ETV Bharat / state

ଏଟିଏମ୍‌ ଭ୍ୟାନ ଲୁଟେରା ଗ୍ୟାଙ୍ଗକୁ ଧରିଲା ପୋଲିସ, ଅନଲାଇନ ବେଟିଂ ଟଙ୍କା ସୁଝିବା ପାଇଁ ଲୁଟିଥିଲେ

author img

By ETV Bharat Odisha Team

Published : Feb 13, 2024, 9:14 PM IST

ଏଟିଏମ୍‌ ଭ୍ୟାନ ଲୁଟେରା ଗ୍ୟାଙ୍ଗକୁ ଧରିଲା ପୋଲିସ
ଏଟିଏମ୍‌ ଭ୍ୟାନ ଲୁଟେରା ଗ୍ୟାଙ୍ଗକୁ ଧରିଲା ପୋଲିସ

ATM Van Loot Case: ଗତ ବର୍ଷ ନଭେମ୍ବର 10 ତାରିଖରେ କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଗୋଡ଼ିଝରିଆଠାରେ ଘଟିଥିବା ଏଟିଏମ୍‌ ଭ୍ୟାନ ଲୁଟ୍‌ ଘଟଣାର 7 ଅଭିଯୁକ୍ତ ଗିରଫ । ସେହି ଏଟିଏମ୍‌ ଭ୍ୟାନର କର୍ମଚାରୀ ହିଁ ଲୁଟିଥିଲେ । ସାମିଲ ଥିଲେ 15 ଅଭିଯୁକ୍ତ । ଏବେବି ତଦନ୍ତ ଜାରି । ଅଧିକ ପଢ଼ନ୍ତୁ

ଏଟିଏମ୍‌ ଭ୍ୟାନ ଲୁଟେରା ଗ୍ୟାଙ୍ଗକୁ ଧରିଲା ପୋଲିସ

କଟକ: କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଗୋଡ଼ିଝରିଆରେ ଏଟିଏମ୍‌ ଭ୍ୟାନରୁ ଦେଢ଼ କୋଟି ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାସ କରିଛି କଟକ ଗ୍ରାମାଞ୍ଚଳ ପୋଲିସ । ଲୁଟ୍‌ରେ ସାମିଲ ଥିବା ଗ୍ୟାଙ୍ଗର 7 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗତ ବର୍ଷ ନଭେମ୍ବର 10 ତାରିଖରେ ଘଟିଥିଲା ଏହି ଲୁଟ୍‌ ଘଟଣା । ତିଗିରିଆ ଥାନା ଅନ୍ତର୍ଗତ ଗୋଡ଼ିଝରିଆ ରାସ୍ତାରେ ଟଙ୍କା ବୋଝେଇ ଏଟିଏମ୍‌ ଗାଡ଼ିକୁ ବନ୍ଧୁକ ମୁନରେ ଅଟକାଇ ଦେଢ଼ କୋଟି ଟଙ୍କା ଲୁଟି ଫେରାର ହୋଇଯାଇଥିଲେ ଏହି ଅଭିଯୁକ୍ତମାନେ । ସେମାନଙ୍କ ନିକଟରୁ 64 ଲକ୍ଷ 45 ହଜାର ଟଙ୍କା ସହ 3ଟି ଛୁରୀ ଜବତ କରିଛି ପୋଲସ ।

