ETV Bharat / state

ସମ୍ବଲପୁରରେ ଚାଞ୍ଚଲ୍ୟ, ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

author img

By ETV Bharat Odisha Team

Published : Feb 10, 2024, 6:36 PM IST

ମହିଳାଙ୍କ ମୃତଦେହ ଠାବ
ମହିଳାଙ୍କ ମୃତଦେହ ଠାବ

Half burnt Woman Body Found: ସମ୍ବଲପୁରରେ ଚାଞ୍ଚଲ୍ୟ । ଶାସନ ଥାନା ଅନ୍ତର୍ଗତ ବଲବସପୁର ଅଞ୍ଚଳରେ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର l ବିଭିନ୍ନ ଦିଗକୁ ନେଇ ପୋଲିସର ତଦନ୍ତ ଜାରି । ଅଧିକ ପଢ଼ନ୍ତୁ

ମହିଳାଙ୍କ ମୃତଦେହ ଠାବ

ସମ୍ବଲପୁର: ଜିଲ୍ଲାର ଶାସନ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ଆଜି(ଶନିବାର) ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି l ମୃତଦେହଟି ଶାସନ ଥାନା ଅନ୍ତର୍ଗତ ବଲବସପୁର ଅଞ୍ଚଳ ହୀରାକୁଦ ଡାଇକ ନିକଟରେ ପଡିଥିବା ଦେଖିବାକୁ ମିଳିଛି l ମୃତ ମହିଳାଙ୍କ ପରିଚୟ ମିଳି ନଥିବା ବେଳେ ଖବର ପାଇ ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ମହିଳାଙ୍କୁ ପୋଡ଼ି ହତ୍ୟା କରିବାକୁ ଉଦ୍ୟମ ହୋଇଛି ଅଥବା ପ୍ରଥମେ ହତ୍ୟା କରି ପ୍ରମାଣ ନଷ୍ଟ କରିବା ପାଇଁ ଚେଷ୍ଟା କରାଯାଇଛି ତାହା ସ୍ପଷ୍ଟ ହୋଇପାରିନାହିଁ ।

ସେପଟେ ମୃତଦେହ ମିଳିବା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି । ସୂଚନା ଅନୁଯାୟୀ, ଶାସନ ଥାନା ଅନ୍ତର୍ଗତ ବଲବସପୁର ଅଞ୍ଚଳ ହୀରାକୁଦ ଡାଇକ ନିକଟରେ ଆଜି ସକାଳୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ ହୋଇଥିଲା । ଏକ ନିଛାଟିଆ ସ୍ଥାନରେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡିରହିଥିଲା । ଯାହା ବିଭିନ୍ନ ଦିଗକୁ ଇଙ୍ଗିତ କରୁଛି l ତେବେ ପୋଲିସ ସୂଚନା ଅନୁଯାୟୀ ମୃତ ମହିଳାଙ୍କ ବୟସ 35 ହୋଇଥିବା ଅନୁମାନ କରାଯାଉଛି । ମହିଳାଙ୍କୁ ନିଆଁ ଲଗାଇ ହତ୍ୟା କରାଯାଇଛି ଅଥବା ହତ୍ୟା ପରେ ପୋଡ଼ିବା ପାଇଁ ଚେଷ୍ଟା କରାଯାଇଛି ବୋଲି ସନ୍ଦେହ କରୁଛି ପୋଲିସ । ମହିଳାଙ୍କର ମୁଣ୍ଡରେ ନିଆଁ ଲାଗିବା କାରଣରୁ ତାଙ୍କ ପରିଚୟ ସ୍ପଷ୍ଟ ହୋଇପାରି ନାହିଁ ।

ଏହା ମଧ୍ୟ ପଢ଼ନ୍ତୁ.... ବିଦ୍ୟୁତ ସଂସ୍ପର୍ଶରେ ଆସି ଜଳିଗଲେ ଯୁବକ

ତେବେ ଏହା ସୁପାରୀ କିଲିଂ, ଦୁଷ୍କର୍ମ ପରେ ହତ୍ୟା, ଲୁଟ ପାଇଁ ହତ୍ୟା ନା ଆଉ କିଛି ସେନେଇ ପୋଲିସ ଟିମ ତଦନ୍ତ କରୁଛି l ଏହି ଘଟଣାରେ କାହାର ସମ୍ପୃକ୍ତି ରହିଛି ସେ ବିଷୟରେ ମଧ୍ୟ ତଦନ୍ତ କରାଯାଉଛି । ତେବେ ପ୍ରଶ୍ନ ଉଠୁଛି ମହିଳା ଜଣକ ଏହି ନିଛାଟିଆ ସ୍ଥାନକୁ କିପରି ଆସିଲେ, ନା ତାଙ୍କୁ କେହି ତାଙ୍କୁ ଅପହରଣ କରି ନେଇଆସିଛନ୍ତି । ମହିଳାଙ୍କର ପରିଚୟ ହୋଇ ପାରି ନଥିବାରୁ ପୋଲିସ ଆଖ ପାଖ ଥାନା ଓ ପଡୋଶୀ ଜିଲ୍ଲାର ପୋଲିସ ସହ ଯୋଗା ଯୋଗ ସ୍ଥାପନା କରି ତଦନ୍ତ ଆରମ୍ଭ କରିଛି l ଘଟଣା ସ୍ଥଳକୁ ଡଗ ସ୍କାଡ, ଫରେନସିକ ଟିମ, ମାଜିଷ୍ଟ୍ରେଟ ପହଞ୍ଚି ତଦନ୍ତରେ ସହାୟତା କରୁଛନ୍ତି l ଘଟଣା ସ୍ଥଳରେ ତଦନ୍ତ କରୁଥିବା ସଦର ଏସଡ଼ିପିଓ କହିଛନ୍ତି ଯେ, ତଦନ୍ତ ଜାରି ରହିଛି l ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ । ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.