ETV Bharat / state

ଅଡୁଆ କଲା ପ୍ରେମିକାର ସାନ ଭଉଣୀ, ଗାଡି ଧକ୍କା କରି ହତ୍ୟା ଉଦ୍ୟମରେ ପ୍ରେମିକ ଗିରଫ - Attempt To Murder

author img

By ETV Bharat Odisha Team

Published : May 5, 2024, 8:01 PM IST

Attempt To Murder: ପ୍ରେମିକାକୁ ପାଇବା ପାଇଁ ସାନ ଭଉଣୀକୁ ଜୀବନରୁ ମାରିଦେବାକୁ ପଛାଇଲାନି ପ୍ରେମିକ । ଏକତରଫା ପ୍ରେମରୁ ଏଭଳି ତୁମୁଳକାଣ୍ଡ କରିଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଜାଣନ୍ତୁ କ'ଣ ଥିବା ପୁରା ଘଟଣା ।

Attempt To Murder
Attempt To Murder (Etv Bharat Odisha)

Attempt To Murder (Etv Bharat Odisha)

ଭୁବନେଶ୍ବର: ପ୍ରେମିକାକୁ ପାଇବା ପାଇଁ ହତ୍ୟା ଉଦ୍ୟମ କରି ଗିରଫ ହେଲା ଅଭିଯୁକ୍ତ । ସିସିଟିଭିରେ କଏଦ ହୋଇଛି ଅଭିଯୁକ୍ତ ପ୍ରେମିକର କଳା କାରନାମାର ହତ୍ୟା ଉଦ୍ୟମ ସମୟର ଭିଡିଓ । ଅଭିଯୁକ୍ତ ଅକ୍ଷୟ ବେହେରା‌ ଡ୍ରାଇଭର ଭାବେ କାମ କରୁଥିବାବେଳେ ସେ ପଟିଆ ଷ୍ଟେସନ ଅଞ୍ଚଳରେ ରହୁଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଜଣେ ବିବାହିତା ମହିଳାଙ୍କୁ ଏକତରଫା ପ୍ରେମ କରୁଥିଲା ଅକ୍ଷୟ । ଆଉ ଏହାକୁ ବିରୋଧ କରିଆସୁଥିଲା ମହିଳାଙ୍କ ସାନ ଭଉଣୀ । ତେଣୁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଗାଡି ଧକ୍କା କରି ହତ୍ୟା ଉଦ୍ୟମବେଳେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ମହିଳା ଜଣକ ଅକ୍ଷୟର ଘର ପାଖରେ ରହୁଥିଲେ । ଅକ୍ଷୟ ମହିଳାଙ୍କୁ ପ୍ରେମ ନିବେଦନ କରିବା ପରେ ମହିଳା ଜଣଙ୍କ ମନା କରିବାରୁ ସେ ବାରମ୍ବାର ବାଧ୍ୟ କରିଆସୁଥିଲା । ଏପରିକି ମହିଳାଙ୍କୁ ପାଇବା ପାଇଁ ସେ ସବୁ ପ୍ରକାର ଉଦ୍ୟମ କରିଥିଲା ।

Attempt To Murder
Attempt To Murder (Etv Bharat Odisha)

ଏନେଇ ମହିଳା ଜଣଙ୍କ ନିଜ ସାନ ଭଉଣୀକୁ ସବୁ କଥା ଜଣାଇଥିଲେ । ଘଟଣା ବିଷୟରେ ଜାଣିବା ପରେ ଅକ୍ଷୟକୁ ବାରଣ କରିଆସୁଥିଲେ ମହିଳାଙ୍କ ସାନ ଭଉଣୀ । ଯାହାକୁ ନାପସନ୍ଦ କରୁଥିଲା ଅକ୍ଷୟ । ଗତ ୩ ତାରିଖରେ ମହିଳା ଜଣଙ୍କ ନିଜର ସ୍କୁଟି ଯୋଗେ ନିଜ କାମ ସାରି ଘରକୁ ଫେରୁଥିବାବେଳେ ପଟିଆ-ସିପିଇଟି ରାସ୍ତାରେ ଅଭିଯୁକ୍ତ ଜଣକ ନିଜେ ଚଳାଉଥିବା ପିକଅପ୍ ଭ୍ୟାନକୁ ଦ୍ରୁତ ଗତିରେ ଚଳାଇ ଆଣି ସ୍କୁଟିକୁ ପଛପାଖରୁ ଖୁବ ଜୋର ଧକ୍କା ଦେଇଥିଲା । ମହିଳା ଜଣଙ୍କ ସ୍କୁଟି ସହ ତଳେ ପଡ଼ିଯିବା ପରେ ଅଭିଯୁକ୍ତ ଅକ୍ଷୟ ନିଜ ଗାଡିରେ ୫୦୦ ମିଟର ପର୍ଯ୍ୟନ୍ତ ପ୍ରେମିକାର ସାନ ଭଉଣୀକୁ ଘୋଷାଡି ନେଇଥିଲା ।

Attempt To Murder
Attempt To Murder (Etv Bharat Odisha)

ଏହା ବି ପଢନ୍ତୁ...ପ୍ରେମ ଆଗରେ ରକ୍ତସମ୍ପର୍କ ତୁଚ୍ଛ, ସୁପାରୀ ଦେଇ ଭାଇକୁ ହତ୍ୟା କଲା ଭଉଣୀ - Sister Killed Brother

ସ୍ଥାନୀୟ ଲୋକ ଏଭଳି ଭୟଙ୍କର ଦୃଶ୍ୟ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଦୁର୍ଘଟଣାଗ୍ରସ୍ତ ପୀଡ଼ିତାଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ପଠାଇଥିଲେ । ଏହି ଦୁର୍ଘଟଣାରେ ପୀଡିତାଙ୍କ ଡାହାଣ ହାତରେ ଗୁରୁତର ଆଘାତ ଲାଗିଥିବାବେଳେ ସ୍କୁଟିଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିଲା । ଏନେଇ ଅଭିଯୋଗ ପରେ ଇନଫୋସିଟି ଥାନା ପୋଲିସ ମାମଲାର ତଦନ୍ତ କରିବା ସହିତ ଅଭିଯୁକ୍ତ ଅକ୍ଷୟ ବେହେରାଙ୍କୁ ଗିରଫ କରିଥିଲା । ଅକ୍ଷୟକୁ କୋର୍ଟ ଚାଲାଣ କରିଛି ପୋଲିସ । ସେ ଏବେ ଝାରପଡ଼ା ଜେଲରେ ବିଚାର ବିଭାଗୀୟ ହାଜତରେ ଥିବା ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.