ନିଆଳିରେ ଗଡ ବଜାୟ ରଖିବ କି ବିଜେଡି ? ଭୋଟରଙ୍କ ମୁଡ ପରଖିଲା ଇଟିଭି ଭାରତ - NIALI VOTERS MOOD

By ETV Bharat Odisha Team

Published : May 27, 2024, 4:19 PM IST

thumbnail
ନିଆଳିରେ ଗଡ ବଜାୟ ରଖିବ କି ବିଜେଡି? କ'ଣ କହୁଛନ୍ତି କର୍ମୀ ଓ ଲୋକେ, ଶୁଣନ୍ତୁ..... (ETV Bharat Odisha)

ନିଆଳି: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି । ବର୍ତ୍ତମାନ ବିଭିନ୍ନ ଲୋକସଭା ଓ ବିଧାନସଭା ଆସନ ପାଇଁ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଲୋକସଭା ଆସନ ଅନ୍ତର୍ଗତ କଟକ ଜିଲ୍ଲା ନିଆଳି ବିଧାନସଭା ଆସନ ପାଇଁ ଆସନ୍ତା ୧ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେବ । ତେବେ ବର୍ତ୍ତମାନ ନିଆଳି ନିର୍ବାଚନ ମଣ୍ଡଳୀରେ ବିଜେପି, ବିଜେଡ଼ି ଏବଂ କଂଗ୍ରେସ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଥିବା ବେଳେ ପ୍ରାର୍ଥୀଙ୍କୁ ମନାଇବାରେ ୩ ଦଳ ଜୋରସୋରରେ ଲାଗିପଡିଛନ୍ତି ।

ସୂଚନା ଅନୁସାରେ, ନିଆଳି ନିର୍ବାଚନ ମଣ୍ଡଳୀ ୨୦୦୯ ମସିହାରୁ ବିଜେଡି ହାତରେ ରହିଛି । ଏଠାରୁ ବିଧାୟକ ଭାବରେ ପ୍ରମୋଦ କୁମାର ମଲ୍ଲିକ ଲଗାତର ଭାବରେ ବଡ ବ୍ୟବଧାନରେ ବିଜୟୀ ହୋଇଆସୁଛନ୍ତି । ୨୦୨୪ ପାଇଁ ଚତୁର୍ଥ ଥର ବିଧାୟକ ପ୍ରାର୍ଥୀ ଭାବେ ପ୍ରମୋଦଙ୍କ ଉପରେ ପୁଣି ଆଶା ପ୍ରକଟ କରିଛି ଦଳ । ତେବେ ବିଜେଡିର ଦୁର୍ବଳ ସ୍ଥିତିକୁ ବିରୋଧି ଫାଇଦା ନେଇପାରୁନଥିବାରୁ ବିଜେଡି ପୁଣି ବିଜୟୀ ଆଶାରେ ଅଛି ବୋଲି କର୍ମୀ ଓ ସମର୍ଥକ କହିଛନ୍ତି । ଏପରି ସମୟରେ ପୁଣିଥରେ ବିଜେଡି ନିଜ ଗଡ଼ ବଜାୟ ରଖିବ କି ନାହିଁ ? ସେନେଇ ତିହୁଡି ପଞ୍ଚାୟତର ବିଜେଡି କର୍ମୀ ଓ ଭୋଟରଙ୍କ ମୁଡ୍‌ ପରଖିଛି ଇଟିଭି ଭାରତ । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.