ETV Bharat / state

ରାଜ୍ୟରେ କାଳବୈଶାଖୀ ବର୍ଷା ଆରମ୍ଭ, ଆଗାମୀ 5 ଦିନ କମିବ ତାପମାତ୍ରା - Odisha Weather

author img

By ETV Bharat Odisha Team

Published : May 1, 2024, 6:20 PM IST

ରାଜ୍ୟରେ କାଳବୈଶାଖୀ ବର୍ଷା ଆରମ୍ଭ, ଆଗାମୀ 5 ଦିନ କମିବ ତାପମାତ୍ରା
ରାଜ୍ୟରେ କାଳବୈଶାଖୀ ବର୍ଷା ଆରମ୍ଭ, ଆଗାମୀ 5 ଦିନ କମିବ ତାପମାତ୍ରା

Odisha Weather Update: ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା । ରାଜ୍ୟରେ କମିବ ତାପମାତ୍ରା ମିଳିବ ଆଶ୍ବସ୍ତି । ଅଧିକ ପଢ଼ନ୍ତୁ

ରାଜ୍ୟରେ କାଳବୈଶାଖୀ ବର୍ଷା ଆରମ୍ଭ, ଆଗାମୀ 5 ଦିନ କମିବ ତାପମାତ୍ରା

ଭୁବନେଶ୍ବର: ଅସହ୍ୟ ତାତିରେ ଲୋକ ତ୍ରାହି ତ୍ରାହି ଡାକୁଥିବା ବେଳେ ଆଜି ହଠାତ ପାଗରେ ପରିବର୍ତ୍ତନ ହେବାସହ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷାର ଆରମ୍ଭ ହୋଇଥିବା ବେଳେ କେତେକ ସ୍ଥାନରେ ବର୍ଷା ହୋଇଛି । ଆସନ୍ତାକାଲି ଠାରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ତେବେ ଆଜି ପାଇଁ ଭୀଷଣ ଗ୍ରୀଷ୍ମ ପ୍ରବାହକୁ ନେଇ ରାଜ୍ୟରେ ବିଭିନ୍ନ ଜିଲ୍ଲାକୁ ରେଡ୍‌ ଆଲର୍ଟ ଜାରି କରିଥିଲା ପାଣିପାଗ ବିଭାଗ । ଏହାରି ମଧ୍ୟରେ ଆଜି ଓଡ଼ିଶାର ଅନେକ ସ୍ଥାନରେ କାଳବୈଷାଖୀ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ସେହିପରି ଆସନ୍ତାକାଲି ଅର୍ଥାତ ମେ' 2 ତାରିଖରୁ ରାଜ୍ୟରେ ତାପମାତ୍ରା 2ରୁ 3 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ତାପମାତ୍ରାକୁ ନେଇ ଆସନ୍ତାକାଲି ଠାରୁ ବିଭିନ୍ନ ଜିଲ୍ଲାକୁ ରେଡ୍‌ ଆଲର୍ଟକୁ ପରିବର୍ତ୍ତନ କରାଯାଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହାସହ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଉପକୂଳ ଓଡ଼ିଶା ଓ ଏହାର ପାଶ୍ୱବର୍ତ୍ତୀ ଜିଲ୍ଲାରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି ।


ତେବେ ଆଗାମୀ ଦିନରେ କାଳବୈଶାଖୀ ସମ୍ଭାବନାକୁ ଦୃଷ୍ଟିରେ ରଖି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡା, ବାଲେଶ୍ୱର,କେନ୍ଦୁଝର, ରାୟଗଡା ଓ ବାରିପଦାରେ ବର୍ଷା ପ୍ରଭାବରେ ପ୍ରଚଣ୍ଡ ରୁଦ୍ର ତାପରୁ ସାମାନ୍ୟ ଆଶ୍ବସ୍ତି ମିଳିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ଠାରୁ ୫ ଦିନ ଯାଏ କିଛି କିଛି ଅଞ୍ଚଳରେ ବର୍ଷାର ସମ୍ଭାବନା ଥିବା ବେଳେ ୬ ତାରିଖରୁ ରାଜ୍ୟର ସବୁ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ । ସେହିପରି 7 ତାରିଖରୁ କାଳବୈଶାଖୀ ପ୍ରଭାବରେ ବର୍ଷାର ମାତ୍ରା ବୃଦ୍ଧି ପାଇବ ।

ଏହା ମଧ୍ୟ ପଢ଼ନ୍ତୁ...ସର୍ବାଧିକ ତାପମାତ୍ରାରେ ପୃଥିବୀର ପ୍ରଥମ ୧୦ ସହର ମଧ୍ୟରେ ଓଡ଼ିଶାର ୩ ସହର, ଆଜିବି ନିଆଁ ବର୍ଷା ! - Heat Wave Alert Odisha


ଗତ ୨୪ ଘଣ୍ଟାରେ ରାଜ୍ୟର ୩୦ଟି ସହରରେ ୪୧ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି । ତେବେ ବାରିପଦାରେ ସର୍ବାଧିକ ୪୬.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଏହା ସବୁଠୁ ଉତ୍ତପ୍ତ ସହର ଥିଲା । ଏହାସହ କିଛି କିଛି ସ୍ଥାନର କାଳବୈଶାଖୀ ବର୍ଷା ହୋଇଥିବା ବେଳେ ଗଞ୍ଜାମର ଧରାକୋଟରେ ୧୦ ମି.ମି ବର୍ଷା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.