ETV Bharat / state

ଅପରାଜିତାଙ୍କୁ ଟାର୍ଗେଟ କଲେ କାଳୁ ଚରଣ, କହିଲେ ଦୁଇ କୋଟିରେ ବିକ୍ରି ହୋଇଛି ଖୋର୍ଦ୍ଧା ଆସନ ଟିକେଟ - BJP Leader meeting

author img

By ETV Bharat Odisha Team

Published : Apr 29, 2024, 9:08 AM IST

BJP LEADER TARGETS APARAJITA
BJP LEADER TARGETS APARAJITA

BJP Leader targets Aparajita: ଖୋର୍ଦ୍ଧା ଆସନରୁ ଟିକେଟ ନ ମିଳିବାରୁ ଅପରାଜିତଙ୍କ ଉପରେ ବର୍ଷିଲେ କାଳୁ ଚରଣ ଖଣ୍ଡେଇତରାୟ । 2 କୋଟି ଟଙ୍କା ନଦେବାରୁ ମୋ ଟିକେଟ କାଟି ଦେଇଥିବା କହିଲେ କାଳୁ । ଅଧିକ ପଢନ୍ତୁ

BJP LEADER TARGETS APARAJITA

ଖୋର୍ଦ୍ଧା: ଖୋର୍ଦ୍ଧା ବିଧାନସଭା ଆସନରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିଛି ବିଜେପି । ପ୍ରଶାନ୍ତଙ୍କ ପ୍ରାର୍ଥୀତ୍ବ ଘୋଷଣା ପରେ ବିଜେପିରେ ତେଜିଛି କନ୍ଦଳ । ହଜାର ହଜାର ସମର୍ଥକଙ୍କୁ ନେଇ ମଳିପଡ଼ା ଠାରେ ଶକ୍ତି ପ୍ରଦର୍ଶନ କରିଛନ୍ତି ବିଜେପିରୁ 2019ରେ ପ୍ରାର୍ଥୀ ହୋଇଥିବା କାଳୁ ଚରଣ ଖଣ୍ଡେଇତରାୟ । ସମାବେଶରେ ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ ବିରୁଦ୍ଧରେ ବିଷ ଓଗାଳିଲେ କାଳୁଚରଣ । 2 କୋଟି ଟଙ୍କା ଦେଲିନି ବୋଲି ମୋ ଟିକେଟ ଅପରାଜିତା ଷଡଙ୍ଗୀ କାଟି ଦେଇଥିବା ଅଭିଯୋଗ ଆଣିଛନ୍ତି କାଳୁ ଚରଣ ଖଣ୍ଡେଇତରାୟ ।

ଏହା ମଧ୍ୟ ପଢନ୍ତୁ-ଶକ୍ତି ଦେଖାଇଲେ ସୁରେଶ, ପ୍ରଥମ ଦିନରେ ଭରିଲେ ନାମାଙ୍କନ - Suresh Pujari file nomination

କାଳୁ କହିଛନ୍ତି, ''ଅପରାଜିତା ଷଡଙ୍ଗୀ ମିଥ୍ୟାବାଦିନୀ ଓ ଲାଞ୍ଚୁଆ ନେତ୍ରୀ । ଜିଲ୍ଲାପାଳ ଥିବାବେଳେ ଦଶ ହଜାର ଟଙ୍କା ଲାଞ୍ଚ ନେଇଥିଲେ । ଖୋର୍ଦ୍ଧାରୁ ମୋ ପାଇଁ ଟିକେଟ ପ୍ରସଙ୍ଗରେ ରାଜ୍ଯ ସଭାପତି ଓ ଅନ୍ଯ ବରିଷ୍ଠ ନେତା ସମର୍ଥନ କରିଥିବା ବେଳେ ଟିକେଟ ପାଇଁ ଅପରାଜିତା ମତେ ଦୁଇ କୋଟି ଟଙ୍କା ମାଗିଥିଲେ । ହେଲେ ଟଙ୍କା ନଦେବାରୁ ମୋ ଟିକେଟ କାଟି ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିକ୍ରି କରିଦେଲେ । ଖୋର୍ଦ୍ଧାର ବୀର ସ୍ବାଭିମାନର ମାଟି ପ୍ରତି ଅପରାଜିତା ବେଇମାନି କରିଛନ୍ତି । ଅପରାଜିତା ଯେଉଁ ଲାଇଟ ଓ ପାଣି ଲଗାଉଛନ୍ତି ସେଥିରୁ ମୋଟା ଅଙ୍କର ପିସି କାରବାର କରୁଛନ୍ତି । ଅପରାଜିତା ଏଥର ଭୋଟ ପାଇବେ ନାହିଁ । ଆଗାମୀ ଦିନରେ ତାଙ୍କୁ କଡ଼ା ଜବାବ ଦିଆଯିବ । ''

ଏହା ମଧ୍ୟ ପଢନ୍ତୁ-8 ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଲା ବିଜେପି; ସାଲେପୁରରୁ ଅରିନ୍ଦମ, ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବ - BJP MLA Candidate List

ଅପରାଜିତାଙ୍କ ଉପରେ ତୀର୍ବ ବର୍ଷିବା ପରେ ଚଳିତ ନିର୍ବାଚନେ ସ୍ୱାଧୀନ ଭାବେ ଖୋର୍ଦ୍ଧାରୁ ଲଢ଼ିବେ ବୋଲି କହିଥିଲେ କାଳୁ ଚରଣ । ଖାଲି କାଳୁ ନୁଁହ ବରଂ ଅଭିନେତା ଅଖିଳ ପଟ୍ଟନାୟକ ମଧ୍ୟ ଅପରାଜିତାଙ୍କ ଉପରେ ବର୍ଷିଥିଲେ । ସେ କହିଥିଲେ, ''2019ରେ କାଳୁଙ୍କ ପାଇଁ ଅପରାଜିତା ନିର୍ବାଚନ ଜିତିଥିଲେ। କାଳୁ ନିଜେ 74 ହଜାରରୁ ଉର୍ଦ୍ଧ୍ବ ଭୋଟ ପାଇଥିବାବେଳେ ଅପରାଜିତାଙ୍କୁ ପ୍ରାୟ 90 ହଜାର ଭୋଟ ଦେଇଥିଲେ । ହେଲେ ଜିତିବା ପରେ ଖୋର୍ଦ୍ଧା ପାଇଁ କାଣିଚିଏ କାମ କରିନାହାନ୍ତି ଅପରାଜିତା ।'' ରବିବାର କାଳୁଙ୍କ ସ୍ୱାଭିମାନ ସମାବେଶ ନାମରେ ଶକ୍ତି ପଦର୍ଶନ ଅପରାଜିତାଙ୍କ ପାଇଁ ମାହାଙ୍ଗା ସାବ୍ୟସ୍ତ ହୋଇପାରେ ବୋଲି ବୁଦ୍ଧିଜୀବୀ ମାନେ ଆଶଙ୍କା ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.