ETV Bharat / state

ନର୍କ କୁଣ୍ଡ ପାଲଟିଛି ଐତିହାସିକ ତୀର୍ଥ ପୁଷ୍କରିଣୀ; ଆଗକୁ ଚନ୍ଦ୍ରଭାଗା ବୁଡ, ସରକାରଙ୍କ ଆଖି ଜଳକା

author img

By ETV Bharat Odisha Team

Published : Jan 27, 2024, 6:50 PM IST

Historical pond Filled With Garbage: ଅବହେଳିତ ଅବସ୍ଥାରେ କୋଣାର୍କର ତୀର୍ଥ ପୁଷ୍କରିଣୀର । ଏହି ସ୍ଥାନର ପୁନଋୁଦ୍ଧାର କରିବା ପାଇଁ ସାଧାରଣରେ ଦାବି । ଅଧିକ ପଢନ୍ତୁ

ନର୍କ କୁଣ୍ଡ ପାଲଟିଛି ଐତିହାସିକ ତୀର୍ଥ ପୁଷ୍କରିଣୀ; ଆଗକୁ ଚନ୍ଦ୍ରଭାଗା ବୁଡ, ସରକାରଙ୍କ ଆଖି ଜଳକା
ନର୍କ କୁଣ୍ଡ ପାଲଟିଛି ଐତିହାସିକ ତୀର୍ଥ ପୁଷ୍କରିଣୀ; ଆଗକୁ ଚନ୍ଦ୍ରଭାଗା ବୁଡ, ସରକାରଙ୍କ ଆଖି ଜଳକା

ନର୍କ କୁଣ୍ଡ ପାଲଟିଛି ଐତିହାସିକ ତୀର୍ଥ ପୁଷ୍କରିଣୀ; ଆଗକୁ ଚନ୍ଦ୍ରଭାଗା ବୁଡ, ସରକାରଙ୍କ ଆଖି ଜଳକା

ନିମାପଡ଼ା: ଦୁର୍ଗନ୍ଧରେ ଫାଟି ପଡୁଛି ତୀର୍ଥ ପୁଷ୍କରିଣୀ । ଯେଉଁଆଡେ ଦେଖିବ ମଦ ବୋତଲ ଏବଂ କୁଢ଼କୁଢ଼ ଅଳିଆ ଆବର୍ଜନାରେ ଭର୍ତ୍ତି । ପବିତ୍ର ପୁଷ୍କରିଣୀ ପାଲଟିଛି ନର୍କ କୁଣ୍ଡ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୋଣାର୍କର ଐତିହାସିକ ତୀର୍ଥ ପୁଷ୍କରିଣୀରେ । ଆଉ କିଛି ଦିନପରେ ଆସିବ ବିଶ୍ବ ପ୍ରସିଦ୍ଧ ମାଘ ସପ୍ତମୀ ବୁଡ଼ ବା ଚନ୍ଦ୍ରଭାଗା ବୁଡ । ଏଠାକୁ ବୁଡ଼ ପକାଇବାକୁ ଆସିବେ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତ । ଯାହାକି ଆସନ୍ତା ଫବୃଆରୀ ୧୬ ତାରିଖ ପଡ଼ିବାକୁ ଯାଉଛି । ହେଲେ ଏହି ତୀର୍ଥ ପୁଷ୍କରିଣୀ ଅବସ୍ଥା ନକହିଲେ ଭଲ । ନିୟମିତ ସଫେଇ ହେଉନଥିବା ଓ ସ୍ଥାନୀୟ ପ୍ରଶାସନର ଦୃଷ୍ଟି ପଡୁନଥିବାରୁ ଅନେକ ବର୍ଜ୍ୟବସ୍ତୁରେ ଭର୍ତ୍ତି ହୋଇଛି ପୁଷ୍କରିଣୀ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପର୍ଯ୍ୟଟକ ।

ଏହି ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ସନାତନ ସଂସ୍କୃତିରେ ସ୍ଵତନ୍ତ୍ରତା ରହିଛି । ଏଠାରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଇବା ସହ ପିତୃପୁରୁଷଙ୍କ ଅସ୍ତି ବିସର୍ଜନ କରିଥାନ୍ତି । ଏହି ପୁଷ୍କରିଣୀରେ ଶ୍ରୀକୃଷ୍ଣ ଭଗବାନଙ୍କ ପୁତ୍ର ଶାମ୍ବ ସୂର୍ଯ୍ୟନାରାୟଣଙ୍କୁ ଉପାସନା କରିଥିଲେ । ସେ ଏଠାରେ ସ୍ନାନ କରି କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ । ବିଶ୍ବାସ ରହିଛି ଏଠାରେ ସ୍ନାନ କଲେ ଲୋକେ ରୋଗମୁକ୍ତି ହୁଅନ୍ତି । ତେଣୁ ବିଭିନ୍ନ ରୋଗରୁ ମୁକ୍ତି ପାଇବା ପାଇଁ ଏଠାକୁ ଛୁଟି ଆସିଥାନ୍ତି ଶ୍ରଦ୍ଧାଳୁ । ଏହାସହ ଏଠାରେ ସ୍ନାନ କରି ସୂର୍ଯ୍ୟ ଦର୍ଶନ କରି ଦାନ କଲେ ପାପରୁ ମୁକ୍ତି ମିଳେ ବୋଲି ବିଶ୍ଵାସ ରହିଛି ।

ଏହା ମଧ୍ୟ ପଢନ୍ତୁ ....ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ସୁଡଙ୍ଗ, ପୁନରୁଦ୍ଧାର କାର୍ଯ୍ୟ ପାଇଁ ଜଳ ଖାଲି ସମୟରେ ହେଲା ଠାବ

ହେଲେ ସରକାର ଗୋଟିଏ ପଟେ ମଠ ମନ୍ଦିରକୁ ରୂପାନ୍ତରଣ କରୁଥିବାବେଳେ ଏହି ଐତିହାସିକ ପୁଷ୍କରଣାକୁ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ସରକାର ଗାଁଠୁ ସହର ସବୁଠି ସ୍ବଚ୍ଛ ଭାରତ ଅଭିଯାନ କରୁଥିବାବେଳେ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ଠିକ୍ ତାର ବିପରୀତ ଚିତ୍ର ଦେଖିବାକୁ ମିଳିଛି । ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଅନ୍ୟପଟେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ କହିଛନ୍ତି ,"ଆଗମୀ ଦିନରେ ମୋ ପୋଖାରୀ ଯୋଜନାରେ ସାମିଲ କରାଯାଇ ଏକ ସୁନ୍ଦର ତୀର୍ଥ ପୁଷ୍କରିଣୀରେ ପରିଣତ କରାଯିବ ।" ବର୍ତ୍ତମାନ ଦେଖିବାକୁ ବାକି ରହିଲାକେବେ ଏହାର ପୁନଋୁଦ୍ଧାର କରାଯାଉଛି ।

ଇଟିଭି ଭାରତ, ନିମାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.