ETV Bharat / state

ରାଜଧାନୀରେ ମାତିଲେ ଝରକା ତଡ଼ା ଗ୍ୟାଙ୍ଗ୍, ଏବେଠୁ ଏମିତି ନିର୍ବାଚନ ପରେ କ'ଣ ହେବ ସ୍ଥିତି ?

author img

By ETV Bharat Odisha Team

Published : Feb 18, 2024, 4:10 PM IST

ରାଜଧାନୀରେ ମାତିଲେ ଝରକା ତଡ଼ା ଗ୍ୟାଙ୍ଗ୍ , ଏବେଠୁ ଏମିତି ନିର୍ବାଚନ ପରେ କ'ଣ ହେବ ସ୍ଥିତି ?
ରାଜଧାନୀରେ ମାତିଲେ ଝରକା ତଡ଼ା ଗ୍ୟାଙ୍ଗ୍ , ଏବେଠୁ ଏମିତି ନିର୍ବାଚନ ପରେ କ'ଣ ହେବ ସ୍ଥିତି ?

Bhubaneswar Loot: ଭୁବନେଶ୍ବରରେ ଝରକା ତଡ଼ା ଗ୍ୟାଙ୍ଗ୍ ସକ୍ରିୟ । ବନ୍ଦ କୋଠାକୁ ଟାର୍ଗେଟ କରୁଛନ୍ତି ଲୁଟେରା । ବରିଷ୍ଠ ନାଗରିକ ଧ୍ରୁବ ଚରଣଙ୍କ ଘରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ଗହଣା । ଅଧିକ ପଢନ୍ତୁୁ

ରାଜଧାନୀରେ ମାତିଲେ ଝରକା ତଡ଼ା ଗ୍ୟାଙ୍ଗ୍ , ଏବେଠୁ ଏମିତି ନିର୍ବାଚନ ପରେ କ'ଣ ହେବ ସ୍ଥିତି ?

ଭୁବନେଶ୍ବର: ରାଜଧାନୀରେ ମାତିଛନ୍ତି ଝରକା ତଡ଼ା ଗ୍ୟାଙ୍ଗ୍ । ଘରେ କେହି ନଥିବାବେଳେ ବୁଲାଉଛନ୍ତି କଳାକନା । ଆଉ ପୋଛି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ଟଙ୍କା । ଏଭଳି ଏକ ଘଟଣା ଘଟିଛି ରାଜଧାନୀରର ଲିଙ୍ଗରାଜ ଥାନା କପିଳପ୍ରସାଦ କେଳୁଚରଣ ଲେନର ଅଞ୍ଚଳରେ । କେଳୁଚରଣ ଲେନ ନଂ୫ରେ ରହୁଥିବା ବରିଷ୍ଠ ନାଗରିକ ଧ୍ରୁବ ଚରଣ ପାତ୍ର ଘରେ ନଥିବାବେଳେ ଏଭଳି ଲୁଟ ହୋଇଥିବା ଅଭିଯୋଗ କରିଛନ୍ତି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିଛି ।

ସୂଚନା ମୁତାବକ ବରିଷ୍ଠ ନାଗରିକ ଧ୍ରୁବ ଚରଣ ପାତ୍ର କପିଳପ୍ରସାଦର କେଳୁ ଚରଣ ଲେନ ନଂ୫ରେ ରୁହନ୍ତି । ସେ ଦୁଇ ଦିନ ତଳେ ବେଙ୍ଗାଲୁରୁ ବୁଲିବାକୁ ଯାଇଥିଲେ । ଏହି ସମୟରେ ଘରର ଦେଖାରଖା କରିବା ପାଇଁ ଜଣେ ଲୋକକୁ ଦାୟିତ୍ବ ଦେଇଥିଲେ । ହେଲେ ଆଜି ହଠାତ ଖବର ପାଇଁ ଥିଲେ ଦୁର୍ବୃତ୍ତମାନେ ଘରରୁ ଲୁଟି କରିଛନ୍ତି । ଲୁଟେରାମାନେ ଘରର ଝରକା ତାଡ଼ିବା ସହ ସୁନା ଗହଣା ଏବଂ ଟଙ୍କା ପୋଛି ନେଇଛନ୍ତି । ଏହା ପରେ ପୋଲିସରେ ଖବର ଦିଆଯାଇଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି ।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଲୁଟେରାମାନେ ଘରର ଝରକାକୁ ଶାବଳ କିମ୍ବା କୌଣସି ଶକ୍ତ ଲୁହାରେ ତାଡ଼ି ଦେଇଛନ୍ତି । ସମସ୍ତ ଆସବାବ ପତ୍ର ଖେଳାଇ ଦେଇଛନ୍ତି । ଏହାସହ ଲୁହା ଆଲମିରାକୁ ତାଡି ସେଥିରେ ଥିବା ସବୁ ଗହଣା ଓ ଟଙ୍କାକୁ ଲୁଟ କରିଛନ୍ତି । ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଛି । ରାଜଧାନୀରେ ଝରକା ତାଡି ଲୁଟ ଘଟଣା ଏବେ ନୂଆ ନୁହେଁ । ଗତ ବର୍ଷ ମଧ୍ୟ ଧଉଳି ଥାନା ଲିଙ୍ଗିପୁର ଓ ନୁଆ ଗାଁ ଅଞ୍ଚଳରେ ଏହିପରି ଭାବରେ ସିରିଜ୍ ଚୋରି କରିଥିଲେ ଲୁଟେରା । ରାଜଧାନୀରେ ଦିନକୁ ଦିନ ଚୋରି, ଡକାୟତି ଇତ୍ୟାଦି ବଢିବାରେ ଲାଗିଛି, ଯାହା ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି ହୋଇଛି ।
ଏହା ମଧ୍ୟ ପଢନ୍ତୁ ...ଏଟିଏମ୍‌ ଭ୍ୟାନ ଲୁଟେରା ଗ୍ୟାଙ୍ଗକୁ ଧରିଲା ପୋଲିସ, ଅନଲାଇନ ବେଟିଂ ଟଙ୍କା ସୁଝିବା ପାଇଁ ଲୁଟିଥିଲେ

ସେପଟେ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ନିର୍ବାଚନ ମାହୋଲ ସମୟରେ ପୋଲିସ ବ୍ୟସ୍ତତା ରହିଥିବା ବେଳେ ଏଭଳି ଘଟଣା ଗୃହ ବିଭାଗ ପାଇଁ ଚାଲେଞ୍ଜ ସୃଷ୍ଟି ହେବ । ଏହି ସମୟରେ ନେତା, ମନ୍ତ୍ରୀଙ୍କ ଗତିବିଧି, ବଡ଼ ବଡ଼ ରାଲି ଓ ପ୍ରଚାର ପ୍ରସାରରେ ସୁରକ୍ଷା ଯୋଗାଇବା ପାଇଁ ବ୍ୟସ୍ତ ରହିବ ଗୃହ ବିଭାଗ । ଯଦି ଲୁଟେରା ଏଭଳି ସକ୍ରିୟ ରହିବେ ତେବେ ପୋଲିସ ପାଇଁ ବଡ ଚାଲେଞ୍ଚ ରହିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.