ETV Bharat / state

ପୂର୍ବତନ ସମିତିସଭ୍ୟଙ୍କ ସନ୍ଦେହ ଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ - Suspicious Death of Khordha Man

author img

By ETV Bharat Odisha Team

Published : May 27, 2024, 4:27 PM IST

Suspicious Death of Man: ଖୋର୍ଦ୍ଧା ଜିଲ୍ଲା କଡବ ଗ୍ରାମର ପୂର୍ବତନ ସମିତି ସଭ୍ୟଙ୍କର ସନ୍ଦେହ ଜନକ ମୃତ୍ୟୁ । ଏକାଧିକ ଲୋକ ମିଶି ହତ୍ୟା କରିଥିବା ଅଭିଯୋଗ ଆଣିଲା ସ୍ତ୍ରୀ । ଅଧିକ ପଢ଼ନ୍ତୁ

Suspicious Death of Man
Suspicious Death of Man (ETV Bharat Odisha)

ଖୋର୍ଦ୍ଧା: ପୂର୍ବତନ ସମିତି ସଭ୍ୟଙ୍କର ସନ୍ଦେହ ଜନକ ମୃତ୍ୟୁ। ତେବେ ଘଟଣାଟି ଖୋର୍ଦ୍ଧା ଜିଲ୍ଲା କଡବ ଗ୍ରାମରେ ଘଟିଛି । ମୃତକ ଜଣକ ହେଉଛନ୍ତି କଡବ ଗ୍ରାମର ପୂର୍ବତନ ସମିତିସଭ୍ୟ ନରହରି ସେଠୀ । ତେବେ ନରହରି ଗତକାଲି ତାଙ୍କ ସାଙ୍ଗ ମାନଙ୍କ ସହ ଭୋଜି କରିବାକୁ ଯାଇଥିଲେ । ହେଲେ ତାଙ୍କୁ ସେଠାରୁ ମୃତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଥିଲା । ଏହି ଘଟଣାରେ ନରହରିଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ତାଙ୍କର ସ୍ତ୍ରୀ । ଏହା ସହିତ ବେଗୁନିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Suspicious Death of Man (ETV Bharat Odisha)

ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା କଡବ ଗ୍ରାମର ନରହରି ସେଠୀ ପୂର୍ବତନ ସମିତି ସଭ୍ୟ ତାଙ୍କର ୧୯୯୧ ମସିହା ବ୍ୟାଚର ବନ୍ଧୁ ମାନଙ୍କ ସହ ଗତକାଲି ରବିବାର କୋତଲାଙ୍ଗ ସିନ୍ଦୁରମୁଣ୍ଡୀ ମନ୍ଦିରରେ ଭୋଜି କରିବାକୁ ଯାଇଥିଲେ । ତେବେ ଭୋଜି ସରିବା ପରେ ନରହରି ଏକୁଟିଆ ବାଇକରେ ଫେରୁଥିଲେ । ଫେରିବା ବାଟର କୋତଲାଙ୍ଗ ଚଟୁଆ ରାସ୍ତାରେ ସେ ବାଇକ ସହ ସେ ତଳେ ପଡିଥିବା ସେଠାରୁ ଫେରୁଥିବା ମନ୍ଦିର ପୂଜକ ଦେଖି ଭୋଜି କରୁଥିବା ସାଙ୍ଗ ମାନଙ୍କୁ ଖବର ଦେଇଥିଲେ । ଖବର ପାଇ ସାଙ୍ଗ ମାନେ ଘଟଣା ସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲାନ୍ସ ଯୋଗେ ନରହରିଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.. ବିଦ୍ୟୁତ ଆଘାତରେ ନବଦମ୍ପତିଙ୍କ ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ - Balasore Couple Death

ପରିବାର ଲୋକ ଖବର ପାଇ ସେଠାରେ ପହଞ୍ଚିଥିଲେ । ମୃତ ନରହରିଙ୍କ ଶରୀରରେ ଥିବା ବିଭିନ୍ନ କ୍ଷତ ଚିହ୍ନ ଥିବା ଦେଖି ତାଙ୍କର ପତ୍ନୀ ସବିତା ସେଠୀ ଗତକାଲି ବିଳମ୍ବିତ ରାତ୍ରିରେ ବେଗୁନିଆ ଥାନାରେ ହତ୍ୟା ଅଭିଯୋଗ କରିଥିଲେ । ମୋ ସ୍ବାମୀକୁ ଏକାଧିକ ଲୋକ ମିଶି ହତ୍ୟା କରିଥିବା ଅଭିଯୋଗ କରିଥିଲେ ସବିତା । ଅଭିଯୋଗ ପାଇ ବେଗୁନିଆ ପୋଲିସ ୧୫୦/୨୪ରେ ଏକ ମାମଲା ରୁଜୁ କରି ଘଟଣା ତଦନ୍ତ ବେଗୁନିଆ ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡା କରୁଥିବା ଜଣାପଡିଛି । ତେବେ ଆଜି ଥାନା ଅଧିକାରୀ ଖୋର୍ଦ୍ଧା ମୃତଦେହ ବ୍ୟବଚ୍ଛେଦ ଗୃହରେ ପହଞ୍ଚି ମୃତକଙ୍କ ଶରୀରକୁ ଭଲ ଭାବେ ଯାଞ୍ଚ କରିବା ପରେ ମୃତଦେହ ବ୍ୟବଚ୍ଛେଦ କରାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.