ETV Bharat / state

ସର୍ବାଧିକ ତାପମାତ୍ରାରେ ପୃଥିବୀର ପ୍ରଥମ ୧୦ ସହର ମଧ୍ୟରେ ଓଡ଼ିଶାର ୩ ସହର, ଆଜିବି ନିଆଁ ବର୍ଷା ! - Heat wave alert Odisha

author img

By ETV Bharat Odisha Team

Published : May 1, 2024, 12:26 PM IST

Heat wave alert Odisha
Heat wave alert Odisha

Heat wave alert Odisha: ସର୍ବାଧିକ ତାପମାତ୍ରାରେ ପୃଥିବୀର ପ୍ରଥମ ୧୦ଟି ସହର ମଧ୍ୟରେ ଓଡ଼ିଶାର ୩ ସହର ।ବାରିପଦା ଦ୍ୱିତୀୟରେ, ବାଲେଶ୍ୱର ତୃତୀୟରେ ଓ ଦଶମରେ ଭୁବନେଶ୍ୱର । ଅଧିକ ପଢନ୍ତୁ

Heat wave alert Odisha

ଭୁବନେଶ୍ୱର: ଆକାଶରୁ ବର୍ଷୁଛି ନିଆଁ ବର୍ଷା ! ସର୍ବାଧିକ ତାପମାତ୍ରାରେ ପୃଥିବୀର ପ୍ରଥମ ୧୦ଟି ସହର ମଧ୍ୟରେ ଓଡ଼ିଶାର ୩ ସହର । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପ୍ରଚଣ୍ଡ ଖରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଉଠିଛି । ରାଜ୍ୟରେ ବିଭିନ୍ନ ସ୍ଥାନରେ ଗତ କଲା ୪୬ ଡିଗ୍ରୀ ପାର କରିଛି । ଏହାମଧ୍ୟରେ ଓଗିମେଟର ଏକ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁଯାୟୀ ଗତକାଲି (ମଙ୍ଗଳବାର) ସର୍ବାଧିକ ତାପମାତ୍ରାରେ ପୃଥିବୀର ପ୍ରଥମ ୧୦ଟି ସହର ମଧ୍ୟରେ ଓଡ଼ିଶାର ୩ ଟି ସହର ରହିଛି । ଦ୍ୱିତୀୟରେ ବାରିପଦା ସହର ରହିଥିବା ବେଳେ ତୃତୀୟରେ ବାଲେଶ୍ୱର ଓ ଭୁବନେଶ୍ୱର ୧୦ମ ଉତ୍ତପ୍ତ ସହର ଭାବେ ତାପମାତ୍ରାର ରେକର୍ଡ ଭାଙ୍ଗିଛି । ଏହି ରିପୋର୍ଟରେ ଜୋବା ସହର ପ୍ରଥମରେ ରହିଛି । ସେଠାକାର ତାମମାତ୍ରା ୪୯.୨ ଡିଗ୍ରୀ ସେଲସିୟସ ରହିଛି ।

ମଙ୍ଗଳବାର ଦିନ ବାରିପଦା ସର୍ବାଧିକ ୪୬. ୪ ଡ଼ିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ଥିଲା । ଯାହା ବିଶ୍ୱରେ ସର୍ବାଧିକ ତାପମାତ୍ରାରେ ଦ୍ୱିତୀୟରେ ଥିଲା । ଓମାନର ଜୋବାରେ ୪୯.୨ ଡିଗ୍ରୀ ସେଲ୍ସିୟସ ରେକର୍ଡ ହୋଇଥିବା ଏହା ସ୍ଵାଧିକା ତାପମାତ୍ରାରେ ବିଶ୍ୱର ପ୍ରଥମରେ ରହିଛି । ବାଲେଶ୍ୱରରେ ୪୬ ଡ଼ିଗ୍ରୀ ସହ ତୃତୀୟ ଏବଂ ଭୁବନେଶ୍ୱର ୪୫.୪ ଡ଼ିଗ୍ରୀ ସହ ଦଶମ ସ୍ଥାନରେ ବିଶ୍ୱରେ ରହିଛି । ସେପଟେ ଗତକାଲି ରାଜ୍ୟରେ ୨୯ ସହରର ତାପମାତ୍ରା ୪୨ ଡ଼ିଗ୍ରୀ କିମ୍ବା ଏହାଠାରୁ ଉର୍ଦ୍ଧ୍ୱ ତାପମାତ୍ରା ରେକର୍ଡ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ.. ବାଲେଶ୍ବରରେ ରେକର୍ଡ ଭାଙ୍ଗିଲା ପାରା, ଟପିଲା ୪୬ ଡିଗ୍ରୀ, ରାଜଧାନୀରେ ୪୫.୪ - HIGH TEMPERATURE IN ODISHA

ତାତିର ପ୍ରକୋପରେ ଆଜି(ବୁଧବାର)ବି ଜଳିବ ପୁରା ଓଡିଶା । ଆହୁରି ୨ ଦିନ ଯାଏ ତାତିରୁ ନିସ୍ତାର ନଥିବା ବେଳେ ଆଜି ପାଇଁ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ ଓ ବୌଦ୍ଧରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସହ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଗ୍ରୀଷ୍ମ ପ୍ରବାହକୁ ନେଇ ଦେଓଗଡ, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ସୋନପୁର, ନୂଆପଡା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ, ମାଲକାନଗିରି, ନବରଙ୍ଗପୁର, ଗଜପତି ଓ ରାୟଗଡା ରେ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଗ୍ରୀଷ୍ମ ପ୍ରବାହ ସହ ଉଷ୍ମ ଓ ଆଦ୍ର ସ୍ଥିତି ଲାଗିରହିଥିବା ବେଳେ କୋରାପୁଟ ପୁରୀ ଓ ଗଞ୍ଜାମ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ଅନ୍ୟପଟେ ଆଜି (ବୁଧବାର) ସକାଳ ୮ଟା ୩୦ ସୁଦ୍ଧା ତାଳଚେର 38.4°C, ଭବାନୀପାଟଣା 37.4°C, ବାରିପଦା 36.4°C, ବଲାଙ୍ଗୀର 36.2°C, ଟିଟିଲାଗଡ଼ 36°C, ବାଲେଶ୍ୱର 36°C, ହୀରାକୁଦ 35.6°C, ଝାରସୁଗୁଡା 35.4°C, କେନ୍ଦୁଝର 35.4°C, କଟକ 35°C, ସମ୍ବଲପୁର 35°C, ମାଲକାନଗିରି 35°C, ବୌଦ୍ଧ 35°C, ସୋନପୁର 34.8°C, ଭୁବନେଶ୍ୱର 34.8°C ଓ ରାଉରକେଲାରେ 34.6°C ତାପମାତ୍ରା ରେକର୍ଡ କରାଯାଇଛି ।


ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.