ETV Bharat / state

ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା, ଦଳ ଛାଡି ବିଜେଡିରେ ସାମିଲ ହେଲେ ଶତାଧିକ କର୍ମୀ - BJD joining program

author img

By ETV Bharat Odisha Team

Published : Apr 30, 2024, 11:34 AM IST

BJD JOINING PROGRAM
BJD JOINING PROGRAM

BJD Joining Program: ବିଜେଡିରେ ସାମିଲ ହେଲେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି ନେତା ଓ କର୍ମୀ । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଫୁଙ୍କିଲେ ଶଙ୍ଖ । ଅଧିକ ପଢନ୍ତୁ

BJD JOINING PROGRAM

ଭୁବନେଶ୍ୱର: ନିର୍ବାଚନ ଯେତିକି ପାଖଉଛି ଦଳଡିଆ ପର୍ବ ସେତେ ଜୋରସୋରେ ଚାଲିଛି । ନିର୍ବାଚନକୁ ମାତ୍ର ଆଉ କିଛିଦିନ ବାକି ଥିବା ବେଳେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି ନେତା ଓ କର୍ମୀ ସୋମବାର ବିଜେଡିରେ ସାମିଲ ହୋଇଛନ୍ତି । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ସସ୍ମିତ ପାତ୍ର ଓ ରାଜ୍ୟ ବିଜେଡ଼ି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ରଙ୍କ ଉପସ୍ଥିତିରେ ସମସ୍ତେ ଶଙ୍ଖ ଫୁଙ୍କିଛନ୍ତି । ଦଳରେ ସାମିଲ ହୋଇଥିବା ସମସ୍ତ ବିଜେପି କର୍ମୀଙ୍କୁ ବିଜେଡି ନେତା ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ବିଜେଡିରେ ସାମିଲ ହେଲେ ୬୦ରୁ ଊର୍ଦ୍ଧ୍ବ ବିଜେପି ନେତା ଓ କର୍ମୀ - BJD JOINING PROGRAM IN SUKINDA

ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ବିଜେଡି ନେତା ମତ ରଖିଥିଲେ । ବିଜେଡ଼ିରେ ସାମିଲ ହୋଇଥିବା ବିଜେପି ନେତା କହିଛନ୍ତି, ''ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟରେ ଆମେ ଆକୃଷ୍ଟ ହୋଇଛୁ । ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇଛୁ । ତେଣୁ ଆମେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛୁ । ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ୱ ଦେବେ ଆମେ ତାକୁ ସୂଚାର ରୂପେ ତୁଲାଇବୁ । ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ, ସାଂଗଠନିକ ସମ୍ପାଦକ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ । ''

ଏହା ମଧ୍ୟ ପଢନ୍ତୁ-ନର୍ଲାରେ ଭୁଶୁଡୁଛି କଂଗ୍ରେସର ଦୁର୍ଗ, ବିଜେଡ଼ିରେ ମିଶିଲେ ଅନେକ ପୁରୁଖା କଂଗ୍ରେସ ନେତା - BJD Joining Program


ମିଶ୍ରଣ ପର୍ବରେ ପୂର୍ବତନ ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ପଣ୍ଡା, ଶ୍ରୀନିବାସ ରେଡ୍ଡୀ, ଅଞ୍ଜନା ପାତ୍ର, ସୀମାଦ୍ରି ରେଡ୍ଡୀ, ଜ୍ୟୋତିରାଜ ମହାରଣା, ଉଦୟନାଥ, ବସନ୍ତ ଦାସ, ରଘୁନାଥ ପାତ୍ର, ବିଜୟ ଚନ୍ଦ୍ର ଗନ୍ତାୟତ, ରବୀନ୍ଦ୍ର ପ୍ରଧାନ, ରବୀନ୍ଦ୍ରନାଥ ସାହୁ, ଅଜୟ ପ୍ରଧାନ, କୈବଲ୍ୟ ପ୍ରଧାନ ପ୍ରମୁଖ ଦଳରେ ସାମିଲ ହୋଇଥିଲେ । ଏଥିସହ ଭାସ୍କର ପ୍ରଧାନ, ନିର୍ମଳ ପ୍ରଧାନ, ବାଳକୃଷ୍ଣ ସେଠୀ, ଆଲୋକ ମଲ୍ଲିକ, ସଞ୍ଜୟ ପାତ୍ର, ସନ୍ତୋଷ ସାହୁ, ମନୋଜ ଗୌଡ, ଦୂର୍ଯ୍ୟୋଧନ ରେଡ୍ଡୀ, କାଳିଆ ଗୌଡ, ହରିବନ୍ଧୁ ରେଡ୍ଡୀ, ରଙ୍କ ଗୌଡ, ବିଜୁ ଗୌଡ, ସୁଶାନ୍ତ ମହାନ୍ତି, ପ୍ରତାପ ଗୌଡ, ଈଶ୍ୱର ରେଡ୍ଡୀ, ବୁଲୁ କୁମାର ସେଠୀଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ ହୋଇଛନ୍ତି ।



ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.