ETV Bharat / state

ଇନଟାକ୍‌ ପ୍ରତିଷ୍ଠା ଦିବସରେ ପ୍ରଦର୍ଶିତ ହେଲା ପଟ୍ଟ ସେଟର ଭଗ୍ନାବଶେଷ

author img

By ETV Bharat Odisha Team

Published : Jan 28, 2024, 8:14 AM IST

ଇନଟାକ୍‌ ପ୍ରତିଷ୍ଠା ଦିବସ ପାଳନ
ଇନଟାକ୍‌ ପ୍ରତିଷ୍ଠା ଦିବସ ପାଳନ

Intach Foundation day: ମହାନଦୀ ବିହାର ସ୍ଥିତ ମହିଳା ମହାବିଦ୍ୟାଳୟରେ ଇନଟାକ୍‌ ପ୍ରତିଷ୍ଠା ଦିବସ ପାଳନ । ସେହି ଅବସରରେ ନିକଟରେ ମିଳିଥିବା ପୁରାତନ ଭଗ୍ନାବଶେଷର ପ୍ରଦର୍ଶନୀ କରାଯାଇଛି । ଅଧିକ ପଢ଼ନ୍ତୁ,

ଇନଟାକ୍‌ ପ୍ରତିଷ୍ଠା ଦିବସ ପାଳନ

କଟକ: ମହାନଦୀ ବିହାର ସ୍ଥିତ ମହିଳା ମହାବିଦ୍ୟାଳୟରେ ଇନଟାକ୍‌ ପ୍ରତିଷ୍ଠା ଦିବସ ପାଳନ । ସେହି ଅବସରରେ ନିକଟରେ ମିଳିଥିବା ପୁରାତନ ଭଗ୍ନାବଶେଷର ପ୍ରଦର୍ଶନୀ କରାଯାଇଛି । ପୁରୀ ଜିଲ୍ଲା କୁଶଭଦ୍ରା ମୁହାଣ ନିକଟରୁ ବିଭିନ୍ନ ପ୍ରକାର ପଟ ସେଟର ଭଗ୍ନାବଶେଷକୁ ଉଦ୍ଧାର କରାଯାଇଛି । ଯାହାକୁ ଏଠାରେ ପ୍ରଦର୍ଶିତ କରାଯାଇଛି । ପଟ ସେଟ ଗୁଡ଼ିକ ଚାଇନା, ରୋମ, ଆଫ୍ରିକା, ଦକ୍ଷିଣପୂର୍ବ ଏସିଆ ଦେଶର ହୋଇଥିବା ପ୍ରାଥମିକ ପରୀକ୍ଷଣରୁ ଜଣାପଡିଛି ।

