ETV Bharat / politics

8 ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଲା ବିଜେପି; ସାଲେପୁରରୁ ଅରିନ୍ଦମ, ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବ - BJP MLA Candidate List

author img

By ETV Bharat Odisha Team

Published : Apr 27, 2024, 5:44 PM IST

Updated : Apr 27, 2024, 7:28 PM IST

BJP Declared MLA Candidate List: 8 ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ଖୋର୍ଦ୍ଧାରୁ ଲଢିବେ ପ୍ରଶାନ୍ତ ଜଗଦ୍ଦେବ ।

8 ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି
8 ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ଭୁବନେଶ୍ବର: ଆଉ 8 ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ସାଲେପୁରରୁ ଅଭିନେତା ଅରିନ୍ଦମ ରାୟ ପ୍ରାର୍ଥୀ ହୋଇଥିବା ବେଳେ ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିଛି ବିଜେପି । ସେହିପରି ଚମ୍ପୁଆରୁ ମୁରଲୀ ମନୋହର ଶର୍ମା ପ୍ରାର୍ଥୀ ହୋଇଛନ୍ତି ।

8 ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଲା ବିଜେପି
8 ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଲା ବିଜେପି

ଆଜି (ଶନିବାର) ଆଉ 8ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ବହୁଚର୍ଚ୍ଚିତ ଖୋର୍ଦ୍ଧା ବିଧାନସଭା ଆସନକୁ ନେଇ ଛକାପଞ୍ଝା ଲାଗି ରହିଥିବା ବେଳେ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିଛି ବିଜେପି । ଏହି ଆସନରୁ କାଳୁ ଖଣ୍ଡାୟତରାୟ ବିଧାୟକ ପ୍ରାର୍ଥୀ ପାଇଁ ଦାବିଦାର ଥିବା ବେଳେ ତାଙ୍କ ଟିକଟ କାଟି ଦେଇଛି ଦଳ । ସେହିପରି ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ଅଭିନେତା ଅରିନ୍ଦମ ରାୟଙ୍କୁ ଦଳ କେଉଁ ଆସନରୁ ଟିକଟ ଦେବ ସେନେଇ କଳ୍ପନା ଜଳ୍ପନା ଲାଗିରହିଥିଲା । କଟକ-ବାରବାଟୀ ଆସନ ପାଇଁ ତାଙ୍କ ନାଁ ଚର୍ଚ୍ଚା ହେଉଥିବା ବେଳେ ସବୁ କଳ୍ପନାଜଳ୍ପନା ଅନ୍ତ ଘଟାଇ ବିଜେପି ତାଙ୍କୁ ସାଲେପୁର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଛି ।

8 ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଲା ବିଜେପି
8 ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଲା ବିଜେପି

ସେପଟେ ହିନ୍ଦୋଳ ଆସନରୁ ଦଳ ପୂର୍ବତନ ବିଧାୟିକା ସୀମାରାଣୀ ନାୟକଙ୍କୁ ଟିକଟ୍ ଦେଇଛି । ଗତ ନିର୍ବାଚନରେ ସୀମା ବିଜେଡିରୁ ଲଢି ବିଧାୟିକା ହୋଇଥିଲେ । କିନ୍ତୁ ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ହିନ୍ଦୋଳ ବିଧାନସଭା ଆସନରୁ ବିଧାୟିକା ସୀମାରାଣୀ ନାୟକଙ୍କ ବଦଳରେ ବିଜେଡି ମହେଶ ସାହୁଙ୍କୁ ପ୍ରାର୍ଥୀ କରିଥିଲା । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ସୀମାରାଣୀ ବିଜେପିରେ ସାମିଲ ହୋଇଥିଲେ । ବିଜେପିରେ ସାମିଲ ହେବା କ୍ଷଣି ଦଳ ତାଙ୍କୁ ଟିକଟ ଦେଇଛି । ସେପଟେ ବିଜେଡିର କେନ୍ଦ୍ରାପଡା ଆସନ ପାଇଁ ଟିକଟ୍ ଘୋଷଣା ପରେ ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ ମଧ୍ୟ ବିଜେଡି ଛାଡି ବିଜେପିରେ ସାମିଲ ହେଇଥିଲେ । ଆଉ ଦଳ ତାଙ୍କୁ କେନ୍ଦ୍ରାପଡା ଆସନରୁ ଗଣେଶ୍ୱର ବେହେରାଙ୍କ ବିରୋଧରେ ଲଢିବା ପାଇଁ ପ୍ରାର୍ଥୀ କରିଛି । ସେହିପରି ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ, ବାସୁଦେବପୁରରୁ ବାଣୀକଲ୍ୟାଣ ମହାନ୍ତି ଓ ତେଲକୋଇରୁ ଦଳ ଫକୀର ମୋହନ ନାଏକଙ୍କୁ ପ୍ରାର୍ଥୀ କରିଛି ।

8 ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଲା ବିଜେପି
8 ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଲା ବିଜେପି

ଏହା ମଧ୍ୟ ପଢ଼ନ୍ତୁ...ଶକ୍ତି ଦେଖାଇଲେ ସୁରେଶ, ପ୍ରଥମ ଦିନରେ ଭରିଲେ ନାମାଙ୍କନ - Suresh Pujari File Nomination

8 ପ୍ରାର୍ଥୀଙ୍କ ନାମ ଓ ନିର୍ବାଚନ ମଣ୍ଡଳୀ

ବାସୁଦେବପୁର- ବାଣୀକଲ୍ୟାଣ ମହାନ୍ତି

ବସ୍ତା- ରବିନ୍ଦ୍ରା ଅଣ୍ଡିଆ

ତେଲକୋଇ- ଫକୀର ମନୋହର ନାଏକ

ହିନ୍ଦୋଳ- ସୀମାରାଣୀ ନାୟକ

କେନ୍ଦ୍ରାପଡ଼ା-ଗୀତାଞ୍ଜଳୀ ସେଠୀ

ସାଲେପୁର- ଅରିନ୍ଦମ ରାୟ

ଖୋର୍ଦ୍ଧା- ପ୍ରଶାନ୍ତ କୁମାର ଜଗଦ୍ଦେବ

ଚମ୍ପୁଆ- ମୁରଲୀ ମୋହନ ଶର୍ମା

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 27, 2024, 7:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.