ସବୁଠାରୁ ବଡ଼ କଥା ହେଉଛି, ଏଟିଏମ୍‌ ଗାଡ଼ିର ଦୁଇ ଜଣ କର୍ମଚାରୀ ଏହି ଲୁଟ୍‌ ପାଇଁ ପ୍ଲାନ କରିଥିବା ଜଣା ପଡ଼ିଛି । ଏଥିପାଇଁ ତିଗିରିଆ ଥାନା ଅଞ୍ଚଳର ପେଶାଦାର ଅପରାଧୀ କଲିମ ଖାନକୁ ସୁପାରି ଦେଇଥିଲେ ଏଟିଏମ୍‌ ଗାଡ଼ିର ଦୁଇ କର୍ମଚାରୀ । ଯୋଜନା ମୁତାବକ ଏହି ଲୁଟ୍‌ କରାଯାଇଥିଲା । ଭ୍ୟାନ୍‌ କର୍ମଚାରୀମାନେ ଲୁଟେରାମାନଙ୍କୁ ସମସ୍ତ ତଥ୍ୟ ଦେଉଥିଲେ । ଅପରାହ୍ନ ସମୟରେ ଟଙ୍କା ବୋଝେଇ ଭ୍ୟାନ ଆସିବା ସମୟରେ ଲୁଟେରାମାନେ ମାରଣାସ୍ତ୍ର ଦେଖାଇ ଭ୍ୟାନକୁ ଅଟକାଇ ଥିଲେ । ମାରଣାସ୍ତ୍ର ଦେଖି ଭ୍ୟାନରେ ଯାଉଥିବା କର୍ମଚାରୀମାନେ ଭୟଭୀତ ହୋଇ ଆତ୍ମସମର୍ପଣ କରିଦେଇଥିଲେ । ଲୁଟେରାମାନେ ଏହାର ସୁଯୋଗ ନେଇ ଭ୍ୟାନରୁ ସମସ୍ତ ଟଙ୍କା ଲୁଟି ନେଇଥିଲେ । ଏକ ସ୍କର୍ପିଓରେ ଆସି ଏହି ଲୁଟ କରିଥିଲେ ଅଭିଯୁକ୍ତ । ଏହାପରେ ସମସ୍ତ ଲୁଟ ଟଙ୍କାକୁ ଉଭୟଙ୍କ ମଧ୍ୟରେ ବାଣ୍ଟି ଦିଆ ଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ATM Van Loot: ଏଟିଏମ ଭ୍ୟାନରୁ ଦେଢ଼ କୋଟି ଲୁଟି ନେଲେ ଲୁଟେରା

ତେବେ ଏଟିଏମ୍‌ ଗାଡ଼ି ଲୁଟ୍‌ର ମୁଖ୍ୟ ଷଡଯନ୍ତ୍ରକାରୀ ତଥା ଏଟିଏମ୍‌ ଭ୍ୟାନ ସଂସ୍ଥାର କର୍ମଚାରୀ ଏହି ଲୁଟ ଟଙ୍କାରୁ ସିଂହଭାଗ ନେଇଥିଲା । ଅବଶିଷ୍ଟ ଟଙ୍କାକୁ ଅନ୍ୟ କର୍ମଚାରୀମାନେ ବାଣ୍ଟି ନେଇଥିଲେ । ତେବେ ଏହି ଲୁଟ ଟଙ୍କା ବାଣ୍ଟିନେବା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଲୁଟ ସମୟରେ ଯେଉଁ ସ୍କର୍ପିଓ ବ୍ୟବହାର କରିଥିଲେ, ପରବର୍ତ୍ତୀ ସମୟରେ ତାକୁ କାଟି ନଦୀରେ ପିଙ୍ଗି ଦେଇଥିଲେ । ତେବେ ପୋଲିସ ଏହାର ତଦନ୍ତ କରି ଅଭିଯୁକ୍ତମାନଙ୍କ ପାଖରେ ପହଞ୍ଚି ଥିଲାବେଳେ ମୁଖ୍ୟ ଷଡଯନ୍ତ୍ରକାରୀ ଫେରାର ହୋଇଯାଇଛି । ଏହି ଲୁଟ ଘଟଣାରେ ପ୍ରାୟ 15ରୁ ଊର୍ଦ୍ଧ୍ବ ଲୋକ ସାମିଲ ହୋଇଥିବା ବେଳେ ଏମାନେ ସମସ୍ତେ ପ୍ରାୟ ଆଠଗଡ଼ ଅଞ୍ଚଳର ବୋଲି ଜଣାପଡ଼ିଛି । ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଗ୍ରାମାଞ୍ଚଳ ଏସ୍‌ପି ମିହିର କୁମାର ପଣ୍ଡା କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.