ETV Bharat / state

ନବରଙ୍ଗପୁର ବିଜେଡିକୁ ବଡ ଝଟକା, ବିଜେପିରେ ମିଶିଲେ ପୂର୍ବତନ ଜିଲ୍ଲା ସଭାପତି ପ୍ରହଲ୍ଲାଦ - PRALHAD TRIPATHY JOINS BJP

author img

By ETV Bharat Odisha Team

Published : Apr 17, 2024, 7:25 PM IST

Updated : Apr 17, 2024, 7:38 PM IST

ନବରଙ୍ଗପୁର ବିଜେଡିକୁ ବଡ ଝଟକା, ବିଜେପିରେ ମିଶିଲେ ପୂର୍ବତନ ଜିଲ୍ଲା ସଭାପତି ଅର୍ଜୁନ
ନବରଙ୍ଗପୁର ବିଜେଡିକୁ ବଡ ଝଟକା, ବିଜେପିରେ ମିଶିଲେ ପୂର୍ବତନ ଜିଲ୍ଲା ସଭାପତି ଅର୍ଜୁନ

Pralhad Tripathy Joins BJP: ବିଜେଡ଼ି ଛାଡି ବିଜେପିରେ ଯୋଗ ଦେଲେ ନବରଙ୍ଗପୁର ଜିଲ୍ଲା ବିଜେଡିର ପୂର୍ବତନ ସଭାପତି ପ୍ରହଲ୍ଲାଦ ତ୍ରିପାଠୀ । ବାରମ୍ବାର ବିଜେଡି ତାଙ୍କୁ ଅଣଦେଖା କରିଥିବା ସେ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

ନବରଙ୍ଗପୁର ବିଜେଡିକୁ ବଡ ଝଟକା, ବିଜେପିରେ ମିଶିଲେ ପୂର୍ବତନ ଜିଲ୍ଲା ସଭାପତି ପ୍ରହଲ୍ଲାଦ

ଭୁବନେଶ୍ବର/ନବରଙ୍ଗପୁର: ନିର୍ବାଚନ ପୂର୍ବରୁ ନବରଙ୍ଗପୁର ବିଜେଡିକୁ ଲାଗିଛି ବଡ଼ ଝଟକା । ବିଜେଡିରୁ ଇସ୍ତପା ଦେଲେ ପୂର୍ବତନ ଜିଲ୍ଲା ସଭାପତି ତଥା ଦୁଇ ଥରର ନଗରପାଳ ପ୍ରହଲ୍ଲାଦ ତ୍ରିପାଠୀ । ଆଜି ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ସେ ନିଜର ଇସ୍ତଫା ପତ୍ରକୁ ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ତେବେ ବାରମ୍ବାର ଦଳ ତରଫରୁ ତାଙ୍କୁ ଉପେକ୍ଷା କରାଯାଉଥିବାରୁ ସେ ଦଳ ଛାଡ଼ିଥିବା ପ୍ରକାଶ କରିଛନ୍ତି । ସେପଟେ ସେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି ।

ସେ ନିଜର ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, ଅତ୍ୟନ୍ତ ଦୁଃଖର ସହିତ ବିଜୁ ଜନତା ଦଳର ପ୍ରାଥମିକ ସଭ୍ୟ ପଦରୁ ମୁଁ ଇସ୍ତଫା ଦେଉଛି । ଗତ ୨୩ ବର୍ଷ ଧରି ଜଣେ ସଭ୍ୟ ଭାବେ ଦଳର ଉରନ୍ନତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିଛି । ଦଳ ଦେଇଥିବା ସମସ୍ତ ଦାୟିତ୍ବ ଅତ୍ୟନ୍ତ ନିଷ୍ଠା, ପରିଶ୍ରମ ଏବଂ ସ୍ଥିରତାର ସହିତ ତୁଲାଇଛି । ବିଭିନ୍ନ ସଂଗଠନିକ ଏବଂ ରାଜନୈତିକ କାର୍ଯ୍ୟ ବୃଦ୍ଧି କରିବାରେ ଦଳ ମୋ ଉପରେ ଆସ୍ଥା ରଖିଥିବାରୁ ମୁଁ କୃତଜ୍ଞ । କିନ୍ତୁ ଗତ କିଛି ଦିନ ହେଲା ଦଳରେ ମୋର କିମ୍ବା ମୋ' ସେବାର ଆବଶ୍ୟକତା ଆଉ ନାହିଁ ବୋଲି ଉପଲବ୍ଧି କଲି । ତେଣୁ ଆଗକୁ ବଢିବା ପାଇଁ ସ୍ଥିର କଲି । ଲୋକଙ୍କ ସେବା ଏବଂ ବିକାଶରେ ନିଜର କାର୍ଯ୍ୟକୁ ବଜାୟ ରଖିବି ।

