ETV Bharat / state

ନବରଙ୍ଗପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀଙ୍କ ମାଆଙ୍କ ପରଲୋକ - Pradeep Majhi Mother Passes Away

author img

By ETV Bharat Odisha Team

Published : Apr 24, 2024, 5:01 PM IST

Updated : Apr 24, 2024, 5:21 PM IST

Pradeep Majhi Mother Dies
Pradeep Majhi Mother Dies

Pradeep Majhi Mother Passes Away: ନବରଙ୍ଗପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀଙ୍କ ମାଆଙ୍କ ପରଲୋକ ଘଟିଛି । ୬ ମାସ ଧରି ଗୁରୁତର ଅସୁସ୍ଥ ହୋଇ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲରେ ଥିଲେ ଚିକିତ୍ସାଧୀନ । ଅଧିକ ପଢ଼ନ୍ତୁ

ନବରଙ୍ଗପୁର: ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀଙ୍କ ମାଆଙ୍କ ଦେହାନ୍ତ ଘଟିଛି । ଦୀର୍ଘ ୬ ମାସ ଧରି ଗୁରୁତର ଅସୁସ୍ଥ ହୋଇ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ପ୍ରଦୀପଙ୍କ ମାଆ ସୁବର୍ଣ୍ଣ ପ୍ରସାଦ । ତେବେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଦୀପଙ୍କ ମାଆ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ଆଜି ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ଶୋଭାଯାତ୍ରା କରି ନାମାଙ୍କନ ଭରିଥିଲେ । ସେପଟେ ପୂର୍ବତନ ସାଂସଦଙ୍କ ମାଆଙ୍କ ବିୟୋଗରେ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ଆସନ୍ତାକାଲି ଝରିଗାଁରେ ଶେଷକୃତ କରାଯିବ ବୋଲି ସୂଚନା ମିଳିଛି ।

Pradeep Majhi Mother Dies
Pradeep Majhi Mother Dies

ପ୍ରକାଶ ଥାଉ, ନବରଙ୍ଗପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ପ୍ରଥମେ ଚଳିତମାସ (ଏପ୍ରିଲ) ୨୨ ତାରିଖରେ ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ବିନା ଶୋଭାଯାତ୍ରାରେ ଆସି ପ୍ରଦୀପ ନିଜ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ଟିକଟରୁ ନିର୍ବାଚନ ଲଢ଼ିଥିବା ପ୍ରଦୀପ ଚଳିତଥର ବିଜେଡି ଟିକଟରୁ ସାଂସଦ ଭାବେ ନିର୍ବାଚନ ଲଢ଼ୁଛନ୍ତି । ଜିଲ୍ଲାରେ ବିଜେଡିର ମଜଭୁତ ସଂଗଠନ ରହିଛି ଓ ମିଳିମିଶି ବର୍ଷ ବର୍ଷ ଧରି ଲୋକଙ୍କ ପାଇଁ କାମ କରିଥିବାରୁ ଲୋକେ ଆମ ଉପରେ ନିଶ୍ଚିତ ଆସ୍ଥା ପ୍ରକଟ କରି ଭୋଟ ଦେବେ ବୋଲି ପ୍ରଦୀପ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ତେବେ ୨୨ ତାରିଖରେ ନିରାଡ଼ମ୍ବର ଭାବେ କୌଣସି ଶୋଭାଯାତ୍ରା ବିନା ଆସି ନାମାଙ୍କନ ଭରିଥିଲେ ପ୍ରଦୀପ ମାଝୀ । ଏହାପରେ ଆଜି(24 ଏପ୍ରିଲରେ) ଦଳୀୟ ଶୋଭାଯାତ୍ରା ନେଇ ସେ ବିରାଟ ପଟୁଆରରେ ଦ୍ବିତୀୟ ସେଟ୍‌ ନାମାଙ୍କନ ଦାଖଲ କରିଥିଲେ ।

ଗୋଟିଏ ପଟେ ପ୍ରଦୀପ ନାମାଙ୍କନ ଭରୁଥିବା ବେଳେ ଅନ୍ୟପଟେ ତାଙ୍କ ମାଆ ସୁବର୍ଣ୍ଣ ପ୍ରସାଦଙ୍କର ଦେହାନ୍ତ ଖବର ଜିଲ୍ଲାବାସୀଙ୍କୁ ବ୍ୟଥିତ କରିଛି । ପ୍ରଦୀପଙ୍କ ମାଆ ଦୀର୍ଘ ୬ ମାସ ଧରି ଗୁରୁତର ଅସୁସ୍ଥ ହୋଇ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । ତାଙ୍କର ଆଜି ମୃତ୍ୟୁ ଘଟିଛି । ଯାହାକୁ ନେଇ ପୂର୍ବତନ ସାଂସଦଙ୍କୁ ସମସ୍ତେ ସମବେଦନା ଜଣାଉଛନ୍ତି । ତେବେ ଆସନ୍ତାକାଲି ଝରିଗାଁରେ ପ୍ରଦୀପଙ୍କ ମାଆଙ୍କର ଅନ୍ତ୍ୟେଷ୍ଟି କ୍ରିୟା କରାଯିବ ବୋଲି ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ...ବିନା ଶୋଭାଯାତ୍ରାରେ ଆସିଲେ ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ, ଭରିଲେ ନାମାଙ୍କନ - Pradeep Files Nomination

ଇଟିଭି ଭାରତ, ନବରଙ୍ଗପୁର

Last Updated :Apr 24, 2024, 5:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.