ETV Bharat / state

ଇଡକୋକୁ ହସ୍ତାନ୍ତର ହେବ ଚିନିକଳ ଜମି, କାରଖାନା ବନ୍ଦ ଯୋଗୁଁ କ୍ଷତି ସହିଛନ୍ତି ଶତାଧିକ କର୍ମଚାରୀ

author img

By ETV Bharat Odisha Team

Published : Mar 15, 2024, 11:08 PM IST

Bargarh Sugar Mill
Bargarh Sugar Mill

Bargarh Sugar Mill Issue: ଚିନିକଳ ଥିବା ଜମିକୁ ଇଡକୋକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ପୂର୍ବରୁ ଚିନିକଳରେ କାର୍ଯ୍ୟରତ କର୍ମଚାରୀ ଅନେକ ଅଭିଯୋଗ କରି ଆସୁଥିଲେ । ଅଧିକ ପଢନ୍ତୁ

Bargarh Sugar Mill

ବରଗଡ଼: ଅନେକ ଗୁଡିଏ ଶିଳ୍ପରେ ପରିପୂର୍ଣ୍ଣ ଥିବା ବରଗଡ଼ ଜିଲ୍ଲା ପାଲଟିଛି ଶିଳ୍ପ ଶୂନ୍ୟ । ସୂତାକାଳ, ସାର କାରଖାନା, ଚିନି କଳ ସହିତ ଶତାଧିକ ଧାନମିଲ ଏବେ ବନ୍ଦ ପଡ଼ିଛି । ଫଳରେ ହଜାର ହଜାର ସଂଖ୍ୟାରେ କାମ କରୁଥିବା କର୍ମଚାରୀ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ଏହାକୁ ନଜରରେ ରଖି ସରକାର ଚିନି କଳ ଥିବା ଜମିକୁ ଇଡକୋକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଫଳରେ କାରଖାନା ବନ୍ଦ ନେଇ ଅସୁବିଧାର ସମ୍ମୁଖୀନ ହେଉଥିବା ଅନେକ କର୍ମଚାରୀ ତଥା ଶ୍ରମିକଙ୍କ ପରିବାର ଏହାଦ୍ବାରା ଉପକୃତ ହେବେ ।

ସୂଚନା ଅନୁସାରେ, 2017 ମସିହାରୁ ବନ୍ଦ ହୋଇପଡିଥିବା ସେହି ଚିନିକଳର 149 ଜଣ କର୍ମଚାରୀଙ୍କୁ ତାଙ୍କର ବକେୟା ଦରମା ଆଜି ପର୍ଯ୍ୟନ୍ତ ଦିଆଯାଇନାହିଁ । କର୍ମଚାରୀଙ୍କ ପ୍ରାପ୍ୟ ପାଇଁ ବାରମ୍ବାର ଆନ୍ଦୋଳନ ସତ୍ତ୍ବେ ରାଜ୍ୟ ସରକାର ଶୁଣୁନଥିବା ଅଭିଯୋଗ ହୋଇଆସୁଥିଲା । ଏପରିିକି ଅନେକ କର୍ମଚାରୀଙ୍କ ପରିବାର ଭୋକ ଉପାସରେ ଜୀବନ କାଟିବାକୁ ବାଧ୍ୟ ହୋଇପଡିଥିଲେ ତ ଅନେକ ରୋଗାଗ୍ରସ୍ତ ହୋଇ ମୃତ୍ୟୁବରଣ କରିଥିଲେ । ନିଜର ହକ ଓ ଅଧିକାର ପାଇଁ ଦାବି ଜଣାଇ ଦୀର୍ଘ ମାସେ ହେଲା ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସି ଆସୁଥିବା ଚିନି କାରଖାନାର କର୍ମଚାରୀଙ୍କ ଦାବି ଶେଷରେ ଶୁଣିଛନ୍ତି ରାଜ୍ୟ ସରକାର ।

