ETV Bharat / state

ଚମକିଲେ କୋରାପୁଟ ପୁଅ, ସର୍ବ ଭାରତୀୟ ପରୀକ୍ଷାରେ ପ୍ରଥମ ସ୍ଥାନ ରଖି ରାଷ୍ଟ୍ରପତିଙ୍କଠୁ ପୁରସ୍କୃତ - Nagaraju felicitated by President

author img

By ETV Bharat Odisha Team

Published : Apr 25, 2024, 9:32 PM IST

କୋରାପୁଟ ପୁଅ ଯୁବ ଆଇଏଫ୍ଏସ୍
କୋରାପୁଟ ପୁଅ ଯୁବ ଆଇଏଫ୍ଏସ୍

Nagaraju received Award from President: କୋରାପୁଟ ପୁଅ କେ. ନାଗାରାଜୁ ପରିବେଶଗତ ଆଇନ ସମ୍ପର୍କରେ ଅନୁଷ୍ଠିତ ସର୍ବଭାରତୀୟ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଅଧିକ ପଢ଼ନ୍ତୁ,

କୋରାପୁଟ: ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି କେ.ନାଗରାଜୁ । କୋରାପୁଟର ପୁଅ ପରିବେଶଗତ ଆଇନ ସମ୍ପର୍କରେ ଅନୁଷ୍ଠିତ ସର୍ବଭାରତୀୟ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ତେବେ ଏହି ପରୀକ୍ଷା ନ୍ୟାସନାଲ ସ୍କୁଲ୍ ଅଫ୍ ଇଣ୍ଡିଆ ୟୁନିଭର୍ସିଟି, ବେଙ୍ଗାଲୁରୁ ଦ୍ବାରା କରାଯାଇଥିବା ସୂଚନା ମିଳିଛି । ଯାହା ପାଇଁ ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ସମ୍ମାନିତ କରାଯାଇଛି । ଏସ୍.ଟି. ଡେରାଡୁନ୍, IGNFAରେ 2022 ବ୍ୟାଚର IFS ପ୍ରୋବେସନର୍ସଙ୍କ ସମ୍ମିଳନୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇ ତାଙ୍କୁ ସମ୍ମାନିତ କରିଛନ୍ତି |

କୋରାପୁଟ ମୁତ୍ୟାଲୁମା ମନ୍ଦିରର ପୂଜକ ତଥା ବରିଷ୍ଠ ଆଇନଜୀବୀ କେ.ବାଲାକ୍ରୀଷ୍ଣାଙ୍କ ସୁପୁତ୍ର ହେଉଛନ୍ତି କେ. ନାଗରାଜୁ । ସେ ସର୍ବ ଭାରତୀୟ ଆଇଏଫ୍ଏସ୍ ପରୀକ୍ଷାରେ 40ତମ ସ୍ଥାନ ରଖି ଉତ୍ତୀର୍ଣ୍ଣ ହୋଇଥିଲେ । ବର୍ତ୍ତମାନ ସେ ତାଙ୍କର ପ୍ରୋବେଶନ ସମାପ୍ତ କରିଛନ୍ତି । ତାଲିମ ସରିବା ପରେ ବୁଧବାର ଦିନ ତାଙ୍କୁ ଓଡିଶା କ୍ୟାଡରରେ ଯୋଗ ଦେବା ପାଇଁ ସୁଯୋଗ ମିଳିଥିଲା । କୋରାପୁଟ ଭଳି ଏକ ଉପାନ୍ତ ଅଞ୍ଚଳରୁ ନିଜ ଉଦ୍ୟମରେ ଆଇଆଇଟି ଖଡ଼ଗପୁରରେ ନିଜ ବିଟେକ କରି ସେହି ଅନୁଷ୍ଠାନରେ ଅଧ୍ୟାପନାର ସୁଯୋଗ ପାଇଥିଲେ । ଯାହା ପରେ ନାଗରାଜୁଙ୍କୁ ସର୍ବଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବାର ସୁଯୋଗ ମିଳିଥିଲା । ଅଧିକ ତାଲିମ ପାଇବା ପାଇଁ ଦିଲ୍ଲୀ ଯାଇ ଦୀର୍ଘ ପାଞ୍ଚ ବର୍ଷ ପ୍ରୟାସ କରିବା ପରେ ଚତୁର୍ଥ ଥର ପରୀକ୍ଷା ଦେଇ ଇଣ୍ଡିଆନ ଫରେଷ୍ଟ ସର୍ଭିସରେ ସର୍ବ ଭାରତୀୟ ସ୍ତରରେ 40 ତମ ସ୍ଥାନ ରଖିଥିଲେ ନାଗରାଜୁ ।

ଏହା ମଧ୍ୟ ପଢ଼ନ୍ତୁ.. ବିଦେଶରେ ଚମକିଲେ ସୁଚିସ୍ମିତା, ହାତେଇଲେ ମିସ୍ ପ୍ରି-ଟିନ ଗ୍ଲୋବାଲ ଇଣ୍ଟରନେସନାଲ ଟାଇଟଲ - Miss Pre Teen Global International

ତାଙ୍କର ଏହି ସଫଳତା କୋରାପୁଟ ପାଇଁ ଗର୍ବ ଓ ଗୌରବର କାରଣ ସାଜିଛି । ବର୍ତ୍ତମାନ ଡେରାଡୁନରେ ରହି ସେ ଆଇଏଫଏସ ପ୍ରୋବେସନର ଭାବେ ତାଲିମ ନେଉଛନ୍ତି । କୋରାପୁଟରେ ଜନ୍ମଗ୍ରହଣ କରି ବଣ ପାହାଡ ମଧ୍ୟରେ ଥିବା ପରିବେଶରେ ବଢ଼ିଥିବା କାରଣରୁ ଧରାପୃଷ୍ଠକୁ କିପରି ସବୁଜ ସୁନ୍ଦର କରି ରଖିହେବ ସେହି ଦିଗରେ କାର୍ଯ୍ୟ କରିବା ପାଇଁ ଏହି ପ୍ରାଶାସନିକ ସେବାରେ ଯୋଗ ଦେବା ଏକ ମାଇଲ ଖୁଣ୍ଟ ସଦୃଶ ହେବ ବୋଲି ନାଗରାଜୁ ସ୍ବପ୍ନ ଦେଖିଥିଲେ । ଆଜି ଓଡ଼ିଶାରେ ସେବା କରିବା ପାଇଁ ସୁଯୋଗ ପାଇବା ପୂର୍ବରୁ ତାଙ୍କ ଶିକ୍ଷାଗତ ଉତ୍କର୍ଷ ପାଇଁ ରାଷ୍ଟ୍ରପତିଙ୍କ ଦ୍ବାରା ସେ ସମ୍ମାନିତ ହେବା ତାଙ୍କୁ ଆହୁରି ଅଧିକ ଉତ୍ସାହ ପ୍ରଦାନ କରିଥିବା ନାଗରାଜୁ ଜଣାଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.