ETV Bharat / state

ରାଉରକେଲା କଂଗ୍ରେସକୁ ଝଟକା, ଶଙ୍ଖ ଧରିଲେ ବୀରେନ - biren senapati joins bjd

author img

By ETV Bharat Odisha Team

Published : May 2, 2024, 6:44 AM IST

ରାଉରକେଲା କଂଗ୍ରେସକୁ ଝଟକା , ଶଙ୍ଖ ଧରିଲେ ବୀରେନ
ରାଉରକେଲା କଂଗ୍ରେସକୁ ଝଟକା , ଶଙ୍ଖ ଧରିଲେ ବୀରେନ

BIREN SENAPATI JOINS BJD: ବିଜେଡିରେ ଯୋଗ ଦେଲେ କଂଗ୍ରେସର ବରିଷ୍ଠ ନେତା ତଥା ରାଉରକେଲା କଂଗ୍ରେସର ପୂର୍ବତନ ବିଧାୟକ ପ୍ରାର୍ଥୀ ବୀରେନ ସେନାପତି । ଅଧିକ ପଢନ୍ତୁ

ରାଉରକେଲା କଂଗ୍ରେସକୁ ଝଟକା , ଶଙ୍ଖ ଧରିଲେ ବୀରେନ

ଭୁବନେଶ୍ବର: ବିଜେଡିରେ ଆଜି ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି କଂଗ୍ରେସ ବରିଷ୍ଠ ନେତା ବୀରେନ ସେନାପତି । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବୀରେନ ଓ ତାଙ୍କ ସହଯୋଗୀ ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଏବଂ ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝୀଙ୍କ ଉପସ୍ଥିତିରେ ସେମାନେ ବିଜେଡିରେ ସାମିଲ ହୋଇଛନ୍ତି । ସସ୍ମିତ ଓ ପ୍ରିୟବ୍ରତ ଉତ୍ତରୀୟ ଦେଇ ବୀରେନ ଏବଂ ତାଙ୍କ ସମର୍ଥକଙ୍କୁ ବିଜେଡିକୁ ସ୍ୱାଗତ କରିଛନ୍ତି ।

ବିରେନଙ୍କ ଯୋଗ ଦାନ ରାଉଲକେଲା ନିର୍ବାଚନ ମଣ୍ଡଳୀ ସମେତ ସୁନ୍ଦରଗଡ଼ ଲୋକସଭା କ୍ଷେତ୍ରରେ ଦଳ ଅଧିକ ଶକ୍ତିଶାଳୀ ହେବ ବୋଲି ବିଜେଡି ଆଶା ରଖିଛି । ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ, ବୀରେନ ସେନାପତି କଂଗ୍ରେସର ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇ ଆଜି ବିଜେଡିରେ ମିଶିଛନ୍ତି । ୨୦୧୯ ନିର୍ବାଚନରେ ରାଉରକେଲାରୁ ବୀରେନ କଂଗ୍ରେସ ଟିକଟ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ । ସେହିପରି କଂଗ୍ରେସ ନେତା କୈଳାସ ଚନ୍ଦ୍ର ସାହୁ, ପ୍ରଦୀପ ମହାପାତ୍ର, ଜିତେନ୍ଦ୍ର ଦାସ, ବିଜୟ କୁମାର ସାହୁ ପ୍ରମୁଖ ଆଜି ଦଳରେ ସାମିଲ ହୋଇଛନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସମସ୍ତଙ୍କୁ ଦଳକୁ ସ୍ୱାଗତ କରାଯାଇଛି ।



ବିଜେଡିରେ ସାମିଲ ହେବା ପରେ ବିରେନ କହିଛନ୍ତି, "ଆଜି ମୋ ପାଇଁ ଏକ ସ୍ମରଣୀୟ ଦିନ । ୩୭ ବର୍ଷ ତଳେ ଛାତ୍ର ଜୀବନରୁ କଂଗ୍ରେସରେ ସାମିଲ ହୋଇଥିଲି । ଗତ ୩୭ ବର୍ଷ ଭିତରେ ମୁଁ କଂଗ୍ରେସର ବହୁ ପଦ ପଦବୀରେ ରହିଛି । ଯେଉଁ ଦଳ ପାଇଁ ଆମେ ଜୀବନ ଓ ଯୌବନ ଦେଇଛୁ, ସେହି ଦଳ ଆଜି ନିଜର ସ୍ଥିତି ହରେଇବାକୁ ଯାଉଛୁ । ଦଳୀୟ ନେତୃତ୍ୱର ଯାବତୀୟ ତ୍ରୁଟି ଆଜି ଦଳକୁ ତଳକୁ ତଳ ନେଉଛି । ବେଶୀ ସମୟ ଆଉ ନଷ୍ଟ ନକରି ଯେଉଁ ଦଳ ଆଜି ରାଜ୍ୟ ପାଇଁ କାର୍ଯ୍ୟ କରୁଛି ସେଥିରେ ସାମିଲ ହେବାକୁ ନିଷ୍ପତ୍ତି ନେଲି ।"

ଏହା ମଧ୍ୟ ପଢନ୍ତୁ ...ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା, ଦଳ ଛାଡି ବିଜେଡିରେ ସାମିଲ ହେଲେ ଶତାଧିକ କର୍ମୀ - BJD Joining Program

ସେ ଆହୁରି କରିଛନ୍ତି, "ନବୀନ ପଟ୍ଟନାୟକଙ୍କୁ ବିକାଶର ମହାନାୟକ କୁହାଯାଉଛି । ଇତି ମଧ୍ୟରେ ଓଡିଶା ଏକ ନୂଆ ରୂପ ନେଇଛି । ସେହି ବିକାଶ ପ୍ରକ୍ରିୟାରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱକୁ ଗ୍ରହଣ କରିଛି । ଆଦର ସହକାରେ ଦଳରେ ସାମିଲ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ମୁଁ ଧନ୍ୟବାଦ ଜଣାଉଛି ।"


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.