୧୯୭୪ ମସିହାରେ ବରଗଡର ତୋରାଠାରେ ବସିଥିଲା ଏକ ଚିନି କାରଖାନା ଏବଂ ଏଠାରେ କାମ କରି ନିଜ ପରିବାର ପୋଷଣ କରୁଥିଲେ ବହୁ କର୍ମଚାରୀ । ରାଜ୍ୟ ତଥା ରାଜ୍ୟ ବାହାରୁ ଓ ବିଦେଶରୁ ମଧ୍ୟ ଅନେକ ଲୋକ ଆସି ଏଠାରେ କାମ କରୁଥିଲେ । ନେପାଳ, ବିହାର, ପଞ୍ଜାବ, ମଧ୍ୟପ୍ରଦେଶରୁ ଶ୍ରମିକ ଓ କର୍ମଚାରୀମାନେ ତାଙ୍କ ପରିବାର ସହିତ ଆସି ଏଠି ସ୍ଥାୟୀ ବାସିନ୍ଦା ଭାବେ ରହିଯାଇଥିଲେ । ଏହି କାରଖାନା ଯୋଗୁଁ ବରଗଡର ଚାଷୀମାନେ ପ୍ରଚୁର ଆଖୁ ଚାଷ କରି ଆଖୁଚାଷ ଏକ ଅର୍ଥ ପ୍ରଦାନକାରୀ ଫସଲ ବୋଲି ପ୍ରମାଣିତ କରିଦେଇଥିଲେ । ଉତ୍‌ଥାନ ଓ ପତନ ମଧ୍ୟରେ ଗତିକରି ଦୀର୍ଘ ୪୩ ବର୍ଷ ଧରି ଏହି ଚିନି କାରଖାନା ଚାଲିବା ପରେ ଶେଷରେ ୨୦୧୭ ମସିହାରୁ ଏହି କାରଖାନାରୁ ଆଉ ଚିନି ଉତ୍ପାଦନ କରାଯାଉନାହିଁ ଏବଂ କାରଖାନାଟି ଅଚଳ ହୋଇ ପଡିରହିଛି । କାରଖାନାଟିକୁ ସମ୍ପୂର୍ଣ୍ଣ ବନ୍ଦ କରାଗଲା ବୋଲି ନା ଘୋଷଣା କରାଯାଇଛି ନା କାର୍ଯ୍ୟରତ କର୍ମଚାରୀଙ୍କୁ ଦରମା ଦିଆଯାଇ ଅନ୍ୟତ୍ର ଥଇଥାନ କରାଯାଇଛି । ବିନା ଦରମାରେ କାରଖାନାଟିକୁ ଜଗିବ ସି ତାହାର ରକ୍ଷଣାବେକ୍ଷଣ କରିଆସୁଥିଲେ କିଛି କର୍ମଚାରୀ ।

ଏହା ମଧ୍ୟ ପଢନ୍ତୁ...ବିସ୍ଥାପିତଙ୍କୁ କରାଯାଉନି ଥଇଥାନ, ବିଧାନସଭା ନିର୍ବାଚନରେ ଭୋଟ ବର୍ଜନ ନେଇ ଧମକ ଦେଲା ବିସ୍ଥାପିତ ମଞ୍ଚ


ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଚିନି କାରଖାନାର ପୁନଉଦ୍ଧାର କରିବା ପାଇଁ 2019 ମସିହାରେ ୧୧ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ । ଆଉ ଆଜି ଏହି କାରଖାନାକୁ ଇଡକୋକୁ ହସ୍ତାନ୍ତର କରାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । କାରଖାନ ବନ୍ଦ ଯୋଗୁ ରୋଜଗାର ହରାଇଥିବା ବହୁ କର୍ମଚାରୀଙ୍କ ମଧ୍ୟରେ ବର୍ତ୍ତମାନ ନୂଆ ଆଶା ସଞ୍ଚାର ହୋଇଛି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.