ମଧ୍ୟ ଆପତ୍ତି ଜନକ ସାମଗ୍ରୀ ଜବତ କରାଯାଇଥିଲା । ସେହିପରି ମାର୍ଚ୍ଚ ୧୮ ତାରିଖରେ ଲକ୍ଷ୍ମୀସାଗର ଥାନା ସନ୍ତୋଷୀ ବିହାର ନିକଟରେ ୬ଜଣ କୁଖ୍ୟାତ ଅପରାଧି ଡକାୟତି ଉଦ୍ୟମ ବେଳେ ସେମାନଙ୍କୁ କାବୁ କରିଥିଲା କମିଶନରେଟ ପୋଲିସ ।

ସେହିପରି ୧୪ମାର୍ଚ୍ଚରେ ପଟିଆ ଷ୍ଟେସନ ପାଖ ଖେଳପଡିଆ ଗେଟ୍ ନିକଟରେ ସଶସ୍ତ୍ର ଡକାୟତି ପାଇଁ ଉଦ୍ୟମ ବେଳେ ୫ଜଣଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସର ଇନଫୋସିଟି ଥାନା ପୋଲିସ । ୧୩ତାରିଖରେ ଚନ୍ଦ୍ରଶେଖରପୁର ଥାନା‌ ଅଧିନ ରେଲୱେ ଅଡିଟରିୟମ ପାଖରେ ଥିବା ଖେଳ ପଡ଼ିଆ ନିକଟରେ ସଶସ୍ତ୍ର ଡକାୟତି ଉଦ୍ୟମ ବେଳେ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା କମିଶନରେଟ ପୋଲିସର ଚନ୍ଦ୍ରଶେଖରପୁର ଥାନା ପୋଲିସ । ଏହିଭଳି ଭାବରେ ଗତ ୨୦ ଦିନରେ ୩୦ ଜଣ ଡକାୟତଙ୍କୁ ଗିରଫ କରିଛି ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Mar 21, 2024, 11:09 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.