ETV Bharat / state

ଚାଲିଥିଲା ସମର କ୍ୟାମ୍ପ ମାଡି ଆସିଲେ ମହୁମାଛି, 20ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ - BEE ATTACK

author img

By ETV Bharat Odisha Team

Published : Apr 29, 2024, 4:52 PM IST

ସମର ଫେଷ୍ଟିଭାଲରେ ମହୁମାଛି ଆକ୍ରମଣ, ୨୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ
ସମର ଫେଷ୍ଟିଭାଲରେ ମହୁମାଛି ଆକ୍ରମଣ, ୨୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ

Students Injured In Bee Attack: ମହୁମାଛି ଆକ୍ରମଣରେ ୨୦ରୁ ଊର୍ଦ୍ଧ୍ବ ସ୍କୁଲ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲାର ସାପୁଆ ଡ୍ୟାମରେ ଘଟିଛି ଏଭଳି ଅଘଟଣ । ଅଧିକ ପଢନ୍ତୁ

ସମର ଫେଷ୍ଟିଭାଲରେ ମହୁମାଛି ଆକ୍ରମଣ, ୨୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ

ଢେଙ୍କାନାଳ: ସମର ଫେଷ୍ଟିଭାଲରେ ମହୁମାଛି ଆକ୍ରମଣ । ମହୁମାଛି ଆକ୍ରମଣରେ ୨୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗରରେ । ଆଜି ସକାଳେ ଜିଲ୍ଲାର ବିରାଶାଳ ସ୍ଥିତ ଥିବା ଏକ ଘରୋଇ ସ୍କୁଲର ଛାତ୍ରଛାତ୍ରୀ ମାନେ ସମର ଫେଷ୍ଟିଭାଲରେ ଯୋଗଦେବାପାଇଁ ୩ଟି ସ୍କୁଲବସରେ କାମାକ୍ଷାନଗର ଯାଇଥିଲେ । ବସ୍ ଯୋଗେ ପ୍ରାୟ ୯୦ ଜଣ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀମାନେ କାମାକ୍ଷାନଗରରେ ଥିବା ରାମିଆଳ ନଦୀର ବାଲିଗୋରଡ ସ୍ଥିତ ସାପୁଆ ଡ୍ୟାମକୁ ଯାଇଥିଲେ ଏବଂ ସେଠାରେ ଓହ୍ଲାଇ ଡ୍ୟାମ ନିକଟକୁ ଯାଉଥିବାବେଳେ ମହୁମାଛି ହଠାତ ଆକ୍ରମଣ କରିଦେଇଥିଲେ ।

ବର୍ତ୍ତିବାର କୌଣସି ଉପାୟ ନ ପାଇ ବଡ ଛାତ୍ରଛାତ୍ରୀମାନେ ଜୀବନ ବିକଳରେ ବସକୁ ଫେରି ଆସିଥିଲେ, କିନ୍ତୁ କିଛି ଛୋଟ ପିଲାଙ୍କୁ ମହୁମାଛି ଆକ୍ରମଣ କରିଥିଲା । ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ କିଛି ଶିକ୍ଷକମାନେ ମଧ୍ୟ ଆହତ ହୋଇଛନ୍ତି । ସମସ୍ତ ଗୁରୁତର ମାନଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି ଏବଂ ସମସ୍ତଙ୍କ ଅବସ୍ଥା ପ୍ରାୟ ସ୍ଥିର ରହିଛି । ସ୍କୁଲରେ ଗ୍ରୀଷ୍ମ ଛୁଟି ଚାଲିଥିବାରୁ ପିଲାମାନେ ଘରେ ନ ବସି ସମର କ୍ୟାମ୍ପରେ ଯୋଗଦେଉଛନ୍ତି । ସମର କ୍ୟାମ୍ପରେ ନିଜର ବୌଦ୍ଧିକ ବିକାଶ ସହ ଖରାଛୁଟିରେ ବୋର ନହେବା ପାଇ କ୍ୟାମ୍ପରେ ଯୋଗ ଦେଉଛନ୍ତି ।

ଏହା ମଧ୍ଯ ପଢନ୍ତୁ .... କାମାକ୍ଷାନଗରରେ ମହୁମାଛି ଆକ୍ରମଣ; ୨ ମୃତ, ୩ ଆହତ

ଏ ସମ୍ପର୍କରେ ସ୍କୁଲର ପ୍ରିନ୍ସିପାଲ ଶାନ୍ତନୁ ଚାଟାର୍ଜୀ କହିଛନ୍ତି ଯେ, ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ବିଦ୍ୟାଳୟ ପକ୍ଷରୁ ସମର କ୍ୟାମ୍ପର ଆୟୋଜନ କରାଯାଇଥିଲା । ତେବେ ସାପୁଆ ଡ୍ୟାମରେ ଓହ୍ଲାଇବା ପରେ ପିଲାମାନଙ୍କୁ ପୂର୍ବରୁ ବୁଲୁଥିବା ମହୁମାଛି ମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ବଡ ପିଲା ମାନେ ଜୀବନ ବିକଳରେ ବସରେ ଚଢିଯାଇଥିବା ବେଳେ ଛୋଟ ପିଲାମାନେ ମହୁମାଛି ଦଂଶନର ଶିକାର ହୋଇଥିଲେ । ସେମାନଙ୍କୁ ଉପସ୍ଥିତ ଶିକ୍ଷକ ମାନେ ଉଦ୍ଧାର କରିଥିଲେ । କେବଳ ଜଣେ ଦୁଇ ଜଣ ସାମାନ୍ୟ ଆହତ ଥିବା ଛାତ୍ରଛାତ୍ରୀ ମାନେ ପ୍ରାଥମିକ ଚିକିତ୍ସା ପରେ ଘରକୁ ଯାଇଥିଲେ । ମହୁମାଛି ଆକ୍ରମଣ ୫ ଜଣ ଛାତ୍ରଛାତ୍ରୀ ସହ ଜଣେ ଶିକ୍ଷକ ମଧ୍ୟ ଗୁରୁତର ଅଛନ୍ତି । ତେବେ ଜଣଙ୍କୁ ଅବର୍ଜରଭେସନରେ ରଖାଯାଇଥିବା କଥା ସ୍କୁଲର ପ୍ରିନ୍ସିପାଲ ଶାନ୍ତନୁ ଚାଟାର୍ଜୀ କହିଥିଲେ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.