ETV Bharat / state

ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା, ଅଭିଯୁକ୍ତକୁ ୧୦ ବର୍ଷ ଜେଲ ଦଣ୍ଡାଦେଶ

author img

By ETV Bharat Odisha Team

Published : Mar 13, 2024, 9:37 PM IST

Disabled Girl Assault Case: ବାଲିପାଟଣା ଦିବ୍ୟାଙ୍ଗ ଯୁବତୀ ଦୁଷ୍କର୍ମ ଘଟଣା । ଅଭିଯୁକ୍ତକୁ ସଜ୍ଜା ଶୁଣାଇଲେ କୋର୍ଟ। ଅଧିକ ପଢନ୍ତୁ

Disabled Girl Assault Case
Disabled Girl Assault Case

Disabled Girl Assault Case

ଭୁବନେଶ୍ବର: ବାଲିପାଟଣା ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା। ଅଭିଯୁକ୍ତକୁ ୧୦ବର୍ଷ ଜେଲ ଦଣ୍ଡ ଶୁଣାଇଲେ କୋର୍ଟ। ଭୁବନେଶ୍ୱର ADJ-4 କୋର୍ଟ ପୀଡିତାଙ୍କୁ ନ୍ୟାୟ ପ୍ରଦାନ କରିଛନ୍ତି। ଏହି ମାମଲାର ବିଚାର କରି ଅଭିଯୁକ୍ତ କୃଷ୍ଣ ଚନ୍ଦ୍ର ଦାସଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅଦାଲତ । ସୂଚନା ଅନୁସାରେ, ୨୦୧୯ ମସିହା ଡିସେମ୍ବର ୯ ତାରିଖରେ ଦୁଷ୍କର୍ମର ଶିକାର ହୋଇଥିଲେ ଦିବ୍ୟାଙ୍ଗ ଯୁବତୀ । ଅଭିଯୁକ୍ତ କୃଷ୍ଣ ଚନ୍ଦ୍ର ଦାସ ଘଟାଇଥିଲା ଏଭଳି ଜଘନ୍ୟ କାଣ୍ଡ। ଏହି ଘଟଣା ବାଲିପାଟଣା ପୋଲିସର ନଜରକୁ ଆସିବା ପରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ପରେ ଏହି ଘଟଣା‌ର ଚାର୍ଜସିଟ୍ ଦାଖଲ କରାଯାଇଥିଲା ।

୧୨ଜଣ ସାକ୍ଷୀ ଓ ୮୩ଟି ଡକ୍ୟୁମେଣ୍ଟ ଆଧାରରେ ଦୋଷୀକୁ ଦଣ୍ଡ ଶୁଣାଣି ପାଇଁ ଯୁକ୍ତି ବାଢିଥିଲେ ସରକାରୀ ଓକିଲ ସୁରେଶ ଚନ୍ଦ୍ର ବାରିକ। ଶେଷରେ ଏଡିଜେ-୪ କୋର୍ଟ ପୀଡିତାକୁ ନ୍ୟାୟ ପ୍ରଦାନ କରିଛନ୍ତି। ଅଭିଯୁକ୍ତକୁ ୧୦ବର୍ଷ ସଶ୍ରମ ଜେଲ ଦଣ୍ଡ ସହ ଦୁଷ୍କର୍ମ ଶିକାର ପୀଡିତାଙ୍କୁ ସହାୟତାମୂଳକ ରାଶି ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସରକାରୀ ଓକିଲ କହିଛନ୍ତି, "ଏହି ଘଟଣା ବିରଳ ଥିଲା। ଯେହେତୁ ଜଣେ ବାକ୍ ଓ ଶ୍ରବଣ ବାଧିତ ତଥା ଭିନ୍ନକ୍ଷମ ଯୁବତୀଙ୍କ ସହ ଏପରି ଘଟଣା ଘଟିଥିଲା ତାଙ୍କର ବୟାନ ନେବା ଓ ଏହାକୁ ପ୍ରମାଣିତ କଷ୍ଟସାଧ୍ୟ ଥିଲା । ତଥାପି ୧୧୮ ଆଧାରରେ କୋର୍ଟ ଷ୍ଟେଟମେଣ୍ଟ ରେକର୍ଡ ସହ ଏନେଇ ତ୍ୱରିତ ଭାବେ ଅଭିଯୁକ୍ତ ବିରୋଧରେ କଠୋର ଦଣ୍ଡ ପାଇ ଯୁକ୍ତି ବାଢ଼ିଥିଲୁ। ଶେଷରେ‌ କୋର୍ଟ ଏହାର ରାୟ ଶୁଣାଇଛନ୍ତି ।"

ଏହା ମଧ୍ୟ ପଢନ୍ତୁ...ନ୍ୟାୟ ପାଇଲେ ଦୁଷ୍କର୍ମ ପୀଡିତା, ଅଭିଯୁକ୍ତକୁ 20 ବର୍ଷ କାରାଦଣ୍ଡ ଶୁଣାଇଲେ କୋର୍ଟ

ଏହା ମଧ୍ୟ ପଢନ୍ତୁ...ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, 63 ବର୍ଷୀୟ ବୃଦ୍ଧ ଗିରଫ

ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ପେଷାରେ ଡ୍ରାଇଭର। ସେ ସେହିଦିନ ପୀଡିତା ଘରେ ଏକାକି ଥିବା ବେଳେ ଏଭଳି କାଣ୍ଡ ଭିଆଇଥିଲା। ଯାହାର ପାରିପାର୍ଶ୍ବିକ ପ୍ରମାଣ ମଧ୍ୟ ମିଳିଥିଲା। ଏହି ଘଟଣାର ପରଦିନ ହିଁ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ପରେ ଯେହେତୁ ପୀଡିତା ଠାରରେ ନିଜର ବୟାନ ରଖିଥିଲେ । ଏହି ଘଟଣାର ତଦନ୍ତକାରୀ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ପ୍ରମାଣ ଓ ଦସ୍ତାବିଜ କୋର୍ଟରେ ଦାଖଲ କରିଥିଲେ । ପରେ ପୀଡିତାଙ୍କୁ ଅତିରିକ୍ତ ଜିଲ୍ଲା ଦୋରାଜଜ ନ୍ୟାୟ ପ୍ରଦାନ କରିବା ସହ ନ୍ୟାୟ ପ୍ରାଧିକରଣଙ୍କୁ ଭରଣ ପୋଷଣ ପାଇଁ ସହୟତା ରାଶି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.