ETV Bharat / state

କଥା ଦେଇ ଠକିଦେଲା MCL ! ଆମରଣ ଅନଶନରେ ଜମିହରା

author img

By ETV Bharat Odisha Team

Published : Mar 17, 2024, 9:36 AM IST

ଧୋକା ଦେଲା ଏମସିଏଲ, ଆମରଣ ଅନଶନରେ ଜମିହରା
ଧୋକା ଦେଲା ଏମସିଏଲ, ଆମରଣ ଅନଶନରେ ଜମିହରା

Hunger Strike Against MCL: ନିଜ ଭିଟାମାଟି ପାଇଁ MCL ବିରୋଧରେ ଆମରଣ ଅନଶନ କଲେ ଯୁବକ । ଅନଶନ ସ୍ଥଳରୁ ଉଠାଇ ନେଲା ପୋଲିସ । ଅଧିକ ପଢନ୍ତୁ

ଧୋକା ଦେଲା ଏମସିଏଲ, ଆମରଣ ଅନଶନରେ ଜମିହରା

ଝାରସୁଗୁଡ଼ା: ସରୁନି ବିସ୍ଥାପିତଙ୍କ ଦୁଃଖ । କୋଇଲା ଖଣି ପାଇଁ ଗଲା ଜମି । ଆଉ ନିଯୁକ୍ତି ପାଇଁ ମିଳିଥିବା ପ୍ରତିଶ୍ରୁତି ପାଲଟିଲା ପାଣିର ଗାର । ଯାହାପରେ ଏବେ ନିଜ ଭିଟାମାଟି ପାଇଁ ଆମରଣ ଅନଶନରେ ବସିଛନ୍ତି ଯୁବକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲାର ଖଇରକୁନିରେ । ଏହି ଯୁବକଙ୍କ ନାମ ଚନ୍ଦ୍ରମଣି ସାହୁ ଏବଂ ସେ MCLର ଜି.ଏମ. କାର୍ଯ୍ୟାଳୟଠାରେ ଅନଶନରେ ବସିଥିବା ବେଳେ ପୋଲିସ ତାଙ୍କୁ ଉଠାଇ ନେଇ ହସ୍ପିଟାଲରେ ଭର୍ତ୍ତି କରିଛି ।

ସୂଚନାଯୋଗ୍ୟ ଯେ, ଚନ୍ଦ୍ରମଣି ସାହୁଙ୍କ ୪ ଏକରରୁ ଊର୍ଦ୍ଧ୍ବ ଜମି MCL ଅଧିଗ୍ରହଣ କରିଛି । MCL ଜମି ଅଧିଗ୍ରହଣ ସମୟରେ ଏକ ଘରୋଇ କମ୍ପାନିରେ ନିଯୁକ୍ତି ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲା । ପରେ ଉକ୍ତ କମ୍ପାନି ତାଙ୍କୁ ଧୋକା ଦେଇଥିବା ସେ ଅଭିଯୋଗ କରିଛନ୍ତି । ଦେଢ଼ ବର୍ଷ ବିତି ଯାଇଥିଲେ ମଧ୍ୟ ପ୍ରତିଶ୍ରୁତି ପୂରଣ ହୋଇପାରିଲା ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।

ତେଣୁ ନିଯୁକ୍ତି ଦାବିରେ ଖଇରକୁନିର ଚନ୍ଦ୍ରମଣି ସାହୁ କିଛି ଦିନ ହେଲା MCLର ଜି.ଏମ. କାର୍ଯ୍ୟାଳୟଠାରେ ଆମରଣ ଅନଶନରେ ବସିଥିଲେ । ହେଲେ ଗତକାଲି ତାଙ୍କୁ ପୋଲିସ ଜୋର ଜବରଦସ୍ତ ଉଠାଇ ଆଣି ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ତଥାପି ସେ ନିଜ ଜିଦରେ ଅଟଳ ରହିଛନ୍ତି । ଚିକିତ୍ସାଳୟରେ ଭର୍ତ୍ତି ଅବସ୍ଥାରେ ମଧ୍ୟ ସେ ନିଜ ଅନଶନ ଜାରି ରଖିଛନ୍ତି । MCL କର୍ତ୍ତୃପକ୍ଷ ତାଙ୍କ ଦାବି ପୂରଣ ନ କରିବା ପର୍ଯ୍ୟନ୍ତ ଏହି ଅନଶନ ଜାରି ରହିବ ବୋଲି ସେ କହିଛନ୍ତି ।

ରେଙ୍ଗାଲି ଅଞ୍ଚଳର ଖାଇରକୁନୀ ମୌଜାର ଖାତା ନଂ- ୫୯ ଓ ୧୯ରୁ ପ୍ଲଟ ନଂ-୩୮୪,୭୫୫, ୩୬୨,୩୭୨ ,୪୦୨, ୪୦୦, ୪୦୧, ୪୧୭,୪୨୬, ୯୨୮/୧୬୮୧,୬୭୮,୩୭୪, ମୋଟ ୪.୪୦ ଡିସିମିଲ ରହିଥିଲା । ଖାଇରକୁନି ମୌଜା ଖାତା ନଂ- ୩୩ ପ୍ଲଟ ନଂ- ୪୩୮/୧୯୦୯ ମୋଟ ୨୦ ଡିସିମିଲ ଜମି ରହିଛି । ଉକ୍ତ ଜମିକୁ ଏମସିଏଲ ସିବିଏ ଆକ୍ଟ ଅନୁସାରେ ଖଣି ଖନନ ପାଇଁ ଅଧିଗ୍ରହଣ କରିଥିଲା ।
ଏହା ମଧ୍ୟ ପଢନ୍ତୁ.....ଗାନ୍ଧୀମାର୍ଗରେ ବିଭିନ୍ନ ସଂଗଠନର ଶେଷ ଆନ୍ଦୋଳନ ଓ ଧାରଣା, ଦାବି ପୂରଣ ନହେଲେ ଭୋଟ ବର୍ଜନ ଚେତାବନୀ

ସେଗୁଡ଼ିକ ଚାଷ ଜମି ହୋଇଥିବାରୁ ଏକରକୁ ୪୦ ହଜାର ଟଙ୍କା ମୂଲ୍ୟରେ ଏମସିଏଲ ଅଧିଗ୍ରହଣ କରିବା ପାଇଁ ସ୍ଥିର କରିଥିଲା ଏବଂ ପରବର୍ତ୍ତୀ ସମୟରେ ଏହି ଜମିର କ୍ଷତିପୂରଣ ସହାୟତା ତହସିଲରେ ଜମା ରହିଛି । ତେବେ ଏମସିଏଲ ପକ୍ଷରୁ ଚାକିରି ଓ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ଯାହା କେବଳ ପ୍ରତିଶ୍ରୁତିରେ ହିଁ ରହିଯାଇଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.