ETV Bharat / bharat

ପ୍ରେମ ଆଗରେ ରକ୍ତସମ୍ପର୍କ ତୁଚ୍ଛ, ସୁପାରୀ ଦେଇ ଭାଇକୁ ହତ୍ୟା କଲା ଭଉଣୀ - Sister Killed Brother

author img

By ETV Bharat Odisha Team

Published : Apr 29, 2024, 9:01 PM IST

ସୁପାରୀ ଦେଇ ଭାଇକୁ ହତ୍ୟା କଲା ଭଉଣୀ
ସୁପାରୀ ଦେଇ ଭାଇକୁ ହତ୍ୟା କଲା ଭଉଣୀ

Sister Murdered Brother By Supari Killing: ମହାରାଷ୍ଟ୍ରର ନାଗପୁର ଅଞ୍ଚଳରେ ଦୁଇ ଦୁଇଟି ଅଭାବନୀୟ ଘଟଣା ଘଟିଛି । ଭଉଣୀ ସୁପାରୀ ଦେଇ ଭାଇକୁ ହତ୍ୟା କରିଥିବା ବେଳେ ଅନ୍ୟ ଏକ ଘଟଣାରେ ବଡ ଭାଇ ସାନ ଭାଇକୁ ହତ୍ୟା କରିଛି । ଅଧିକ ପଢ଼ନ୍ତୁ

ମୁମ୍ବାଇ: ଭଉଣୀଟିଏ ଭାଇର ଦୀର୍ଘାୟୁ କାମନା କରି ଅନେକ ଉପବାସ ଓ ବ୍ରତ କରିଥାଏ । ମାଆ ପରେ ପରେ ଯଦି କିଏ ବେଶୀ ସ୍ନେହ କରୁଥାଏ ସେ ହେଉଛି ଭଉଣୀ । କୁହାଯାଏ ଭାଇ-ଭଉଣୀର ସମ୍ପର୍କ ଦୁନିଆର ସବୁଠାରୁ ପବିତ୍ର ସମ୍ପର୍କ । ହେଲେ ସହି ସମ୍ପର୍କକୁ ତୁଚ୍ଛ କରି ସୁପାରୀ ଦେଇ ନିଜ ଭାଇକୁ ହତ୍ୟା କରିଛି ଭଉଣୀ । ଏଭଳି ଏକ ଛାତି ଥରାଇଦେବା ଭଳି ଘଟଣା ଘଟିଛି ମହାରାଷ୍ଟ୍ରର ନାଗପୁର ଅଞ୍ଚଳରେ । ସେହିପରି ମହାରାଷ୍ଟ୍ର ଟିମକି ଅଞ୍ଚଳରେ ମଧ୍ୟ ଜଣେ ବଡ଼ ଭାଇ ତାର ସାନ ଭାଇକୁ ଛୁରୀ ଭୁସି ହତ୍ୟା କରିଥିବା ଭଳି ଘଟଣା ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ, ମହାରାଷ୍ଟ୍ର ନାଗପୁର ହୁଦକେଶ୍ବର ଅଞ୍ଚଳର ରଜତ କୈଳାଶ ଭୋକେ ତାଙ୍କ ମାଆ ସହ ରହୁଥିବା ବେଳେ ଭଉଣୀ (ଆଭା କୈଳାସ ଭୋକେ)ଙ୍କ ଛାଡପତ୍ର ପରେ ସେ ମଧ୍ୟ ବାପଘରେ ଆସି ରହୁଥିଲେ । ଏହାରି ଭିତରେ ତଣ୍ଡାପେଠରେ ରହୁଥିବା ଅତୁଲ ଭମୋଡେଙ୍କ ସହ ଆଭାର ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ସେପଟେ କୈଳାଶ ଭଉଣୀର ପ୍ରେମ ବ୍ୟାପାର ବିଷୟରେ ଜାଣିବାକୁ ପାଇଥିଲେ । ଯାହାକୁ ନେଇ ଆଭାକୁ ବିରୋଧ କରିବା ସହ ମାରପିଟ ମଧ୍ୟ କରୁଥିଲେ । ଏନେଇ ଆଭା ରାଗିଯାଇ ନିଜ ଭାଇକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରୁଥିଲା । ସେପଟେ ଆଭାର ପ୍ରେମ ସମ୍ପର୍କରେ କଣ୍ଟା ସାଜିଥିବା ଭାଇ ରଜତକୁ ରାସ୍ତାରୁ ସଫା କରିବା ପାଇଁ ପ୍ରେମିକ ଅତୁଲକୁ କହିଥିଲା । ଯାହାକୁ ନେଇ ଆଭା, ଅତୁଲ ଓ ଅତୁଲର ସାଙ୍ଗ ପପୁ ରାମଲାଲ ରଜତକୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ । ପୂର୍ବ ଯୋଜନା ମୁତାବକ ଅତୁଲ ଓ ପପୁ ମଦ୍ୟପାନ କରିବା ପାଇଁ ରଜତକୁ ଡାକି ନେଇଥିଲେ । ପରେ ଉଭୟ ରଜତକୁ ହତ୍ୟା କରି ମୃତଦେହକୁ ଏକ ହ୍ରଦ ଭିତରକୁ ଫିଙ୍ଗି ଦେଇଥିଲେ ।