ମହାନଦୀ ବିହାର ସ୍ଥିତ ମହିଳା ମହାବିଦ୍ୟାଳୟ ଠାରେ ଇନଟାକ୍‌ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏହି ଅବସରରେ ସେଠାରେ ନିକଟରେ ମିଳିଥିବା ପୁରାତନ ଭଗ୍ନାବଶେଷର ପ୍ରଦର୍ଶନୀ କରାଯାଇଛି । ପୁରୀ ଜିଲ୍ଲା ବାଲୁଖଣ୍ଡ ଅଭ୍ୟାରଣ୍ୟ ନିକଟବର୍ତ୍ତୀ ଗାଁ ଖୋଳକଟାପାଟଣାର କୁଶଭଦ୍ରା ମୁହାଣ ନିକଟରୁ ଅନେକ ପଟ ସେଟର ଭଗ୍ନାବଶେଷ ଉଦ୍ଧାର କରାଯାଇଛି । ଯାହାକୁ ଏଠାରେ ପ୍ରଦର୍ଶିତ କରାଯାଇଛି । ଏହାକୁ ଲୋକାଭିମୁଖୀ କରାଇବା ପାଇଁ ଉଦ୍ଧାର କରାଯାଇଥିବା ବିଭିନ୍ନ ପଟ ସେଟ ପ୍ରତ୍ନତାତ୍ବିକ ଗୁଡ଼ିକ ସଂଗ୍ରହ କରାଯାଇ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା । ଏହି ପ୍ରଦର୍ଶନୀରେ ବହୁ ବିରଳ ପ୍ରତ୍ନତତ୍ତ୍ଵ ପ୍ରଦର୍ଶିତ କରାଯାଇଛି । ପ୍ରଦର୍ଶନୀର ଉଦଘାଟନ ମୁଖ୍ୟ ଅତିଥି ଗବେଷକ ଅନୀଲ ଧିର ଥିଲେ । ସେ କହିଥିଲେ, ‘‘ଓଡିଶାର ବିଭିନ୍ନ ସ୍ଥାନରେ ବହୁ ପ୍ରାଚୀନ ପଟ ସେଟ ରହିଛି । ଏହି ସେଟ ଗୁଡ଼ିକ ପୁନରୁଦ୍ଧାର କରାଯାଇ ପ୍ରତ୍ନତତ୍ତ୍ଵ ସମ୍ପର୍କରେ ଗବେଷଣା କରାଯାଉଛି । ଗବେଷକ ମାନେ ଏହି ପଥରରୁ ଗବେଷଣା କରି ଓଡ଼ିଶାର ବନ୍ଦର ଗୁଡ଼ିକର ପ୍ରାଚୀନ ଇତିହାସ ବିଷୟରେ ତଥ୍ୟ ଲୋକ ଲୋଚନକୁ ଆଣିପାରିବେ ।’’

ଏହା ମଧ୍ୟ ପଢ଼ନ୍ତୁ... ନର୍କ କୁଣ୍ଡ ପାଲଟିଛି ଐତିହାସିକ ତୀର୍ଥ ପୁଷ୍କରିଣୀ; ଆଗକୁ ଚନ୍ଦ୍ରଭାଗା ବୁଡ, ସରକାରଙ୍କ ଆଖି ଜଳକା

ବର୍ତ୍ତମାନ ଇନଟାକ୍‌ ପକ୍ଷରୁ ପଟ ସେଟ ଗୁଡ଼ିକର ପୁନରୁଦ୍ଧାର କରାଯାଉଛି । ମହାନଦୀରେ ଚିକଣ ଭୂମିରେ ପଟ୍ଟସେଟ ଥିବା ଚିହ୍ନଟ ହୋଇଛି । ତେବେ ମିଳିଥିବା ପଟ୍ଟସେଟକୁ ଦେଖିଲେ ଜଣା ପଡ଼ୁଛି ସେଠାରେ ମଧ୍ୟ ବାଣିଜ୍ୟ ହେଉଥିଲା । ସେହି ଭଗ୍ନାବଶେଷରୁ ମାଟି ବ୍ୟତିତ ବୋନ, ବୋନ ଚାଇନା, ଲୁହା ପରି ଅନେକ ଧାତୁର ଅଂଶ ମିଳିଛି । ପରିବହନ ଏବଂ ବ୍ୟବସାୟୀ କ୍ଷେତ୍ରରେ ବନ୍ଦର ଗୁଡ଼ିକର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଭଗ୍ନାବଶେଷକୁ ଦେଖିଲେ ଜଣା ପଡ଼ୁଛି ସେଠାରେ ବନ୍ଦର ରହିଥିବ । ସେଠାରୁ ମିଳିଥିବା ଭଗ୍ନାବଶେଷରୁ ବାରି ହେଉଛି ତାହା ଜାହାଜରେ ବ୍ୟବହୃତ ହେଉଥିବା ସାମଗ୍ରୀ । ପଟ ସେଟ ଗୁଡ଼ିକ ଚାଇନା, ରୋମ, ଆଫ୍ରିକା, ଦକ୍ଷିଣପୂର୍ବ ଏସିଆ ଦେଶର ହୋଇଥିବା ପ୍ରାଥମିକ ପରୀକ୍ଷଣରୁ ଜଣାପଡିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.