ETV Bharat / state

ପ୍ରେମ ପାଇଁ ଦୁଇ ପରିବାର ହାତାହାତି, ଭିଡ଼ିଓ ଭାଇରାଲ

author img

By ETV Bharat Odisha Team

Published : Feb 27, 2024, 6:06 PM IST

Group Clashes Over Love Affair
Group Clashes Over Love Affair

Group Clashes Over Love Affair: ପ୍ରେମ ବ୍ୟାପାରକୁ ନେଇ ଦୁଇ ପରିବାର ମଧ୍ୟରେ ହାତାହାତି । ମୃଦଙ୍ଗା ପଞ୍ଚାୟତରୁ ସାମ୍ନାକୁ ଆସିଛି ଏଭଳି ଘଟଣା । ଅଧିକ ପଢନ୍ତୁ

Group Clashes Over Love Affair

ଢେଙ୍କାନାଳ: ପ୍ରେମ ବ୍ୟାପାରକୁ ନେଇ ତୁମୁଳକାଣ୍ଡ । ଦୁଇପରିବାର ମଧ୍ୟରେ ମାରପିଟ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ଅନ୍ତର୍ଗତ ମୃଦଙ୍ଗା ପଞ୍ଚାୟତରେ । ମୃଦଙ୍ଗା ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଜୟ ଆଏଚ ଏବଂ ସେହି ପଞ୍ଚାୟତର ଆଲବମ ଅଭିନେତ୍ରୀ ରୋମାଞ୍ଜଳୀଙ୍କ ପରିବାର ମଧ୍ୟରେ ପ୍ରେମ ବ୍ୟାପାରକୁ ନେଇ ହାତାହାତି ହୋଇଛନ୍ତି । ଏନେଇ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୂଚନା ଅନୁସାରେ, ପୂର୍ବତନ ସରପଞ୍ଚ ବିଜୟଙ୍କ ସାନପୁଅ ଏବଂ ଅଭିନେତ୍ରୀ ରୋମାଞ୍ଜଳିଙ୍କ ଭଉଣୀଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ରହିଥିଲା । ଯାହା ଫଳରେକି ଗତକାଲି(ସୋମବାର) ସନ୍ଧ୍ୟାରେ ବେଣ୍ଟସାଳିଆ ଛକ ନିକଟରେ ଚା ଦୋକାନରେ ଉଭୟ ପରିବାର ମଧ୍ୟର କୈଣସି କାରଣରୁ ପ୍ରଥମେେ ବଚସା ତାପରେ ଗଣ୍ଡଗୋଳ ହୋଇଥିଲା । ପରେ ବଚସା ଉଗ୍ରରୂପ ଧାରଣ କରିଥିଲା । ତେବେ ସେହି ସମୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହା ମଧ୍ୟ ପଢନ୍ତୁ: ଯୌତୁକ ଜୁଇରେ ଆଉ ଜଣେ ନବବଧୂ, ପ୍ରେମିକ ଘରେ ପ୍ରେମିକାର ଆତ୍ମହତ୍ୟା !

ତେବେ ଭାଇରାଲ ହୋଇଥିବା ଭିଡିଓରେ ଆଲବମ ଅଭିନେତ୍ରୀ ରୋମାଞ୍ଜଳୀଙ୍କ ଭଉଣୀଙ୍କ ପୂର୍ବତନ ପ୍ରେମିକର ବାପାଙ୍କୁ ଚପଲରେ ବାଡାଉଥିବା ଦେଖିବାକୁ ମିଳିଛି । ତେବେ ଉଭୟ ପକ୍ଷରୁ ଭୁବନ ଥାନାର ଦ୍ବାରସ୍ଥ ହୋଇଛନ୍ତି । ତେବେ ଉଭୟ ପକ୍ଷଙ୍କ ଅଭିଯୋଗକୁ ରୁଜୁ କରି ତଦନ୍ତ ଚଳାଇଛି ଭୁବନ ପୋଲିସ । ରୋମାଞ୍ଜଳିଙ୍କ ଭଉଣୀଙ୍କ କହିବା ଅନୁସାରେ, ଅଭିନେତ୍ରୀଙ୍କ ଭଉଣୀ ସାବିତ୍ରୀଙ୍କୁ ଜୋରଜବରଦସ୍ତ ବିଜୟଙ୍କ ପରିବାର ଲୋକେ ବାହା କରିବାକୁ ଚାହୁଁଥିଲେ l ସେ ମନ କରିବାରୁ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ମାରପିଟ କରି ଡ୍ରେସ ଚିରି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ତାଙ୍କ ସାଥିରେ ଥିବା ତାଙ୍କ ଭଉଣୀ ଓ ସମ୍ପର୍କୀୟଙ୍କୁ ମଧ୍ୟ ଛାଡ଼ିନଥିଲେ । ଜୀବନ ବଞ୍ଚାଇବା ପାଇଁ ସେ ସେଠାରୁ ଖସିଆସି ନ୍ୟାୟ ପାଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି l ତାଙ୍କ ପରିବାର ଲୋକେ ବିବାହ ପାଇଁ ବାଧ୍ୟ କରିବା ସହିତ ନିର୍ଯାତନା ଦେଉଥିଲେ । ଶଙ୍ଖା ସିନ୍ଦୁର ସହ ପରିବାର ଆସି ବିବାହ ପାଇଁ ମୋତେ ବାଧ୍ୟ କରିଥିଲେ । ମୋ ପାଖରେ ସବୁ ପ୍ରମାଣ ରହିଛି, ମୁଁ ଥାନାର ଦ୍ବାରସ୍ଥ ହେବି । ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ଉଚିତ ନ୍ୟାୟ ମିଳିବ ବୋଲି ଆଶା ରଖିଥିବା କହିଛନ୍ତି ଆଲବମ ଅଭିନେତ୍ରୀ ରୋମାଞ୍ଜଳୀଙ୍କ ଭଉଣୀ ।



ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.