ସେପଟେ ଏପ୍ରିଲ 17ରେ, ନାଗପୁର ଜିଲ୍ଲାର ରାମଟେକ ଅଞ୍ଚଳର ଖିନ୍ଦସୀ ହ୍ରଦରେ 25 ରୁ 30 ବର୍ଷ ବୟସର ଜଣେ ଅଜଣା ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଥିଲା ରାମଟେକ ପୋଲିସ । ପରେ ପୋଲିସ ମୃତଦେହକୁ ଚିହ୍ନଟ କରିବାକୁ ଛାନଭିନ୍‌ ଆରମ୍ଭ କରିଥିଲା । ଏହା ଭିତରେ ଜଣାପଡିଥିଲା ​​ଯେ, ରଜତ କୈଳାସ ନାମକ ଜଣେ ଯୁବକ ଗତ କିଛି ଦିନ ହେବ ନିଖୋଜ ଅଛନ୍ତି । ଏନେଇ ପୋଲିସ ରଜତଙ୍କ ମୃତଦେହର ଫଟୋ ତାଙ୍କ ମାଆ ଏବଂ ଭଉଣୀଙ୍କୁ ଦେଖାଇବା ପରେ ମୃତଦେହଟି ରଜତଙ୍କର ବୋଲି ଚିହ୍ନଟ କରାଯାଇଥିଲା । ପରେ ରାମଟେକ ପୋଲିସ ହତ୍ୟାକାଣ୍ଡର ରହସ୍ୟ ଜାଣିବା ପାଇଁ ଖୋଳତାଡ ଆରମ୍ଭ କରିଥିଲା । ତେବେ ପୋଲିସର ତଦନ୍ତ ବେଳେ ରଜତଙ୍କ ଭଉଣୀ ଆଭାର ଆଚରଣ ଓ ବ୍ୟବହାରକୁ ନେଇ ପୋଲିସ ସନ୍ଦେହ କରିଥିଲା । ପରେ ପୋଲିସର ପଚରାଉଚରା ବେଳେ ସୁପାରୀ ଦେଇ ଭାଇକୁ ହତ୍ୟା କରିଥିବା ନେଇ ଆଭା ପୋଲିସ ଆଗରେ ସ୍ୱୀକାର କରିଥିଲା । ରଜତଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ଆଭା, ଅତୁଲ ଓ ପପୁକୁ ଗିରଫ କରିଛି ।

ଏହା ମଧ୍ୟ ପଢ଼ନ୍ତୁ...ଦୁଇ ମାସର ଦରମା ଦେଲାନି ମାଲିକ, ଜୀବନରୁ ମାରିଦେଲା କର୍ମଚାରୀ - Worker Killed Owner

ସେହିପରି ନାଗପୁରର ତେହସିଲ ଥାନା ଅଧୀନସ୍ଥ ଟିମିକି ଅଞ୍ଚଳରେ ଆଉ ଗୋଟିଏ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଯେଉଁଠି ଜଣେ ବଡ଼ ଭାଇ ତାର ସାନ ଭାଇକୁ ଛୁରୀରେ ଆକ୍ରମଣ କରି ହତ୍ୟା କରିଛି । ସୂଚନା ଅନୁସାରେ, ଗୌରଭ ନାମକ ଜଣେ ବ୍ୟକ୍ତି ମଦ୍ୟପାନରେ ଅଭ୍ୟସ୍ତ ଥିଲା । ପ୍ରତିଦିନ ମଦ ପିଇ ଘରକୁ ଆସି ବାପାମାଆଙ୍କୁ ମାରପିଟ କରୁଥିଲା । ଗତକାଲି (ରବିବାର) ଗୌରଭ ପୁଣି ମଦ୍ୟପାନ କରି ନିଜ ବାପାମାଆଙ୍କୁ ଗାଲିଗୁଲଜ କରିବା ସହ ମାରପିଟ କରିଥିଲା । ଯାହାକୁ ନେଇ ଗୌରଭର ବଡ଼ ଭାଇ ଦିଲ୍ଲୀପ ଗୋଖଲେ ଉତକ୍ଷୀପ୍ତ ହୋଇ ଏକ ଛୁରୀରେ ଗୌତମଙ୍କୁ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ହିଁ ଗୌରବର ମୃତ୍ୟୁ ହୋଇଥିଲା । ସେପଟେ ଖବର ପାଇବା ପରେ ତେହସିଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବଡ଼ ଭାଇ ଦିଲ୍ଲୀପକୁ ଗିରଫ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.