ETV Bharat / state

କେନ୍ଦୁଝରରେ ବିଜେପିର ଶକ୍ତି ପ୍ରଦର୍ଶନ, ନାମାଙ୍କନ ଭରିଲେ ଆନନ୍ଦପୁର ବିଜେପି ପ୍ରାର୍ଥୀ ଆଲୋକ ସେଠୀ - Anandapur Assembly

author img

By ETV Bharat Odisha Team

Published : Apr 29, 2024, 10:40 PM IST

Alok Kumar Sethy files Nomination
Alok Kumar Sethy files Nomination

Alok Kumar Sethy files Nomination: ଆନନ୍ଦପୁର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଆଲୋକ କୁମାର ସେଠୀ ଭରିଲେ ନାମାଙ୍କନ । କହିଲେ ନବୀନ ପଟ୍ଟନାୟକଙ୍କୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି । ବିଜେପିର ବିଜୟ ନିଶ୍ଚିତ । ଅଧିକ ପଢ଼ନ୍ତୁ

Alok Kumar Sethy files Nomination

କେନ୍ଦୁଝର: ଆନନ୍ଦପୁର ବିଧାନସଭା କ୍ଷେତ୍ର ପାଇଁ ବିଜେପି ପ୍ରାର୍ଥୀ ଆଲୋକ କୁମାର ସେଠୀ ଆଜି ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସମେତ ହଜାର ହଜାର ସଂଖ୍ୟାରେ ସମର୍ଥକଙ୍କ ଗହଣରେ ହାଟଡିହୀ ବିଜେପି କାର୍ଯ୍ୟାଳୟରୁ ବାହାରି ଆନନ୍ଦପୁରଠାରେ ପହଞ୍ଚିଥିଲେ ଆଲୋକ । ସେଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି ନିର୍ବାଚନ ଆଚରଣ ବିଧି ଅନୁଯାୟୀ ତାଙ୍କର ସମର୍ଥକ ଓ ପ୍ରସ୍ତାବଙ୍କ ଗହଣରେ ଯାଇ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଏହି ଶୋଭାଯାତ୍ରାରେ କେନ୍ଦୁଝର ସଂସଦୀୟ କ୍ଷେତ୍ର ବିଜେପି ପ୍ରାର୍ଥୀ ଅନନ୍ତ ନାଏକ ଏବଂ ବିଜେପି କୃଷକ ମୋର୍ଚ୍ଚା ସଭାପତି ମହେଶ୍ବର ସାହୁଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ମଧ୍ୟ ତାଙ୍କ ସହିତ ଉପସ୍ଥିତ ଥିଲେ । ଏହି ଅବସରରେ ଆଲୋକ କହିଛନ୍ତି, "ଏଥର ଲୋକେ ବିଜେଡି ବିରୋଧରେ ସ୍ବର ଉଠାଇଲେଣି । ନବୀନ ପଟ୍ଟନାୟକଙ୍କୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି । ଆମେ ଲୋକଙ୍କ ସହିତ ଅଛୁ ।" ଏହା ସହିତ ବିଜେପିର ବିଜୟ ସୁନିଶ୍ଚିତ ବୋଲି ଆନନ୍ଦପୁର ନିର୍ବାଚନମଣ୍ଡଳୀ ବିଜେପି ପ୍ରାର୍ଥୀ ଆଲୋକ ସେଠୀ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଲେ ଧନୁର୍ଜୟ ସିଦ୍ଧୁ, କହିଲେ ବିଜୟ ସୁନିଶ୍ଚିତ - Dhanurjaya Sidhu files nomination

ପ୍ରକାଶ ଥାଉ, ମେ' 25 ତାରିଖରେ ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଓଡିଶାର 6 ଲୋକସଭା ଆସନ ଓ 42 ବିଧାନସଭା ଆସନରେ ମତଦାନ ହେବ । ତୃତୀୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହିସବୁ ଆସନ ପାଇଁ ପ୍ରାର୍ଥୀ ହୋଇଥିବା ନେତା ନାମାଙ୍କନ ଦାଖଲ କରୁଛନ୍ତି । ଏହି କ୍ରମରେ ଆଜି ହଜାର ହଜାର ସମର୍ଥକଙ୍କ ସହ ଯାଇ ନାମାଙ୍କନ ଭରିଛନ୍ତି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ଆଲୋକ କୁମାର ସେଠୀ । ଏହି ଆସନରୁ 2019 ଓ 2014 ନିର୍ବାଚନରେ ମଧ୍ୟ ବିଜେପିରୁ ପ୍ରାର୍ଥୀ ହୋଇଥିଲେ ଆଲୋକ । 2014ରେ ସେ କେବଳ 12,664 ଭୋଟ ପାଇବାରେ ସକ୍ଷମ ହୋଇଥିଲେ । 2019ରେ ସେ 31,554 ଭୋଟ ପାଇଥିଲେ ମଧ୍ୟ ତୃତୀୟ ସ୍ଥାନରେ ରହିଥିଲେ । ଏଥର ବିଜେପି ପୁନର୍ବାର ତାଙ୍କ ଉପରେ ଭରସା କରି ତାଙ୍କୁ ଏଠାରୁ ପ୍ରାର୍ଥୀ କରିଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.