ଏହା ମଧ୍ୟ ପଢନ୍ତୁ...ବିଜେପିରେ ଯୋଗଦେଲେ ନବରଙ୍ଗପୁରର ଶତାଧିକ ବିଜେଡି କର୍ମୀ - BJP Joining Program

ଏହାସହ ମିଶ୍ରଣ ପର୍ବରେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ଅନେକ କଂଗ୍ରେସ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି । ଯାଜପୁର ଜିଲ୍ଲା ବିଜେପି ସଭାପତି ତଥା ବିଧାୟକ ପ୍ରାର୍ଥୀ ଗୌତମ ରାୟଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଥିଲେ । ଯାଜପୁରରେ ବିଜେପି କେମିତି ବାଜିମାତ୍ କରିବ ସେଥିପାଇଁ ସମସ୍ତେ ସଂକଳ୍ପ ନେଇଛନ୍ତି । ସେପଟେ ପ୍ରହଲ୍ଲାଦଙ୍କ ଇସ୍ତଫା ନିର୍ବାଚନରେ ବିଜେଡି ଉପରେ କ'ଣ ପ୍ରଭାବ ପଡ଼ୁଛି ,ତାହା ନିର୍ବାଚନ ଫଳାଫଳ ହିଁ କହିବ ।



ଏହି ପରିପ୍ରେକ୍ଷୀରେ ସମୀର ମହାନ୍ତି କହିଛନ୍ତି," ଗତ ପାଞ୍ଚ ବର୍ଷରେ ରାଜ୍ୟରେ ଯେଉଁଭଳି ଲୁଟ୍ ହୋଇଛି ସବୁ ମନେ ରହିବ । ଅପରପକ୍ଷରେ କେନ୍ଦ୍ରରୁ ଦଶ ବର୍ଷ ଭିତରେ ବ୍ୟାପକ ଅର୍ଥ ଓଡିଶାକୁ ମିଳିଛି । ହେଲେ ଓଡିଶାର ଲୋକମାନଙ୍କ ସ୍ୱାର୍ଥରେ ଲାଗିନାହିଁ । ବିଜେଡି ନିର୍ବାଚନ ପାଇଁ କେବଳ ପଇସା ଖର୍ଚ୍ଚ କରେ । ଓଡିଶାବାସୀଙ୍କ ପାଇଁ ନୁହଁ । ବିଜୁ ଜନତା ଦଳରେ ଗଣତନ୍ତ୍ର ନାହିଁ । ଅଣଓଡିଆ କର୍ମଚାରୀଙ୍କ କବଜାରେ ବିଜେଡି । ଆମଦାନି ହୋଇଥିବା ନେତାଙ୍କୁ ଅଗ୍ରାଧିକାର ଦିଆଯାଉଛି । କର୍ପୋରେଟ ହାଉସରେ ପରିଣତ ହୋଇଛି ବିଜେଡି । ବିଭିନ୍ନ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଉବୁଟୁବୁ ବିଜେଡି ଡଙ୍ଗା ଖୁବ ଶୀଘ୍ର ବୁଡିଯିବ । ଅନ୍ୟ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଏବଂ ଭାରତବର୍ଷକୁ ବିକଶିତ ରାଷ୍ଟ୍ର ଭାବେ ଗଢି ତୋଳିବାର ସଂକଳ୍ପ ନେଇଛନ୍ତି । ବିକଶିତ ଓଡିଶା ଗଠନ ପାଇଁ ବିଜେପି ହିଁ ଏକମାତ୍ର ବିକଳ୍ପ ।"

ଇଟିଭି ଭାରତ, ନବରଙ୍ଗପୁର ଓ ଭୁବନେଶ୍ବର

Last Updated :Apr 17, 2024, 7:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.