ETV Bharat / state

ଆହୁରି ୪-୫ ଦିନ ରାଜ୍ୟରେ ଅସହ୍ୟ ଗରମ ! ବିଭିନ୍ନ ସ୍ଥାନରେ କାଳବୈଶାଖୀ ଆଲର୍ଟ - Hot And Humid Weather

author img

By ETV Bharat Odisha Team

Published : Mar 30, 2024, 7:24 PM IST

Weather Update
Weather Update

Hot And Humid Weather: ବିଭିନ୍ନ ସ୍ଥାନରେ ପାରଦ ଉପରମୁହାଁ ରହିଛି । ୫ଟି ସହରରେ ୪୦ ଡିଗ୍ରୀ ଛୁଇଁଛି ତାପମାତ୍ରା । କାଳବୈଶାଖୀ ପାଇଁ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାନବା ରହିଛି । ଅଧିକ ପଢନ୍ତୁ

Weather Update

ଭୁବନେଶ୍ବର: ରାଜ୍ୟରେ ଉପରମୁହାଁ ପାରଦ। ଝାଞ୍ଜି ପବନ ସହ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ବାୟୁ ମଣ୍ଡଳର ଉପରି ଭାଗରେ ଜଳୀୟବାଷ୍ପରେ ପରିମାଣ ଅଧିକ ରହିବା ସହ ଅତ୍ୟଧିକ ଆଦ୍ରତା ଯୋଗୁ ଗୁଳୁଗୁଳି ଲାଗି ରହୁଛି । ଶରୀର ତାତି ଗଲା ପରି ଅନୁଭବ ହେଇଛି । ଏଭଳି ପାଗ ପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। ଆହୁରି ୪ରୁ ୫ ଦିନ ରାଜ୍ୟରେ ଅସହ୍ୟ ଗରମ ଅନୁଭୂତ ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ବର୍ତ୍ତମାନ ଅନେକ ସହରରେ ୩୭ ଡିଗ୍ରୀ ଉପରେ ତାପମାତ୍ରା ରହିଥିବାବେଳେ ଆହୁରି ୨ ରୁ ତିନି ଡିଗ୍ରୀ ବୃଦ୍ଧି ପାଇପାରେ।

ଆଭ୍ୟନ୍ତରୀଣ ଜିଲ୍ଲାର କିଛି ସ୍ଥାନରେ ବର୍ଦ୍ଧିତ ତାପମାତ୍ରାକୁ ନେଇ ଉଷ୍ମ ରାତ୍ରିର ସ୍ଥିତି ଉପୁଜୁଛି। ଦିନର ତାପମାତ୍ରାଠାରୁ ରାତି ତାପମାତ୍ରା ୪ରୁ ୫ ଡିଗ୍ରୀ ଅଧିକ ରହୁଥିବାରୁୁ ରାତିରେ ଉଷ୍ମତା ଅନୁଭବ ହେଉଥିବାବେଳେ ଆହୁରି ୨ ରୁ ତିନିଦିନି ଏଭଳି ସ୍ଥିତି ରହିବ। ରାଜ୍ୟରେ ସର୍ବନିମ୍ନ ୩୫ ଓ ସର୍ବାଧିକ ଜଳୀୟବାଷ୍ପର ପରିମାଣ ୬୫ ପ୍ରତିଶତ ରହୁଥିବାବେଳେ ଆଦ୍ରତାର ପରିମାଣ ବଢୁଛି ଓ ଗୁଳୁଗୁଳି ଲାଗି ରହୁଛି। ଆଗାମୀ ୪ ରୁ ୫ ଦିନ ଉଷ୍ମ ଓ ଆଦ୍ର ପାଣିପାଗ ସ୍ଥିତି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟାରେ ଟାଣ ଖରା ସହ ଗୁଳୁଗୁଳି ଓ ଝାଞ୍ଜି ପବନ ଲାଗି ରହିବ। ଏହାସହ ଉତ୍ତର ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଝାରସୁଗୁଡା, ବରଗଡ଼, ସୁନ୍ଦରଗଡ଼, ନୂଆପଡ଼ା, ବଲାଙ୍ଗୀର, ସୋନପୁର ,ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ ଓ ବାଲେଶ୍ୱରରେ ବର୍ଷା ହେବାର ସମ୍ଭାବନା ରହିଛି ।

ଏହା ମଧ୍ୟ ପଢନ୍ତୁ...ଜଳିଲାଣି ଷ୍ଟିଲ ସିଟି: ଝାଞ୍ଜି ପବନ ସହ ଗୁଳୁଗୁଳି, ଅସ୍ତବ୍ୟସ୍ତ ଜନଜୀବନ - Heatwave In Rourkela

କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡି଼ ସହ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାବେଳେ ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼ ଆଦି ୩ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ସମୟରେ ୪୦ ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ନୂଆପଡ଼ା, ବଲାଙ୍ଗୀର, ସୋନପୁର, ସମ୍ବଲପୁର ଦେବଗଡ଼ ଜିଲ୍ଲାରେ ବିଜୁଳି ଘଡଘଡି ଓ ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ବହିବାକୁ ଥିବାବେଳେ ଏହି ସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେପଟେ ଗତ ୨୪ ଘଣ୍ଟାରେ ଚଳିତ ବର୍ଷର ପ୍ରଥମ ସର୍ବାଧିକ ତାପମାତ୍ରା ୪୧ ଡିଗ୍ରୀ ମାଲକାନଗିରିରେ ରେକର୍ଡ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଉପରମୁହାଁ ହୋଇଥିବାବେଳେ ୫ଟି ସହରରେ ୪୦ ଡିଗ୍ରୀ ଛୁଇଁଛି ତାପମାତ୍ରା । ଟିଟିଲାଗଡ଼, ବଲାଙ୍ଗୀର ,ବୌଦ୍ଧ, ଭବାନୀପାଟଣା ଓ ନୟାଗଡରେ ୪୦ ଡିଗ୍ରୀ ଛୁଇଁଥିଲା ତାପମାତ୍ରା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.