ETV Bharat / state

ଜଳିଲାଣି ଷ୍ଟିଲ ସିଟି: ଝାଞ୍ଜି ପବନ ସହ ଗୁଳୁଗୁଳି, ଅସ୍ତବ୍ୟସ୍ତ ଜନଜୀବନ - Heatwave in Rourkela

author img

By ETV Bharat Odisha Team

Published : Mar 30, 2024, 2:48 PM IST

Heatwave in Rourkela: ମାର୍ଚ୍ଚ ମାସରେ ଜଳିଲାଣି ଷ୍ଟିଲ୍ ସିଟି । ଗରମ ଓ ଝାଞ୍ଜି ପବନ ସହ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡୁଛି ରାଉରକେଲା ସହର । ଅଧିକ ପଢନ୍ତୁ

Heatwave in Rourkela
Heatwave in Rourkela

Heatwave in Rourkela

ରାଉରକେଲା: ମାର୍ଚ୍ଚ ଶେଷ ନହେଉଣୁ ତତଲା କଡେଇରେ ଭାଜି ହେଲାଣି ସୁନ୍ଦରଗଡ଼ ଜିଲ୍ଲା । ଗରମ ଓ ଝାଞ୍ଜି ପବନ ସହ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡୁଛି ରାଉରକେଲା ସହର । ଉତ୍ତପ୍ତ ସୂର୍ଯ୍ୟ କିରଣରେ ଏପ୍ରିଲ ଆରମ୍ଭ ନହେଉଣୁ ତାତିଲାଣି ଷ୍ଟିଲ ସିଟି ରାଉରକେଲା । ଯୁଆଡେ ଗଲେ ଗରମ । ଘରୁ ବାହାରିଲା ମାତ୍ରେ ଦେହ ହାତ ଜଳିଲା ଭଳି ଲାଗୁଛି । ଗ୍ରୀଷ୍ମ ଆରମ୍ଭ ନ ହେଉଣୁ ଏବଂ ମାର୍ଚ୍ଚ ଶେଷରେ ତାପମାତ୍ରା ପ୍ରାୟ 38 ଡିଗ୍ରୀ ଛୁଇଁଲାଣି ।

ଏହାମଧ୍ୟ ପଢନ୍ତୁ.. ସିଝୁଛି ସାରା ଓଡିଶା, 4ରୁ 5ଦିନ ଯାଏଁ ତାତିରୁ ମିଳିବନି ନିସ୍ତାର - ODISHA WEATHER

ଆଜି ରାଉରକେଲା ସହରରେ ସକାଳ ୯ଟାରେ ଘରୁ ପଦାକୁ ବାହାରିବା ମୁସ୍କିଲ ହୋଇ ପଡୁଛି । କେବଳ ଯେ ରାଉରକେଲା ନୁହେଁ ସମ୍ପୂର୍ଣ୍ଣ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ପ୍ରବଳ ମାତ୍ରାରେ ଦେଖିବାକୁ ମିଳିଛି । ଡହଡହ ଖରାରେ ସିଜୁଛି ସମ୍ପୂର୍ଣ୍ଣ ସୁନ୍ଦରଗଡ଼ ଜିଲ୍ଲା । ଗତକାଲି (ଶୁକ୍ରବାର) ସୁନ୍ଦରଗଡ଼ ଜିଲ୍ଲାରେ ରାଉରକେଲା ସହର 38.2 ଡିଗ୍ରୀ ହୋଇଥିବା ବେଳେ ବଣାଇ ସହରରେ 38 ଡିଗ୍ରୀ ପାର କରିଛି । ତେବେ ଶୁକ୍ରବାର ସୁନ୍ଦରଗଡ଼ ସବୁଠୁ ଉତ୍ତପ୍ତ ସହର ପାଲଟିଛି ରାଉରକେଲା ଓ ବଣାଇ ।

ଏହାମଧ୍ୟ ପଢନ୍ତୁ.. ଚଳିତ ବର୍ଷ ରାଜ୍ୟରେ ପ୍ରଥମ ଥର ପାଇଁ ୪୦ଡିଗ୍ରୀ ଛୁଇଁଲା ପାରଦ - WEATHER UPDATE

ସମ୍ପୂର୍ଣ୍ଣ ଜିଲ୍ଲାରେ କଲବଲ କରୁଛି ଗ୍ରୀଷ୍ମ ତାତି । ଖରାକୁ ଦେଖିଲେ ଭୟଭୀତ ଲାଗୁଛି । ବର୍ତ୍ତମାନ ମାର୍ଚ୍ଚ ମାସରେ ଯେଉଁଭଳି ଭାବରେ ଖରା ଅନୁଭୂତ ହେଉଛି ଆଗାମୀ ଏପ୍ରିଲ, ମେ ଏବଂ ଜୁନ ମାସରେ ସ୍ଥିତି କିଭଳି ହେବ ତାହା ବର୍ତ୍ତମାନ ଭାବିଲେ ଭୟ ଲାଗୁଛି । ଭୟଙ୍କର ତାତି ସାଙ୍ଗକୁ ଗୁଳୁଗୁଳି ଜନ ସାଧାରଣଙ୍କ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି । ସକାଳ ୧୦ ଟାରୁ ସନ୍ଧ୍ୟା ୫ଟା ଯାଏଁ ଅନୁଭୂତ ହେଉଛି ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ସହ ଆଉଟୁ ପାଉଟୁ କରୁଛି ଗୁଳୁଗୁଳି । ସୂର୍ଯ୍ୟଙ୍କ କିରଣରେ ଜଳୁଛି ବର୍ତ୍ତମାନ ସାରା ଜିଲ୍ଲା ।

ସେହିପରି ଗତ କିଛି ଦିନ ହେଲା ସମ୍ପୂର୍ଣ୍ଣ ସୁନ୍ଦରଗଡ଼ ଜିଲ୍ଲା ସହ ରାଉରକେଲାରେ ତାପମାତ୍ର ଅଧିକ ରହୁଥିବାରୁ ବର୍ତ୍ତମାନ ଲୋକେ ଅସ୍ତବ୍ୟସ୍ତ ହୋଇ ପଡ଼ିଲେଣି । ଆଗାମୀ ଦିନରେ ମଧ୍ୟ ଗ୍ରୀଷ୍ମପ୍ରବାହ ବଢିବ ବୋଲି ସତର୍କ ସୂଚନା ଦିଆଯାଇଛି । ଲୋକେ ଖରାରେ ବାହାରକୁ ବାହାରିଲେ ସାଥିରେ ପାଣି ବୋତଲ, ଓଦା ଗାମୁଛା ସମେତ ଛତା ଓ କଳା ଚଷମା ରଖିବା ଆରମ୍ଭ କଲେଣି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.